Advertisment

Salary Hike Refusal Sparks Political Storm: ବର୍ଦ୍ଧିତ ଦରମା ନେବାକୁ ନବୀନଙ୍କ ନା ପରେ ରାଜନୀତି, ନିଶାନା କଲେ କେଭି ସିଂହଦେଓ

ବିଧାୟକଙ୍କ ବର୍ଦ୍ଧିତ ଦରମା ବିଲକୁ ସମର୍ଥନ କଲେ। ହେଲେ ଜନଅସନ୍ତୋଷ ତେଜିବା ପରେ ବର୍ଦ୍ଧିତ ଦରମା ନେବେ ନାହିଁ କହିଲେ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଏହି ନିଷ୍ପତ୍ତିକୁ ସିମ୍ପାଥି ଷ୍ଟଣ୍ଟ କହି ବର୍ଷିଛନ୍ତି ବିଜେପି ଓ କଂଗ୍ରେସ। ଦଳ ଭିତରୁ ବି ଉଠିଲା ଅସନ୍ତୋଷର ସ୍ବର।

author-image
Tapan Swain
NAVEEN-DRAMA

NAVEEN-DRAMA Photograph: (OTV)

ବର୍ଦ୍ଧିତ ଦରମା ନନେବାକୁ ବିରୋଧୀ ଦଳ ନେତା ନବୀନଙ୍କ ଘୋଷଣାକୁ ନେଇ ସରଗରମ ରାଜ୍ୟ ରାଜନୀତି। ବିଧାନସଭାରେ ବିଲକୁ ସମର୍ଥନ କରି ପରେ ଦରମା ନନେବାକୁ କହିବା ନବୀନଙ୍କ ସିମ୍ପାଥି ଷ୍ଟଣ୍ଟ କହି ବର୍ଷିଛନ୍ତି ବିଜେପି ଓ କଂଗ୍ରେସ। ସେପଟେ ନବୀନଙ୍କ ଷ୍ଟାଣ୍ଡକୁ ନେଇ ବିଜେଡିରୁ ବି ଶୁଭିଲାଣି ଅସନ୍ତୋଷର ସ୍ବର।...

Advertisment

ବିଧାୟକଙ୍କ ବର୍ଦ୍ଧିତ ଦରମା ବିଲକୁ ସମର୍ଥନ କଲେ। ହେଲେ ଜନଅସନ୍ତୋଷ ତେଜିବା ପରେ ବର୍ଦ୍ଧିତ ଦରମା ନେବେ ନାହିଁ କହିଲେ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଏହି ନିଷ୍ପତ୍ତିକୁ ସିମ୍ପାଥି ଷ୍ଟଣ୍ଟ କହି ବର୍ଷିଛନ୍ତି ବିଜେପି ଓ କଂଗ୍ରେସ। ଦଳ ଭିତରୁ ବି ଉଠିଲା ଅସନ୍ତୋଷର ସ୍ବର। ଗତକାଲି ନବୀନ ବର୍ଦ୍ଧିତ ଦରମାକୁ ଗ୍ରହଣ ନକରିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିବା ପରେ ଆଜି ତେଜିଛି ରାଜନୀତି।

ଖୋଦ୍ ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି, ନବୀନ ବାବୁ ଦରମା ଉପରେ ନିର୍ଭର କରନ୍ତିନାହିଁ। ହେଲେ ଆମେ ନିର୍ଭରଶୀଳ। ଏହା ନବୀନଙ୍କ ବ୍ୟକ୍ତିଗତ ନିଷ୍ପତ୍ତି, କିନ୍ତୁ ଅନ୍ୟ ବିଧାୟକଙ୍କୁ ସେ ବାରଣ କରିନାହାନ୍ତି। ଅନ୍ୟପଟେ ବିଜେପି ଓ କଂଗ୍ରେସ ନବୀନଙ୍କ ଏହି ନିଷ୍ପତ୍ତିକୁ ଡ୍ରାମା ବୋଲି କହି କଡା ଭାଷାରେ ସମାଲୋଚନା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ କହିଛନ୍ତି, ଯଦି ନବୀନ ବାବୁଙ୍କ ଏତେ ଉଦାରତା ଥିଲା ତେବେ ବିଲ ଆଲୋଚନା ବେଳେ କାହିଁକି ଅନୁପସ୍ଥିତ ଥିଲେ। ଏହା କେବଳ ରାଜନୀତି ।

Advertisment

ସିମ୍ପାଥି ଷ୍ଟଣ୍ଟ କହି ବର୍ଷିଲେ ବିଜେପି ଓ କଂଗ୍ରେସ

ସେହିପରି ବରିଷ୍ଠ ବିଧାୟକ ଜୟନାରାୟଣ କହିଛନ୍ତି, କାହିଁକି ବିଜେଡି ନବୀନଙ୍କ ନିର୍ଦ୍ଦେଶରେ ବିଲକୁ ସମର୍ଥନ ଦେଲା। ଯଦି ନବୀନ ବିରୋଧ କରିଥାନ୍ତେ ତାହାଲେ ହୁଏତ ସରକାର ଏ ବିଲକୁ ପାରିତ କରି ନଥାନ୍ତେ । ସେ କେବଳ ଡ୍ରାମା କରୁଛନ୍ତି। କଂଗ୍ରେସ କହିଛି, ଯେହେତୁ ନବୀନଙ୍କ ପୈତୃକ ସମ୍ପତ୍ତି ତାଙ୍କ ପାଇଁ ବଡ଼ ସମ୍ବଳ ସେଥିପାଇଁ ସେ ଦରମା ବୃଦ୍ଧିକୁ ଗ୍ରହଣ କଲେ ନାହିଁ। କିନ୍ତୁ ଏହା ତାଙ୍କ ଡବଲ ଷ୍ଟାଣ୍ଡାର୍ଡ ନୀତିକୁ ପଦାରେ ପକାଇଛି। 

ବିଧାୟକଙ୍କ ଦରମା ବୃଦ୍ଧି ବିଲ ବିଧାନସଭାରେ ପାରିତ ହେବା ପରେ ଏବେ ରାଜ୍ୟପାଳଙ୍କ ଅନୁମୋଦନ ପାଇଲା ପରେ ଆଇନରେ ପ୍ରଣୟନ ହେବ। ସମ୍ବିଧାନ ବିଶାରଦଙ୍କ ମତରେ ରାଜ୍ୟପାଳ ବିଧାନସଭା ସଭାରେ ପାରିତ ବିଲକୁ ନେଇ ତିନିଟି ଦିଗରେ ନିଷ୍ପତ୍ତି ନେଇପାରିବେ। ହୁଏତ ଏହାକୁ ଅଗ୍ରାହ୍ୟ କରିଦେଇପାରନ୍ତି, ପୁନଃବିଚାର ପାଇଁ ପଠାଇ ପାରନ୍ତି ନଚେତ୍ ଅନୁମୋଦନ ଦେଇପାରିବେ। ତେବେ ସାଧାରଣତଃ ରାଜ୍ୟପାଳ ବିଧାନସଭାରେ ପାରିତ ବିଲ କୁ ଅନୁମୋଦନ ଦେଇଥାନ୍ତି। କିନ୍ତୁ ଲୋକଙ୍କ ସ୍ବାର୍ଥ ଓ ଜନତା ଭାବାବେଗ କୁ ଦୃଷ୍ଟିରେ ରଖି ରାଜ୍ୟପାଳ ଦୃଷ୍ଟାନ୍ତମୂଳକ ନିଷ୍ପତ୍ତି ନେଉଛନ୍ତି ନା ନାହିଁ ତାକୁ ଅପେକ୍ଷା। 

ବିଧାୟକଙ୍କ ଦରମା ବୃଦ୍ଧିକୁ ନବୀନଙ୍କ ଅଗ୍ରାହ୍ୟ ପରେ ରାଜନୈତିକ ବୟାନ ବାଜି ଜୋର୍ ଧରିଛି। ଖୋଦ୍ ବିଜେଡ଼ି ମୁଖିଆ ନିଜ ଦଳକୁ ଅକଳରେ ପକାଇଦେଇଥିଲା ବେଳେ ଆଗକୁ ଦଳ ଭିତରେ ଅଧିକ କନ୍ଦଳ ଦେଖାଦେଇପାରେ ବୋଲି ରାଜନୀତି ସମୀକ୍ଷକମାନେ ଆଲୋଚନା କରୁଛନ୍ତି । 




Naveen Patnaik Kanak Vardhan Singhdeo
Advertisment
Related Articles
Advertisment