/odishatv-khabar/media/post_attachments/uploadimage/library/16_9/16_9_0/ELECTION_1625216658.jpg)
ELECTION
ଭୁବନେଶ୍ୱର: ଉପନିର୍ବାଚନରେ ରାଜନୈତିକ ସଭା ନେଇ ଗାଇଡଲାଇନ ଜାରି ହୋଇଛି। ରାଜନୈତିକ ସଭା ନେଇ ଗାଇଡଲାଇନ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଜାରି ହୋଇଥିବା ଗାଇଡ୍ଲାଇନ୍ ଅନୁସାରେ, କୌଣସି ହଲ୍, ସଭାଗୃହରେ ମିଟିଂ କଲେ ୫୦% ଲୋକଙ୍କୁ ଅନୁମତି ମିଳିବ। ହଲ୍ରୁ ୫୦% ସିଟ୍ ପାଇଁ ସର୍ବାଧିକ ୨ଶହ ଲୋକଙ୍କୁ ଅନୁମତି ଦିଆଯିବ ବୋଲି ଗାଇଡ୍ଲାଇନ୍ରେ ଉଲ୍ଲେଖ ରହିଛି।
Advertisment
ତେବେ ମିଟିଂ ହଲ୍ରେ ସବୁଲୋକ ମାସ୍କ ପିନ୍ଧିବେ, ସାମାଜିକ ଦୂରତ୍ୱ ରଖିବା ସହିତ ସମସ୍ତଙ୍କର ଥର୍ମାଲ ସ୍କାନିଂ ହେବ ବୋଲି ଗାଇଡ୍ଲାଇନ୍ରେ କୁହାଯାଇଛି।
ତେବେ ସମସ୍ତଙ୍କ ପାଇଁ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି। ଖୋଲା ଜାଗାରେ ସ୍ଥାନ ଦେଖି ଲୋକ ସଂଖ୍ୟା ଅନୁମତି ଦେବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ସଭାରେ କେତେ ଲୋକଙ୍କୁ ଅନୁମତି ଦିଆଯିବ ସେ ନେଇ ଜିଲ୍ଲା ପ୍ରଶାସନ ସ୍ଥିର କରିବ ବୋଲି ଗାଇଡ୍ଲାଇନ ଜାରି ହୋଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)