/odishatv-khabar/media/post_attachments/uploadimage/library/16_9/16_9_0/snake-123_1626757200.jpg)
snake
ବାଲେଶ୍ୱର(ରଣଜିତ୍ ପାକଳ): ବାଲେଶ୍ୱର ସହରରୁ ଦୁଇଟି ଚମ୍ପା ନାଗ ସାପ ଉଦ୍ଧାର କରାଯାଇଛି। ମିଶନ୍ ଫିଲ୍ଡ ନିକଟରେ ଥିବା ଏକ ହୋଟେଲ ଫାଟକ ପାଖରେ ଗୋଟିଏ ନାଗ ସାପ ବୁଲୁଥିବା ଦେଖିବାକୁ ମିଳିଥିଲା। ଏନେଇ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଏହାପରେ ବନ ବିଭାଗ ସେଠାରୁ ୫୦ରୁ ଅଧିକ ଅଣ୍ଡା ସହ ନାଗ ସାପକୁ ଉଦ୍ଧାର କରିଥିଲା।
Advertisment
ସେହିପରି ତେଲେଙ୍ଗା ସାହିର ଜଣକ ଘର କବାଟ ପାଖରୁ ଆଉ ଗୋଟିଏ ଚମ୍ପା ନାଗ ସାପ ଉଦ୍ଧାର କରଯାଇଛି। ତେବେ ଅଣ୍ଡା ଗୁଡ଼ିକର ଫୁଟିବା ସମୟ ଆସିଥିବାରୁ ଅଣ୍ଡା ଓ ସାପକୁ କୁଲଡ଼ିହା ଅଭୟାରଣ୍ୟରେ ଛଡ଼ାଯିବ ବୋଲି ବନ ବିଭାଗ କହିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)