/odishatv-khabar/media/post_attachments/uploadimage/library/16_9/16_9_0/jaleswar-67_1626757532.jpg)
jaleswar
ଜଳେଶ୍ୱର(ଅଜିତ୍ ଦାସ): ଓଡିଶାରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ବିପୁଳ ପରିମାଣର ବିସ୍ପୋରକ ଜବତ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ୨ ଜଣିଆ ଓ କୋଲକତାରୁ ୩ ଜଣିଆ ଏସ୍ଟିଏଫ୍ ଟିମ୍ ବାଲେଶ୍ୱର ରୁପସା ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
Advertisment
ବିସ୍ଫୋରକ ଜବତ ହୋଇଥିବା ଗାଡ଼ିର ମାଲିକ ଓ ସହଯୋଗୀଙ୍କୁ ସ୍ୱତନ୍ତ୍ର ଟିମ୍ ପଚରାଉଚରା କରୁଛି। ବସ୍ତା ଏସ୍ଡିପିଓ ରଞ୍ଜିତ ପୃଷ୍ଟି ଓ ରୁପସା ଥାନା ଓଆଇସି ସୁଚନ୍ଦ୍ର ମହାଳିକ ତଦନ୍ତରେ ସାମିଲ ହୋଇଛନ୍ତି।
ସୂଚନାଯୋଗ୍ୟ, ଗତ ଶନିବାର ପଶ୍ଚିମବଙ୍ଗର ଚିତପୁର ଅଞ୍ଚଳରୁ ୧୦ କୁଇଣ୍ଟାଲ ବିସ୍ଫୋରକ ପୂର୍ଣ୍ଣ ଗାଡ଼ି ଜବତ କରାଯାଇଥିଲା। ଏହି ଘଟଣାରେ ବାଲେଶ୍ୱର ଜିଲ୍ଲାର ୨ ଅଭିଯୁକ୍ତଙ୍କୁ ଏସଟିଏଫ୍ ଗିରଫ କରିଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)