/odishatv-khabar/media/post_attachments/uploadimage/library/16_9/16_9_0/bijaymahapatra_1626333431.jpg)
bijaymahapatra
ଭୁବନେଶ୍ୱର: ହାଇଦରକୁ ଫେରାର କରିଦିଆଯାଇଛି କହିଛନ୍ତି ବିଜେପି ନେତା ବିଜୟ ମହାପାତ୍ର। ସେ କହିଛନ୍ତି ଯେ ସୁପରିକଳ୍ପିତ ଓ ଯୋଜନାବଦ୍ଧ ଭାବେ ହାଇଦରକୁ ଫେରାର କରାଯାଇଛି। ଫେରାରର ସତ୍ୟ ଘଟଣାକୁ ଲୁଚେଇବାକୁ ଚେଷ୍ଟା କରାଯାଇଛି। ପ୍ରଥମେ STF ମୁଖ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ବିଜୟ କହିଛନ୍ତି।
ଡିଜି, STF ମୁଖ୍ୟ, ଏଡିଜି, ଡିସିପି ନିଜ ଦାୟିତ୍ୱ ସଠିକ ତୁଲାନ୍ତୁ। ହାଇଦରକୁ ଖସାଇ ଦେବା ପାଇଁ ଡିସେମ୍ବର ମାସରୁ ପ୍ରସ୍ତୁତି ଚାଲିଥିଲା। ପ୍ରସ୍ତୁତିରେ ଓଡ଼ିଶାର ବଡ଼ ବଡ଼ କିଛି ଅଫିସରଙ୍କ ସଂପୃକ୍ତି ରହିଛି।ସାଧାରଣ ରୋଗୀକୁ ବେଡ୍ ମିଳୁନି, ଗ୍ୟାଙ୍ଗଷ୍ଟରକୁ କ୍ୟାବିନ କେମିତି ମିଳିଲା। ଏସ୍ସିବିରେ କ୍ୟାବିନ ବ୍ୟବସ୍ଥା କିଏ କରିଥିଲା ବୋଲି ବିଜୟ ପଚାରିଛନ୍ତି।
ହାଇଦର ଫେରାର ପଛରେ ରହିଛି ସହଯୋଗୀ ସଲ୍ଲୁର ହାତ ରହିଛି। ସଲ୍ଲୁ ଷଡ଼ଯନ୍ତ୍ରରେ ସାମିଲ ଥିବା କହିଲେ କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି। ସେକ୍ ୟାକୁବ ଓରଫ ସଲ୍ଲୁ ଷଡ଼ଯନ୍ତ୍ରରେ ସାମିଲ ଥିବା ମାନିଛି। ହାଇଦରକୁ ଫେରାର କରାଇବା ଷଡ଼ଯନ୍ତ୍ରରେ ସେ ସାମିଲ ଥିଲା। ସଲ୍ଲୁକୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ। ହାଇଦରକୁ ଧରିବା ପାଇଁ ବଡ଼ ଧରଣର ସର୍ଚ୍ଚ ଅପରେସନ ଚାଲିଛି। ତଦନ୍ତ ସଠିକ ଢଙ୍ଗରେ ଆଗଉଛି ବୋଲି କଟକ ଡିସିପି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)