/odishatv-khabar/media/media_files/2026/01/23/pattamundai-badhu-hatya-2026-01-23-16-54-38.jpg)
Pattamundai Badhu Hatya Photograph: (OTV)
ବୋହୂର ଅଭିଯୋଗ ଶ୍ବଶୁର ପେଟ୍ରୋଲ ଆଣିଲେ, ଶୋଇବା ଘରେ ଢାଳି ଜାଳିଦେଲେ । ଶାଶୁ ପାଖରେ ଥିଲେ ହେଲେ ପ୍ରତିବାଦ କଲେନି । ସବୁ କିଛି ଜଳିଗଲା କିନ୍ତୁ ସେ ବାହାରକୁ ଆସିବାରୁ ବଞ୍ଚିଗଲେ । ଏଥିଲା ଜଣେ ବୋହୂର ଅଭିଯୋଗ ।
ଆଉ ଶ୍ବଶୁର ଓ ସ୍ବାମୀଙ୍କ କଥା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ଶ୍ବଶୁରଙ୍କ କହିବା କଥା ବୋହୂ ସବୁବେଳେ ଶୁଏ । ସଂଧ୍ୟା ୬ଟାରେ ଶୁଏ ରାତି ୧୦ଟାରେ ଉଠେ । ଡାକିଲେ ଶୁଣେନି । ବିଛଣା ଥିଲେ ସିନା ଶୋଇବ । ତେଣୁ ରାଗି ମୁଁ ବିଛଣା ପୋଡ଼ିଦେଲି । ବାପାଙ୍କ ଏହି କଥାକୁ ବି ସମର୍ଥନ ଜଣାଇଛନ୍ତି ପୁଅ ।
ଏ ଘଟଣା ଗତକାଲି ବିଳମ୍ବିତ ରାତିର । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଡାମରପୁର ଗାଁରେ ଘଟିଛି । ଶ୍ବଶୁର ପ୍ରଫୁଲ୍ଲ ରାୟ ବୋହୂ ସସ୍ମିତା ଦାସ ଓ ନାତୁଣୀକୁ ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।
କୁହାଯାଉଛି, ୮ ବର୍ଷ ତଳେ ନିଶ୍ଚିନ୍ତକୋଇଲି ବାଲିପଡ଼ା ଗାଁ ସସ୍ମିତା ଦାସ ପଟ୍ଟାମୁଣ୍ଡାଇ ଡାମରପୁର ଗାଁ ଶୁଶାନ୍ତ ରାୟଙ୍କୁ ବାହା ହୋଇଥିଲେ l ଶୁଶାନ୍ତଙ୍କର ପ୍ରଥମ ପତ୍ନୀଙ୍କ ଦୁଇଟି ଝିଅ ଥିଲା l ପରେ ଦ୍ଵିତୀୟ ପତ୍ନୀଙ୍କ ଗୋଟିଏ ଝିଅ ହେବାରୁ ତାକୁ ବାରମ୍ବାର ଶାଶୁ, ଶ୍ଵଶୁର, ସ୍ୱାମୀ ଶାରୀରିକ ମାନସିକ ନିର୍ଯାତନା ଦେଉଥିଲେ l ତେଣୁ ସସ୍ମିତାଙ୍କୁ ଶ୍ବଶୁର ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିବା ସେ ଅଭିଯୋଗ କରିଛନ୍ତି ।
ବ୍ରହ୍ମଚଣ୍ଡାଳ ରାଗ ଏଠି ସବୁ ଜାଳିପୋଡ଼ି ପାଉଁଶ କରିଛି । ଘର ଭିତରେ ଥିବା ସମସ୍ତ ଆସବାପତ୍ର ନଷ୍ଟ ହୋଇଛି । ଆଉ ଅଳ୍ପକେ ବଞ୍ଚିଯାଇଛି ଦୁଇଦୁଇଟି ଅମୁଲ୍ୟ ଜୀବନ । ତେବେ ଏହି ଘଟଣା କାହିଁକି ଘଟିଲା ତା’ ତଦନ୍ତ ହେଲେ ପ୍ରକୃତ ସତ ପଦାକୁ ଆସିବ ।
Ajith Kumar Fans Go Crazy: ଥିଏଟର କମ୍ପାଇଲା ଅଜିତଙ୍କ ‘ମନକଥା’, ସାର୍ଟ ଉଡିଲା, ସିଟି ବାଜିଲା

Sankha Bhavan Protest: ଶଙ୍ଖଭବନ ଆଗରେ ଅରବିନ୍ଦ ମହାପାତ୍ରଙ୍କ ଶହ ଶହ ସମର୍ଥକ, ଦଳ ମୁଖିଆଙ୍କୁ ମାଗୁଛନ୍ତି ଜବାବ

Attack on Iran: ଆକ୍ରମଣ କରିପାରେ ଆମେରିକା, ଇରାନ ଉପରେ ପଡ଼ିବ ପରମାଣୁ ?

‘Ama Bus’ Accident Triggers Protest: ବାଇକକୁ ଧକ୍କା ଦେଲା 'ଆମ ବସ୍', ଉତ୍ତ୍ୟକ୍ତ ଲୋକ ଟେକାପଥର ମାଡ଼ କରି ଭାଙ୍ଗିଦେଲେ ୩ଟି ବସ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)