Advertisment

Shri Mandir Declares Red Zone: ବଡ଼ଦେଉଳର ସୁରକ୍ଷା ପାଇଁ ବଡ଼ ପଦକ୍ଷେପ, DGCA ରେଡ୍ ଜୋନରେ ଜଗନ୍ନାଥ ଧାମ

ବଡ଼ଦେଉଳର ସୁରକ୍ଷା ପାଇଁ ବଡ଼ ପଦକ୍ଷେପ । DGCA ରେଡ୍ ଜୋନରେ ଜଗନ୍ନାଥ ଧାମ ।ଆଉ ଶ୍ରୀମନ୍ଦିର ଉପରେ ଉଡ଼ିପାରିବନି ଡ୍ରୋନ୍ ।ନିୟମ ଭାଙ୍ଗିଲେ ହେବ ବଡ଼ ଆକ୍ସନ୍  ଶ୍ରୀମନ୍ଦିର ଆକାଶକୁ ଅଧିକରୁ ଅଧିକ ସୁରକ୍ଷିତ ରଖିବାକୁ ଘୋଷଣା ହୋଇଛି ରେଡ୍ ଜୋନ୍।

author-image
Manas Ranjan Mohanty
SRIMANDIRA

SRIMANDIRA Photograph: (OTV)

ବଡ଼ଦେଉଳର ସୁରକ୍ଷା ପାଇଁ ବଡ଼ ପଦକ୍ଷେପ । DGCA ରେଡ୍ ଜୋନରେ ଜଗନ୍ନାଥ ଧାମ ।ଆଉ ଶ୍ରୀମନ୍ଦିର ଉପରେ ଉଡ଼ିପାରିବନି ଡ୍ରୋନ୍ ।ନିୟମ ଭାଙ୍ଗିଲେ ହେବ ବଡ଼ ଆକ୍ସନ୍ 
ଶ୍ରୀମନ୍ଦିର ଆକାଶକୁ ଅଧିକରୁ ଅଧିକ ସୁରକ୍ଷିତ ରଖିବାକୁ ଘୋଷଣା ହୋଇଛି ରେଡ୍ ଜୋନ୍। ଗତ ସେପ୍ଟେମ୍ବର ୨୬ ତାରିଖରୁ ଏହି କଟକଣା ଲାଗିଥିବାବେଳେ ଅବଧି ରହିଛି ୩ ବର୍ଷ। ଅର୍ଥାତ 2028 ସେପ୍ଟେମ୍ବର ୨୫ ଯାଏଁ ରେଡ୍ ଜୋନ୍ ଅଧୀନରେ ରହିବ ଶ୍ରୀମନ୍ଦିର।

Advertisment

ତେବେ କଣ ଏହି ରେଡ୍ ଜୋନ୍ ? ରେଡ୍ ଜୋନରେ କାହାପାଇଁ, କିଭଳି ରହିବ କଟକଣା ? ଡିଜିସିଏ ଗାଇଡଲାଇନ୍ ଅନୁସାରେ- ରେଡ୍ ଜୋନ୍ ନୋ ଫ୍ଲାଇଂ ଜୋନ୍ ସହିତ ଏଠାରେ ଡ୍ରୋନ୍ ଉଡ଼ାଇବା ସମ୍ପୂର୍ଣ୍ଣ ବ୍ୟାନ୍ । କେବଳ କେନ୍ଦ୍ର ସରକାରଙ୍କ ଅନୁମତିରେ ହିଁ କେହି ଡ୍ରୋନ୍ ଉଡ଼ାଇପାରିବେ। ନିୟମ ଉଲ୍ଲଂଘନ କଲେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫାଇନ୍ ଓ ତଦନ୍ତର ବି ସମ୍ମୁଖୀନ ହେବାକୁ ପଡ଼ିବ। ଶ୍ରୀଜଗନ୍ନାଥ ମନ୍ଦିରକୁ RED ZONE ଭାବେ ଘୋଷଣା ହେବାପରେ ଅମାନିଆ ଡ୍ରୋନ୍ ଉଡାଣକାରୀଙ୍କ ଉପରେ ରୋକ୍ ଲାଗିବ ବୋଲି କହିଛନ୍ତି ପୁରୀ ଏସପି । ସେପଟେ ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି ଉଭୟ ସେବାୟତ ଓ ଭକ୍ତ ମହଲ।... 

ବିଭିନ୍ନ ସମୟରେ ଶ୍ରୀମନ୍ଦିରର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି ଉଡ଼ନ୍ତା ଡ୍ରୋନ୍ । କେତେବେଳେ ଶ୍ରୀମନ୍ଦିର ଉପରେ ତ ଆଉ କେତେବେଳେ ଆଖପାଖ ଅଞ୍ଚଳରେ ଡ୍ରୋନ୍ ଉଡ଼ାଇ ନିୟମର ଉଲ୍ଲଂଘନ କରୁଥିଲେ ଅମାନିଆ। ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ବି ଭାଇରାଲ୍ କରୁଥିଲେ। ଏହାକୁ ନେଇ ଖାଲି ଶ୍ରୀମନ୍ଦିରର ସୁରକ୍ଷା ବିପଦରେ ପଡ଼ିନଥିଲା ବରଂ ଶ୍ରଦ୍ଧାଳୁଙ୍କ ମହଲରେ ବି ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। କଡ଼ା ଆଇନ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋରଦାର ହେଉଥିଲା। ଗତକାଲି ଡ୍ରୋନ ଉଡ଼ାଉଥିବା ସମୟରେ ଛତିଶଗଡ଼ର ଜଣେ ଯୁବକଙ୍କୁ ପୋଲିସ କାବୁ କରିବା ସହିତ ରେଡ୍ ଜୋନ୍ ଆକ୍ଟରେ ମାମଲା ରୁଜୁ କରିଥିବା ସୂଚନା ମିଳିଛି। ସେପଟେ ଖୁବଶୀଘ୍ର ରାଜ୍ୟ ସରକାର ମଧ୍ୟ ଆଣ୍ଟି ଡ୍ରୋନ୍ ସିଷ୍ଟମ କାର୍ଯ୍ୟକାରୀ କରିବାକୁ ମତପ୍ରକାଶ ପାଇଛି।... 



ଦେଶର ବିଭିନ୍ନ ସୀମାନ୍ତ ଅଞ୍ଚଳ ସହିତ ଗୁରୁତ୍ବପୂର୍ଣ୍ଣ ଏୟାରପୋର୍ଟ, ସାମରିକ ପ୍ରତିଷ୍ଠାନ ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ରେଡ୍ ଜୋନ ଅନ୍ତର୍ଭୁକ୍ତ କରିଥାଏ ଡିଜିସିଏ। ଏହି ତାଲିକାରେ ଶ୍ରୀମନ୍ଦିର ସାମିଲ ନିଷ୍ପତ୍ତିକୁ ସବୁଠି ପ୍ରଶଂସା କରାଯାଇଛି। ତେବେ ଆଗକୁ ଏହା କିଭଳି କାର୍ଯ୍ୟକାରୀ ହେଉଛି ଏବଂ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଣରେ ସମ୍ପୂର୍ଣ୍ଣ ରୋକ୍ ଲାଗିପାରୁଛି କି ନାହିଁ ତାହା ଉପରେ ନଜର।..

Advertisment
Advertisment
Related Articles
Advertisment