Advertisment

ସୁବର୍ଣ୍ଣରେଖା ଓ ବୈତରଣୀରେ ମଧ୍ୟମ ଧରଣର ବନ୍ୟା ହୋଇପାରେ: SRC

ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନ। ଏସ୍ଆର୍‌ସିଙ୍କ ସୂଚନା ଅନୁସାରେ, ସୁବର୍ଣ୍ଣରେଖା ନଦୀରେ ମଧ୍ୟମ ଧରଣର ବନ୍ୟାର ସମ୍ଭାବନା ଥିବା ବେଳେ ବୈତରଣୀରେ ମଧ୍ୟ ମଧ୍ୟମ ଧରଣର ବନ୍ୟା ହୋଇପାରେ। ବୁଢ଼ାବଳଙ୍ଗ ଅବବାହିକାରେ ବନ୍ୟା ହୋଇଛି ବୋଲି ସୂଚନା ଦେଇଛନ୍ତି ଏସ୍ଆର୍‌ସି ପ୍ରଦୀପ ଜେନା। ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜରୁ ଆଜି ସକାଳେ ୭ ହଜାର ୩୧୨ କ୍ୟୁସେକ ଜଳ ଛଡ଼ା ଯାଇଛି। ଆସନ୍ତାକାଲି ସକାଳ ୬ଟାରେ ଏହି ପାଣି ରାଜଘାଟଠାରେ […]

author-image
Abinash Pati
ସୁବର୍ଣ୍ଣରେଖା ଓ ବୈତରଣୀରେ ମଧ୍ୟମ ଧରଣର ବନ୍ୟା ହୋଇପାରେ: SRC

batarani

ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନ। ଏସ୍ଆର୍‌ସିଙ୍କ ସୂଚନା ଅନୁସାରେ, ସୁବର୍ଣ୍ଣରେଖା ନଦୀରେ ମଧ୍ୟମ ଧରଣର ବନ୍ୟାର ସମ୍ଭାବନା ଥିବା ବେଳେ ବୈତରଣୀରେ ମଧ୍ୟ ମଧ୍ୟମ ଧରଣର ବନ୍ୟା ହୋଇପାରେ। ବୁଢ଼ାବଳଙ୍ଗ ଅବବାହିକାରେ ବନ୍ୟା ହୋଇଛି ବୋଲି ସୂଚନା ଦେଇଛନ୍ତି ଏସ୍ଆର୍‌ସି ପ୍ରଦୀପ ଜେନା।

Advertisment

ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜରୁ ଆଜି ସକାଳେ ୭ ହଜାର ୩୧୨ କ୍ୟୁସେକ ଜଳ ଛଡ଼ା ଯାଇଛି। ଆସନ୍ତାକାଲି ସକାଳ ୬ଟାରେ ଏହି ପାଣି ରାଜଘାଟଠାରେ ପହଞ୍ଚିବ। ସେତେବେଳେ ନଦୀର ଜଳସ୍ତର ୧୨ ମିଟରରେ ପହଞ୍ଚିବ। ଏହି କାରଣରୁ ମଧ୍ୟମ ଧରଣର ବନ୍ୟା ହୋଇପାରେ।

ତେଣୁ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ କୁହାଯାଇଛି। ବିଶେଷ କରି ନଦୀବନ୍ଧ ଉପରେ ନଜର ରଖାଯିବା ଦରକାର। ତେବେ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆର୍‌ସି।

Advertisment
Advertisment
Advertisment