Advertisment

ଦୁର୍ଘଟଣାରେ ଛାତ୍ରୀଙ୍କ ମୃତ୍ୟୁ, ଉତ୍ତେଜନା

କଣ୍ଟାବାଞ୍ଜି(ସୁରଦାସ ବାଗ): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ଭାଲୁମୁଣ୍ଡା ଗାଁ ଫୁଗୁଡ଼ା ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀଙ୍କ ନାଁ ପଦ୍ମିନୀ ମଲ୍ଲିକ(୧୦)। ତାଙ୍କ ଘର ଧୂମସୁ ଗାଁରେ। ପଦ୍ମିନୀ କିଛି ଦିନ ହେବ ତାଙ୍କ ମାମୁ ଘର ଫୁଗୁଡ଼ାକୁ ଆସିଥିଲେ। ଆଜି ସକାଳେ ସେ ଛକ ନିକଟରେ ଥିବା ଦୋକାନକୁ ଯାଉଥିଲେ। ଏହି ସମୟରେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। […]

author-image
Jyotsnamayee Pradhan
ଦୁର୍ଘଟଣାରେ ଛାତ୍ରୀଙ୍କ ମୃତ୍ୟୁ, ଉତ୍ତେଜନା

accident

କଣ୍ଟାବାଞ୍ଜି(ସୁରଦାସ ବାଗ): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ଭାଲୁମୁଣ୍ଡା ଗାଁ ଫୁଗୁଡ଼ା ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀଙ୍କ ନାଁ ପଦ୍ମିନୀ ମଲ୍ଲିକ(୧୦)। ତାଙ୍କ ଘର ଧୂମସୁ ଗାଁରେ।

Advertisment

ପଦ୍ମିନୀ କିଛି ଦିନ ହେବ ତାଙ୍କ ମାମୁ ଘର ଫୁଗୁଡ଼ାକୁ ଆସିଥିଲେ। ଆଜି ସକାଳେ ସେ ଛକ ନିକଟରେ ଥିବା ଦୋକାନକୁ ଯାଉଥିଲେ। ଏହି ସମୟରେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ଦୁର୍ଘଟଣାର ପରେ ଉତ୍ତ୍ୟକ୍ତ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି ନେଇ ବଙ୍ଗୋମୁଣ୍ଡା-ଖଡ଼ିଆଳ ୫୯ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଛନ୍ତି।

Advertisment

ବଙ୍ଗୋମୁଣ୍ଡା ପୁଲିସ୍‌ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିବା ବେଳେ ସେମାନେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ରାସ୍ତାରୋକ ଯୋଗୁ ଉଭୟ ପାର୍ଶ୍ୱରେ ଗାଡ଼ି ଅଟକି ରହିଛି।

Advertisment
Advertisment