/odishatv-khabar/media/post_attachments/uploadimage/library/16_9/16_9_0/jangal-jami_1626763969.jpg)
jangal-jami
ଭୁବନେଶ୍ୱର: ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଦେବାରେ ଓଡ଼ିଶା ଦେଶରେ ଏକ ନମ୍ବର୍। ଅନେକ ବର୍ଷ ଧରି ରାଜ୍ୟ ସରକାର ଏହି ପ୍ରଚାର କରି ଆସୁଛନ୍ତି।
ଜଙ୍ଗଲ ଜମିରେ ରହୁଥିବା ୪ ଲକ୍ଷ ୨୦ ହଜାର ଭୂମିହୀନ ଗରିବଙ୍କୁ ଜମି ପଟ୍ଟା ବଣ୍ଟନ ହୋଇଛି ବୋଲି ମନ୍ତ୍ରୀ କହୁଛନ୍ତି। ହେଲେ ବାସ୍ତବତା କିଛି ଅଲଗା। ରାଜ୍ୟ ଖାଦ୍ୟ କମିଶନଙ୍କ ଚିଠି ତା’ର ଗୁମର ଖୋଲିଛି।
ଜିଲ୍ଲାପାଳଙ୍କ ପାଖରୁ ଆସିଥିବା ତଥ୍ୟକୁ ଆଧାର କରି ଫୁଡ୍ କମିଶନ୍ ଲେଖିଛନ୍ତି, ୪ ଲକ୍ଷ ୨୨ ହଜାର ଲୋକଙ୍କୁ ପଟ୍ଟା ଦିଆ ଯାଇଥିବା ବେଳେ ୧ ଲକ୍ଷ ୨୯ ହଜାର ଲୋକଙ୍କ ଜମି ଚିହ୍ନଟ ହୋଇନି।
୬ ଟି ଜିଲ୍ଲାରେ ଏ ସମସ୍ୟା ଗମ୍ଭୀର ରୂପ ନେଇଛି। ତେଣୁ ସ୍ପେଶାଲ୍ ଡ୍ରାଇଭ୍ କରି ଜମି ଚିହ୍ନଟ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖାଦ୍ୟ କମିଶନ୍।
ବିଡ଼ମ୍ବନା ହେଉଛି, ପୁରୀ ଜିଲ୍ଲାର ଗୋଟିଏ ବି ଲୋକଙ୍କୁ ଜଙ୍ଗଲ ଜମି ଅଧିକାରରେ ପଟ୍ଟା ମିଳିନି। କମିଶନ ଉଦ୍ବେଗ ପ୍ରକାଶ କରି ଲେଖିଛନ୍ତି, ଜମି ପଟ୍ଟା ଦେବା ପରେ ବି ଖୋର୍ଦ୍ଧା ଓ ଗଞ୍ଜାମ ସମେତ ୮ ଟି ଜିଲ୍ଲାରେ ଯଦିଓ ଜମି ଚିହ୍ନଟରେ କିଛିଟା ଅଗ୍ରଗତି ହୋଇଛି, ତଥାପି ଏମ୍ଜିଏନ୍ଆରଜିଏସ୍ରେ ଟଙ୍କାକୁ ବ୍ୟବହାର କରି ଏହାକୁ ଉପଯୋଗୀ କରାଯାଇପାରିନି।
ଅନ୍ୟପଟେ ସରକାରଙ୍କ ଜଙ୍ଗଲ ଜମି ଅଧିକାର ତଥ୍ୟକୁ ନେଇ ବିବାଦ ବି ବଢ଼ୁଛି। ଖୋଦ୍ କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ସରକାରଙ୍କ ତଥ୍ୟକୁ ଭୁଲ ବୋଲି କହି କେବଳ କାଗଜ କଲମରେ ଜମି ପଟ୍ଟା ବଣ୍ଟନ କରାଯାଉଥିବା ଅଭିଯୋଗ କରିଛନ୍ତି।
କଂଗ୍ରେସ ମଧ୍ୟ ସମାନ ଅଭିଯୋଗ ଆଣି ସରକାରଙ୍କ ତଥ୍ୟକୁ ନେଇ ପ୍ରଶ୍ନ ଉଠାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)