Advertisment

ରାଜ୍ୟରେ ବନ୍ୟା ଆଶଙ୍କା ନେଇ ଏମିତି କହିଲେ ଏସ୍‌ଆର୍‌ସି

ଭୁବନେଶ୍ୱର: ଗତ ଦୁଇ ଦିନ ଧରି ଲଗାଣ ବର୍ଷା ହୋଇଥିଲେ ମଧ୍ୟ ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ। ଏହା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ତେବେ କେନ୍ଦ୍ରାପଡା, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ଅଧିକ ବର୍ଷା ହୋଇଥିବାରୁ ସେଠାକାର ଜିଲ୍ଲାପାଳଙ୍କୁ  ଅଧିକ ଆଲର୍ଟ  ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଭଦ୍ରକ ଓ ଯାଜପୁରର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି ବୋଲି କହିଛନ୍ତି ପ୍ରଦୀପ। ଭଦ୍ରକ ଓ ଯାଜପୁରକୁ […]

author-image
Abinash Pati
ରାଜ୍ୟରେ ବନ୍ୟା ଆଶଙ୍କା ନେଇ ଏମିତି କହିଲେ ଏସ୍‌ଆର୍‌ସି

rain

ଭୁବନେଶ୍ୱର: ଗତ ଦୁଇ ଦିନ ଧରି ଲଗାଣ ବର୍ଷା ହୋଇଥିଲେ ମଧ୍ୟ ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ। ଏହା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ତେବେ କେନ୍ଦ୍ରାପଡା, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ଅଧିକ ବର୍ଷା ହୋଇଥିବାରୁ ସେଠାକାର ଜିଲ୍ଲାପାଳଙ୍କୁ  ଅଧିକ ଆଲର୍ଟ  ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଭଦ୍ରକ ଓ ଯାଜପୁରର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି ବୋଲି କହିଛନ୍ତି ପ୍ରଦୀପ। ଭଦ୍ରକ ଓ ଯାଜପୁରକୁ ଗୋଟିଏ ଲେଖାଏଁ NDRF ଓ ଓଡ୍ରାଫ୍ ଟିମ୍ ପଠାଯାଇଛି ବୋଲି ସୂଚନା ଦେଇଛନ୍ତି ଏସ୍ଆର୍‌ସି.

Advertisment

ଏପଟେ ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆସିପାରେ। ଆଖୁଆପଦା ଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳସ୍ତର। ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡାରେ ବନ୍ୟା ଆଶଙ୍କା ରହିଛି ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ।

ତାଙ୍କ ସୂଚନା ଅନୁଯାୟୀ, ବ୍ରାହ୍ମଣୀ ଓ ମହାନଦୀରେ ବଢ଼ିପାଣି ଆସିବା ପରେ ମଧ୍ୟ ବନ୍ୟା ଆଶଙ୍କା ନାହିଁ ଉପର ମୁଣ୍ଡରେ ବର୍ଷାପରେ ବିଭିନ୍ନ ନଦୀର ଜଳସ୍ତର ବଢୁଛି। ଉପକୂଳ ଓଡ଼ିଶାରେ ହାରାହାରି ୧୫୦ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Advertisment

ଏଥିଯୋଗୁଁ ଦୁଇ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର ତଳିଆ ଅଂଚଳରେ ପାଣି ଜମି ରହିବ ଅମାବାସ୍ୟା କିମ୍ବା ପୂର୍ଣ୍ଣିମା ନଥିବାରୁ ସମୁଦ୍ରକୁ ଜଳ ନିଷ୍କାସନ ହୋଇଯିବ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।

ଏପଟେ ରାଜସ୍ୱ ମନ୍ତ୍ରୀ କହିଛନ୍ତି, ପରିସ୍ଥିତିର ଅନୁଧ୍ୟାନ ପାଇଁ ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି।

Advertisment
Advertisment