Advertisment

Tobacco Under Scanner: ରାଜ୍ୟରେ ନିକୋଟିନ୍ ଯୁକ୍ତ ପଦାର୍ଥର ପ୍ରସ୍ତୁତି ଓ ବିକ୍ରି ବ୍ୟାନ୍, ତମାଖୁର ଭୟାବହତା ସଂପର୍କରେ ବୁଝାଇଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

ଆଗେ ଗୁଟଖା ବିକ୍ରି ଉପରେ ନିଷେଧାଦେଶ ଥିଲା, ଏବେ ତାସହ ଯୋଡ଼ି ହେଲା ତମାଖୁ ଓ ନିକୋଟିନ୍ ଯୁକ୍ତ ସାମଗ୍ରୀ। ନିକୋଟିନ୍ ଯୁକ୍ତ ଉତ୍ପାଦର ପ୍ରସ୍ତୁତି ଓ ବିକ୍ରି ଉପରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବ୍ୟାନ୍ ଲଗାଇବା ପରେ ସ୍ବାସ୍ଥ୍ୟମନ୍ତ୍ରୀ କହିଲେ ଜିଲ୍ଲାରେ ଏହାକୁ ଜଗିବେ ଡ୍ରଗ୍  ଇନ୍ସପେକଟର।

author-image
Tapan Swain
Tobacco

Tobacco Photograph: (OTV)

ଆଗେ ଗୁଟଖା ଏବେ ତମାଖୁ । ଟବାକୋ ଓ ନିକୋଟିନ୍ ଯୁକ୍ତ ସମସ୍ତ ଉତ୍ପାଦ ଉପରେ ରାଜ୍ୟ ସରକାରଙ୍କ ବ୍ୟାନ୍ ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁପାଳନ ପୂର୍ବକ ଏବଂ ଜନସାଧାରଣଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି- ଗୁଟ୍ଖା, ପାନରେ ପଡୁଥିବା ଜର୍ଦ୍ଦା, ଖଇନି ଓ ନିକୋଟିନ୍ ଯୁକ୍ତ ସବୁ ସାମଗ୍ରୀର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ଗଚ୍ଛିତ, ପରିବହନ ଓ ବିକ୍ରୟ ସଂପୂର୍ଣ୍ଣ ବାରଣ କରାଯାଇଛି। ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (FSSAI)ଙ୍କ ଗାଇଡଲାଇନ୍ ଅନୁସାରେ ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ନମ୍ବର ୨୦୬୫ ଅନୁସାରେ ନିଷେଧାଦେଶ ବି ଜାରି ହୋଇଛି।

Advertisment

ଏଥିସହ ସୁସ୍ଥ ଓ ତମାଖୁମୁକ୍ତ ଓଡ଼ିଶା ଗଠନରେ ସହଯୋଗ ପାଇଁ ମଧ୍ୟ ଲୋକଙ୍କୁ ଆହ୍ୱାନ ଦିଆଯାଇଛି। ତମାଖୁ ଓ ନିକୋଟିନ୍ ସେବନ ଯୋଗୁ କ୍ୟାନ୍ସର୍ ଭଳି ଗୁରୁତର ରୋଗ ସୃଷ୍ଟି ହେଉଥିବାବେଳେ ଶିଶୁ ଓ ଯୁବପିଢ଼ିଙ୍କ ସ୍ୱାସ୍ଥ୍ୟ ପ୍ରତି ଏହା ଅତ୍ୟନ୍ତ ହାନିକାରକ ବୋଲି ଦର୍ଶାଯାଇଛି। ତେବେ ୨୦୧୩ ମସିହାରେ ଗୁଟଖା ବ୍ୟାନ୍ ଭଳି ନିକୋଟିନ୍ ନିଷେଧ କେବଳ ଲୋକ ଦେଖାଣିଆ ନହେଉ ବୋଲି କଟକ-ବାରବାଟୀ ବିଧାୟିକା କହିଥିବାବେଳେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଜିଲ୍ଲାର ଡ୍ରଗ୍ ଇନସପ୍କଟର ମାନେ ଏନସଫୋର୍ଟମେଣ୍ଟ ଟିମ୍ ଗଠନ କରି ଏହାର ବିକ୍ରି ରୋକିବାକୁ କଡ଼ା ତଦାରଖ କରିବେ।...

ଏଠି ପ୍ରଶ୍ନ ସ୍ବାସ୍ଥ୍ୟ ପ୍ରତି କେତେ ଭୟଙ୍କର ତମାଖୁ ? ଖାଇଲେ କି ଦୁସାଧ୍ୟ ରୋଗ ହୁଏ ? ବିଶେଷଜ୍ଞଙ୍କ ମତରେ- ତମାଖୁ ସେବନ କର୍କଟ ରୋଗର ଏକ ପ୍ରମୁଖ କାରଣ। ବିଶେଷକରି ମୁଖ ଗହ୍ବର କର୍କଟ ଜୀବନ ନାଶକ ସାବ୍ୟସ୍ତ ହେଉଛି। ତଥ୍ୟ ଅନୁସାରେ ଗତବର୍ଷ ଏସିଆ ମହାଦେଶରେ ୩ ଲକ୍ଷ ୮୯ ହଜାରରୁ ଅଧିକ ଲୋକ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିବା ବେଳେ ୧ଲକ୍ଷ ୪୧ ହଜାର ଜଣ ପ୍ରାଣ ହରାଇଛନ୍ତି। ଭାରତରେ ବି ପ୍ରତିବର୍ଷ ୨ଲକ୍ଷ ଲୋକ ଆକ୍ରାନ୍ତ ହେଉଛନ୍ତି ଏବଂ ଓଡ଼ିଶାରେ ଏସଂଖ୍ୟା ୬୦ ହଜାରରୁ ଅଧିକ।

Advertisment

ନିୟମର ଧଜ୍ଜିଆ ଉଡୁଛି

ଖୋର୍ଦ୍ଧା ଜିଲ୍ଲା ଏଥିରେ ସର୍ବାଗ୍ରେ ରହିଛି। ବଡ଼ କଥା ହେଲା କିଶୋରରୁ ବୟସ୍କ ସମସ୍ତେ ଗୁଟଖା ଓ ତମାଖୁ ମାୟାରେ ପଡ଼ିଛନ୍ତି। ସ୍କୁଲ ଓ ହସ୍ପିଟାଲର ୧୦୦ ମିଟର ପରିଧି ଭିତରେ ଏହାର ବିକ୍ରି କଟକଣା ନିୟମର ସବୁଠି ଧଜ୍ଜିଆ ଉଡୁଛି। ପ୍ରମାଣ ସ୍ବରୂପ- ଇଏ କଟକ ବଡ଼ ମେଡିକାଲ୍। ଯେଉଁ ଆଚାର୍ଯ୍ୟ ହରିହର କର୍କଟ ରୋଗ ନିରୂପଣ କେନ୍ଦ୍ରକୁ ନିଇତି ଶହ ଶହ ରୋଗୀ କ୍ୟାନସର ଚିକିତ୍ସା ପାଇଁ ଆସନ୍ତି- ତାରି ପାଖରେ ହିଁ ଖୁଲମଖୁଲା ବିକ୍ରି ହେଉଛି ଗୁଟଖା। 

ସବୁ ଦୋକାନରେ ମାଳ ମାଳ ଓହଳିଛି, ଯାହାକୁ ପଚାରିଲେ ସିଏ କହୁଛି ଖାଇଲେ ଖରାପ-ହେଲେ ଛାଡ଼ି ହେଉନି। ତେଣେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା-ପାନ ମସଲା ନାଁରେ ନିକୋଟିନ୍ ବିକ୍ରି ଉପରେ ଚଢ଼ଉ ଜୋରଦାର ହେବ।...

ଗୁଟ୍ଖା ବିକ୍ରି ବନ୍ଦ ହେଉ କି ସର୍ବସାଧାରଣ ସ୍ଥାନରେ ଧୂମପାନ ନିଷେଧ କଟକଣା ନିୟମ, ରାଜ୍ୟରେ ବହୁ ଆଗରୁ ଲାଗୁ ହୋଇଛି, ହେଲେ ସବୁଠି ତାର ଧଜ୍ଜିଆ ଉଡୁଛି। ଆଉ ଏବେ ତମାଖୁ ଜାତ ସାମଗ୍ରୀ ବ୍ୟାନ୍ ଆଦେଶ କେତେ ଫଳପ୍ରଦ ହେଉଛି-ତାକୁ ଅପେକ୍ଷା।...

Ban No Tobacco
Advertisment
Related Articles
Advertisment