Advertisment

ଏକାମ୍ର କ୍ଷେତ୍ର ପ୍ରାଚୀନ ଐତିହ୍ୟର ସୁରକ୍ଷା ଦାୟିତ୍ୱ କାହାର ?

ଭୁବେନେଶ୍ୱର(ଅର୍ଚ୍ଚନା ଶତପଥୀ): ହଜିଯିବନି ତ ମନ୍ଦିରମାଳିନୀ ସହର ନାଁରେ ଜଣାଶୁଣା ଭୁବନେଶ୍ୱରର ବଳିଷ୍ଠ ପରିଚୟ ? କେବଳ ଛବିରେ ରହିଯିବନି ତ ଏକାମ୍ର କ୍ଷେତ୍ରର ଅନେକ ଅବର୍ଣ୍ଣନୀୟ ଐତିହ୍ୟ ? କାରଣ ଓଡ଼ିଶା ଐତିହ୍ୟର ପରିଚୟ ବହନ କରୁଥିବା କିର୍ତ୍ତୀରାଜୀ ଆଜି ଜରାଜୀର୍ଣ୍ଣ। ଜରାଜୀର୍ଣ୍ଣ ଅବସ୍ଥାରେ ଅଧିକାଂଶ ଐତିହ୍ୟସମ୍ପନ୍ନ ମନ୍ଦିର। କେଉଁଠି ମନ୍ଦିର ମୁଖଶାଳାରେ ଗଛ ତ ପୁଣି କେଉଁଠି ମନ୍ଦିର ଚାରିକଡ଼େ ଛିଡ଼ା ହୋଇଛି କଂକ୍ରିଟ୍ କୋଠାବାଡ଼ି। ଆଉ କେଉଁଠି ମନ୍ଦିର ପାଖେ ଗଦା ହୋଇଛି […]

author-image
Abinash Pati
ଏକାମ୍ର କ୍ଷେତ୍ର ପ୍ରାଚୀନ ଐତିହ୍ୟର ସୁରକ୍ଷା ଦାୟିତ୍ୱ କାହାର ?

ekamra kanan

ଭୁବେନେଶ୍ୱର(ଅର୍ଚ୍ଚନା ଶତପଥୀ): ହଜିଯିବନି ତ ମନ୍ଦିରମାଳିନୀ ସହର ନାଁରେ ଜଣାଶୁଣା ଭୁବନେଶ୍ୱରର ବଳିଷ୍ଠ ପରିଚୟ ? କେବଳ ଛବିରେ ରହିଯିବନି ତ ଏକାମ୍ର କ୍ଷେତ୍ରର ଅନେକ ଅବର୍ଣ୍ଣନୀୟ ଐତିହ୍ୟ ? କାରଣ ଓଡ଼ିଶା ଐତିହ୍ୟର ପରିଚୟ ବହନ କରୁଥିବା କିର୍ତ୍ତୀରାଜୀ ଆଜି ଜରାଜୀର୍ଣ୍ଣ।

Advertisment

ଜରାଜୀର୍ଣ୍ଣ ଅବସ୍ଥାରେ ଅଧିକାଂଶ ଐତିହ୍ୟସମ୍ପନ୍ନ ମନ୍ଦିର। କେଉଁଠି ମନ୍ଦିର ମୁଖଶାଳାରେ ଗଛ ତ ପୁଣି କେଉଁଠି ମନ୍ଦିର ଚାରିକଡ଼େ ଛିଡ଼ା ହୋଇଛି କଂକ୍ରିଟ୍ କୋଠାବାଡ଼ି। ଆଉ କେଉଁଠି ମନ୍ଦିର ପାଖେ ଗଦା ହୋଇଛି କୁଢ଼ କୁଢ଼ ଅଳିଆ। କେବଳ ସେତିକି ନୁହେଁ, ଆବର୍ଜନା ପାଣି ନିଷ୍କାସନର ବି ସେହି ମନ୍ଦିର ବେଢ଼ା ଦେଇ ଯାଉଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଐତିହ୍ୟ ସୁରକ୍ଷାର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ବା ଦାୟିତ୍ୱରେ ଥିବା ପ୍ରତ୍ନତତ୍ତ୍ୱ ବିଭାଗ ଆଖିରେ କିନ୍ତୁ ଏସବୁ ଦୃଶ୍ୟ ପଡୁନି।

[caption id="attachment_243049" align="alignnone" width="998"]publive-image ଏକାମ୍ର କ୍ଷେତ୍ରରେ ଅବହେଳିତ ଐତିହ୍ୟ[/caption]

Advertisment

ତେଣେ ପୁରୁଣା ମନ୍ଦିର ସବୁକୁ ଲାଗି ଯେଉଁମାନେ ଘର କରିଛନ୍ତି ସେମାନେ କହୁଛନ୍ତି ଯେ ଏସବୁ ସେମାନଙ୍କ ବାପ-ଅଜା ଅମଳର ସ୍ଥିତିବାନ୍ ସମ୍ପତ୍ତି। ତା ସହ ଏକାମ୍ର କ୍ଷେତ୍ରର ଗଳି କନ୍ଦିରେ ମନ୍ଦିର ଥିବାରୁ ଧୀରେ ଧୀରେ ଲୋକେ ଘର କରିବା ପରେ ସେସବୁ ଲୁଚି ଯାଉଛି। ତେବେ ଏହାର ସୁରକ୍ଷା କାର୍ଯ୍ୟ ସମ୍ପୂର୍ଣ୍ଣ ସରକାରଙ୍କର ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି।

publive-image

ସେପଟେ ଏହି ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଇନ୍‌ଟାକ୍‌ର ସଭ୍ୟ ଐତିହାସିକ ଅନୀଲ ଧୀର। ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ କାମ ଏକ ବର୍ଷରୁ ଅଧିକ ସମୟ ହେବ ଚାଲିଥିବାବେଳେ ଏଏସଆଇ କାହିଁକି ଚୁପ୍ ବସିଥିଲା ବୋଲି ଶ୍ରୀ ଧୀର ପ୍ରଶ୍ନ ଉଠାଇଛନ୍ତି। ତା ସହିତ ଶୁକଶାରୀ ମନ୍ଦିରର ଚତୁପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ସମୟରେ ଯେଉଁ ଏଏସଆଇ ରାଜ୍ୟ ସରକାରଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ନିଜେ ଆଗରୁ କାହିଁକି ହସ୍ତକ୍ଷେପ କରିନଥିଲା ବୋଲି ସେ କହିଛନ୍ତି।

[caption id="attachment_243050" align="aligncenter" width="996"]publive-image ଏକାମ୍ର କ୍ଷେତ୍ରର ମନ୍ଦିର ପାଖରେ ଅଳିଆ ଗଦା[/caption]

ତେବେ ଏଏସ୍‌ଆଇ ପାଲଟା କହୁଛି ଯେ ରାଜ୍ୟ ସରକାରଙ୍କ କୌଣସି ଜଣେ ହେଲେ ଅଧିକାରୀ ଏକାମ୍ର କ୍ଷେତ୍ରରେ ଥିବା ମନ୍ଦିର ଏବଂ ତା ଆଖପାଖ ଅଞ୍ଚଳର ଉନ୍ନତିକରଣ ସମୟରେ ସେମାନଙ୍କର ମତ ଲୋଡ଼ିନାହାନ୍ତି। ଆଉ ଏଭଳି ଆରୋପ-ପ୍ରତ୍ୟାରୋପ ଭିତରେ ବିଡିଏ କହିଛି, ଆମେ କୌଣସି କିର୍ତ୍ତୀରାଜୀକୁ କ୍ଷତି ପହଞ୍ଚାଇନୁ ବରଂ ଜବରଦଖଲ ମୁକ୍ତ କରିଛୁ।

publive-image

ସପଟେ ଆଜି ପୁଣି ଏକାମ୍ର କ୍ଷେତ୍ରର ଆଉ ୩ଟି ମନ୍ଦିର ବୁଲି ଦେଖିଛନ୍ତି ଏଏସଆଇର ଦୁଇ ଯୁଗ୍ମ ମହାନିର୍ଦ୍ଦେଶକଙ୍କ ସହ ଓଡ଼ିଶା ଶାଖା ମୁଖ୍ୟ। ସେ ଲିଙ୍ଗରାଜ ମନ୍ଦିର, ପାପନାଶିନୀ ଏବଂ ଶୁକଶାରୀ ମନ୍ଦିରର ଭିତର ଏବଂ ବାହାର ସ୍ଥିତି ଯାଞ୍ଚ କରିଛନ୍ତି।

Advertisment
Advertisment