/odishatv-khabar/media/post_attachments/uploadimage/library/16_9/16_9_0/bolangir-1234_1626757306.jpg)
bolangir
ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଆଜି ମାଟ୍ରିକ ପରୀକ୍ଷାର ଶେଷ ଦିନ। ଆରମ୍ଭ ପରି ଶେଷ ଦିନରେ ମଧ୍ୟ ସମାନ ବିଭ୍ରାଟ୍। ଗୋଟିଏ ପଟେ ପରୀକ୍ଷା ଚାଲିଛି ଆଉ ଅନ୍ୟ ପକ୍ଷେ ପ୍ରଶ୍ନପତ୍ର ସୋଶାଲ ମିଡିଆରେ ଘୁରି ବୁଲୁଛି। ଆଜି ସାମାଜିକ ବିଜ୍ଞାନ ପରୀକ୍ଷା ହେଉଥିବା ବେଳେ ବଲାଙ୍ଗିର ଜିଲ୍ଲା ଦେଓଗାଁ ଅଞ୍ଚଳରେ ପ୍ରଶ୍ନପତ୍ର ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ଅଭିଯୋଗ ହୋଇଛି।
Advertisment
ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ନେଇ ବୋର୍ଡ ସଭାପତି ଜାହାନ୍ ଆରା ବେଗମ୍ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ବଲାଙ୍ଗିରରେ ପ୍ରଶ୍ନପତ୍ର ଭାଇରାଲ୍ ନେଇ ଖବର ପହଞ୍ଚିଛି। ଘଟଣାର ଅନୁଧ୍ୟାନ କରାଯାଉଛି। ଭାଇରାଲ୍ ପ୍ରଶ୍ନପତ୍ର ସହ ପ୍ରକୃତ ପ୍ରଶ୍ନପତ୍ର ମେଳ କରିବା ପରେ ପୂରା ଘଟଣା ଜଣାପଡ଼ିବ।”
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)