/odishatv-khabar/media/post_attachments/uploadimage/library/16_9/16_9_0/gs-1_1627110178.jpg)
gs
ଭୁବନେଶ୍ୱର: ୬ ମାସ ଯାହା ଯେମିତି ଚଳିଗଲା, କିନ୍ତୁ କାଲିଠୁ ଆଉ ରକ୍ଷା ନାହିଁ। ମୋଟର ଯାନ ଆଇନ ଭାଂଗିଲେ ଗଣିବେ କଡ଼ା ତଣ୍ଡ। ଆଜି ସରି ଯାଇଛି ରାଜ୍ୟ ସରକାର ଦେଇଥିବା ମହଲତ।
ତେଣୁ ୟା ପରେ ବିନା ଲାଇସେନ୍ସରେ ଗାଡ଼ି ଚଳାଇଲେ ୫ ହଜାର,
ପଲ୍ୟୁସନ୍ ସାର୍ଟିଫିକେଟ୍ ନଥିଲେ ୧୦ ହଜାର,
ବିନା ଇନସୁରାନ୍ସରେ ଗାଡ଼ି ଚଳାଇଲେ କାଲିଠୁ ଗଣିବେ ୨ ହଜାର ଟଙ୍କା।
କେବଳ ଏତିକି ନୁହଁ, ହେଲ୍ମେଟ୍, ସିଟ୍ବେଲ୍ଟ, ବେପରୁଆ ଏବଂ ମଦପିଇ ଗାଡ଼ି ଚାଳନା ସହ ନାବାଳକଙ୍କ ଡ୍ରାଇଭିଂ ପାଇଁ ବି ନୂଆ ନିୟମ ଅନୁଯାୟୀ ଦେବାକୁ ପଡ଼ିବ ଚଢ଼ା ଫାଇନ୍। ଗଲା ସେପ୍ଟେମ୍ବର ୧ରୁ ନୂଆ ମୋଟରଯାନ ଆଇନ ଲାଗୁ ହେବା ପରଠୁ ଟୁଇନସିଟି ସମେତ କିଛି ସ୍ଥାନରେ କେବଳ ହେଲ୍ମେଟ ଏବଂ ସିଟ୍ବେଲ୍ଟ ଚେକିଂ କରାଯାଉଥିଲା। କାଲିଠୁ କିନ୍ତୁ ସବୁ ନିୟମକୁ ଜଗିବ ପୁଲିସ୍ ଏବଂ ପରିବହନ ବିଭାଗ।
/odishatv-khabar/media/post_attachments/wp-content/uploads/2020/02/g-5.jpg)
ବଡ଼ କଥା ହେଉଛି, ନୂଆ ଆଇନ ଲାଗୁହେବାର ୬ ମାସ ପରେ ବି ଆର୍ଟିଓ ଅଫିସ୍ଗୁଡ଼ିକରେ ଲୋକଙ୍କ ଲମ୍ବା ଲାଇନ୍ କମୁନି। ଭୁବନେଶ୍ୱର ଆର୍ଟିଓ-୧ରେ ଅସମ୍ଭବ ଭିଡ଼ ଜମୁଛି। କିଏ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ତ ଆଉ କିଏ ଡ୍ରାଇଭିଂ ଲାଇସେନ୍ସ ପାଇଁ ଦିନତମାମ ଭିଡ଼ ଲଗାଉଛନ୍ତି। କେବଳ ଭୁବନେଶ୍ୱର ନୁହେଁ, ବାଲେଶ୍ୱର, ରାଉରକେଲା ସମେତ ରାଜ୍ୟର ସବୁ ସ୍ଥାନରେ ଉଣା ଅଧିକେ ଏଭଳି ଅବସ୍ଥା ଦେଖା ଦେଇଛି।
ଭୁବନେଶ୍ୱର ଆର୍ଟିଓ-୧ରେ ବର୍ତ୍ତମାନ ସୁଦ୍ଧା ୨୬ ହଜାର ଏବଂ ଆର୍ଟିଓ-୨ରେ ୧୪, ୫୦୨ ଜଣ ଆବେଦନକାରୀ ଡିଲ୍ ଏବଂ ଲର୍ଣ୍ଣିଂ ଲାଇସେନ୍ସ ପାଇନାହାନ୍ତି।
ପଚାରିଲେ କିଏ ଭିତ୍ତିଭୂମିକୁ ଦାୟୀ କରୁଛନ୍ତି ତ ଆଉ କିଏ ନିଜ ଭୁଲ୍କୁ ସ୍ୱୀକାର କରିବା ସହ ପୁଣି ଥରେ ମହଲତ ଦେବାକୁ କହୁଛନ୍ତି।
/odishatv-khabar/media/post_attachments/wp-content/uploads/2020/02/od.jpg)
ଏପଟେ ନୂଆ ଆଇନ ସତ୍ତ୍ୱେ କିଏ ବିନା ହେଲ୍ମେଟ୍ରେ ବେଫିକର ଯିବା ଆସିବା କରୁଛନ୍ତି ତ ଆଉ କିଏ ଖୁଲମ୍ଖୁଲ୍ଲା ଟ୍ରାଫିକ୍ ନିୟମର ଧଜିଆ ଉଡ଼ାଉଛନ୍ତି।
ନା ଲୋକେ ସଚେତନ ଅଛନ୍ତି ନା ଲୋକଙ୍କୁ କାଗଜପତ୍ର ଯୋଗାଇବାରେ ଭିତ୍ତିଭୂମି ସେତିକି ସୁଦୃଢ଼ ହୋଇପାରିଛି। ଏଭଳି ସ୍ଥିତିରେ କାଲିଠୁ କଡ଼ାକଡ଼ି ହେଉଥିବା ନୂଆ ମୋଟରଯାନ ଆଇନ୍ କେତେ ସଫଳ ହେଉଛି, ତାକୁ ଅପେକ୍ଷା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)