Advertisment

Political War of Words: MLA ପାଣ୍ଠି ହେରଫେର ଅଭିଯୋଗର ଖୋଲା ବିତର୍କ ପାଇଁ ବି ଆହ୍ବାନ, ନବୀନଙ୍କୁ ତାଚ୍ଛଲ୍ୟ କଲେ ବିଧାୟକ ଅରବିନ୍ଦ ମହାପାତ୍ର

ବିଜେଡିରୁ ନିଲମ୍ବନ ନେଇ ନନୀନଙ୍କ ଆରୋପକୁ ଆଜି ଅରବିନ୍ଦଙ୍କ ଖୋଲା ଚ୍ୟାଲେଞ୍ଜ। ଦିଲ୍ଲୀରୁ ଫେରିବା ପରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ସିଧା ନବୀନଙ୍କୁ ତାଚ୍ଛଲ୍ୟ କରି କହିଛନ୍ତି- ମିଡ୍ ଡେ ଅପରେସନରୁ ପାଟକୁରାବାସୀଙ୍କୁ ହଇରାଣ ଯାଏଁ ବିଜେଡି ଆଣିଥିବା ମାଳ ମାଳ ଅଭିଯୋଗରୁ କେଉଁଟା ଠିକ୍।

author-image
Tapan Swain
Arabinda Mohapatra

Arabinda Mohapatra Photograph: (OTV)

ଥମୁନି ପାଟକୁରା ଝଡ଼। ଅରବିନ୍ଦ କଣ୍ଟା ଏମିତି ଲାଗିଛି ଯେ, ଶେଷରେ ବିଜେଡି ସୁପ୍ରିମୋଙ୍କୁ ଆସିବାକୁ ପଡିଲା ସାମ୍ନାକୁ। ଗତକାଲି ନବୀନ ପଟ୍ଟନାୟକ ପାଟକୁରାର କିଛି ନେତା ଓ କର୍ମୀଙ୍କୁ ଭେଟି ନୂଆ ମୁଖିଆ ପଠାଇବା କହିବା ପରେ ତେଜୁଛି ରାଜନୀତି। ଦେଢ ବର୍ଷ ଭିତରେ କଣ ଏମିତି ଅଙ୍କ ବିଗିଡି ଗଲା ଯେ ନବୀନଙ୍କୁ ନୂଆ ନେତା ଖୋଜିବାକୁ ପଡିଲା। କାରଣ ବି ଅସ୍ପଷ୍ଟ। ଯାହାକୁ ନେଇ ଆଜି ପୁଣି ନବୀନଙ୍କ ଉପରେ ବର୍ଷିଛନ୍ତି ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର।

Advertisment

ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି, ପ୍ରତିଦିନ ଅଭିଯୋଗ ବଦଳୁଛି। ପ୍ରଥମେ କୁହାଗଲା ଦଳ ବିରୋଧୀ, ତାପରେ ବିଶ୍ବାସଘାତକ, ପରେ ମିଡଡେ ଅପରେସନ ଆଉ ଏବେ ମୁଖିଆ କହୁଛନ୍ତି ପାଟକୁରା ବାସିନ୍ଦାଙ୍କୁ ମୁଁ କୁଆଡେ ହଇରାଣ କରୁଛି। ଏଥିରୁ ସ୍ପଷ୍ଟ ଯେ ଏହା ମୋ ବିରୋଧରେ ଷଡଯନ୍ତ୍ର। ରାଜ୍ୟସଭା ନିର୍ବାଚନ ସହିତ ଏହାର କି ଲିଙ୍କ ବୋଲି କହିବା ସହ ବାପା ବିଜୟ ମହାପାତ୍ର ରାଜ୍ୟସଭା ପାଇଁ ଇଚ୍ଛୁକ ନୁହଁନ୍ତି ବୋଲି ସ୍ପଷ୍ଟ କରିଛନ୍ତି ଅରବିନ୍ଦ।

ଭୁଲ୍ ତଥ୍ୟ ଦେଉଛି କିଏ?

ନବୀନ ବାବୁଙ୍କୁ କିଏ ଭୁଲ୍ ତଥ୍ୟ ଦେଉଛି ସେ ନେଇ ବି ପ୍ରଶ୍ନ ଉଠାଇଛନ୍ତି । ଅରବିନ୍ଦ ଆହୁରି କହିଛନ୍ତି, ବିଜେଡି ଏମପି ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ହରାଇବାକୁ ସେ ଚକ୍ରାନ୍ତ କରିଥିବା ଦଳ ଅଭିଯୋଗ କରୁଛି । କିନ୍ତୁ ସବୁଠୁ ଅଧିକ ଭୋଟ ମାଇନସ୍ ହୋଇଛି ମହାକାଳପଡ଼ାରେ। ମାନେ ସେଠି କେହି ଷଡଯନ୍ତ୍ର କଲେ କି ପ୍ରଶ୍ନ କରି ଅତନୁ ସବ୍ୟସାଚୀ ନାୟକଙ୍କୁ ତେରଛା ବାଣ ମାରିଛନ୍ତି ଅରବିନ୍ଦ। ଏଣେ ପୁଣି ବିଜେଡି ସ୍ପଷ୍ଟତା ନ ଆଣି ପୁରୁଣା କଥାକୁ ଦୋହରାଇଛି । 

Advertisment

ସେପଟେ ଅରବିନ୍ଦଙ୍କ ନିଲମ୍ବନକୁ ନେଇ ପାଟକୁରା ବିଜେଡି ଦୁଇ ଫାଳ ହୋଇଛି। କିଛି ଦିନ ତଳେ ବିଧାୟକ ସମର୍ଥନରେ ବ୍ଲକ୍ ପଞ୍ଚାୟତ ଓ ୱାର୍ଡ ସ୍ତରୀୟ ଜନ ପ୍ରତିନିଧିମାନେ ଏକାଧିକ ସାମ୍ୱାଦିକ ସମ୍ମିଳନୀ କରି ନିଲମ୍ବନ ଆଦେଶକୁ ବିରୋଧ କରିବା ସହ ଏହାର ପୁନର୍ବିଚାର ପାଇଁ ନିବେଦନ କରିଥିଲେ। ଅନ୍ୟ ପକ୍ଷରେ ଦଳୀୟ ୫ ଜିଲ୍ଲା ପରିଷଦ ସଭ୍ୟ, ଡେରାବିଶ ବ୍ଲକ ଉପାଧ୍ୟକ୍ଷ ମଧ୍ୟ ସାମ୍ୱାଦିକ ସମ୍ମିଳନୀ କରି ଯଥାର୍ଥ ବୋଲି କହିଥିଲେ।

ଗତକାଲି ନବୀନଙ୍କ ପ୍ରତିକ୍ରିୟା ପରେ ଆଜି ପାଟକୁରାରେ ବିଜେଡି ତୃଣମୂଳ ସ୍ତରୀୟ ନେତା ଓ କର୍ମୀ ମେଳି କରିଛନ୍ତି। ଆଜି ବିଧାୟକ ସମର୍ଥନରେ ଗରଦପୁର ବ୍ଲକ ଅଧ୍ୟକ୍ଷ କହିଛନ୍ତ, ନବୀନ ନିବାସ ଯାଇଥିବା ହାତଗଣତି ନେତା ହେଉଛନ୍ତି ବାହାର ବ୍ଲକରୁ ଆମଦାନୀ ହୋଇଥିବା କର୍ମୀ । ପାଟକୁରା ନିର୍ବାଚନ ମଣ୍ଡଳୀର ୫୧ ପଂଚାୟତର ପ୍ରତିନିଧି ଓ ତଳସ୍ତରରେ ଥିବା କର୍ମୀଙ୍କୁ ନ ଡାକି ନ ବୁଝି ଦଳର ସଭାପତି ଯେଉଁ ଏକତରଫା ବାର୍ତ୍ତା ଦେଇଛନ୍ତି। ତାକୁ ଆମ ସହଜରେ ହଜମ କରିପାରୁନୁ ।

ଏଥିପାଇଁ ଆମେ ପଞ୍ଚାୟତ ସ୍ତରୀୟ ଜନପ୍ରତିନିଧିମାନେ ନବୀନଙ୍କୁ ଖୁବ୍ ଶୀଘ୍ର ଭେଟିବୁ।... ସେପଟେ ଅରବିନ୍ଦ ପ୍ରସଙ୍ଗରେ ନବୀନ ଏବଂ ବିଜେଡି ପକ୍ଷରୁ ଦିଆଯାଉଥିବା ବୟାନ ବାଜିର ଭିନ୍ନ ଉଦ୍ଦେଶ୍ୟ ରହିଛି ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ । 

BJD Arabinda Mohapatra
Advertisment
Related Articles
Advertisment