Advertisment

ଆସିଲା ଶିମିଳିପାଳ ଅଭୟାରଣ୍ୟର ସାଟେଲାଇଟ୍ ଚିତ୍ର

ଭୁବନେଶ୍ୱର: ଯେତେ ଲିଭେଇଲେ ବି ଲିଭୁନି ଶିମିଳିପାଳ ନିଆଁ। ଗୋଟିଏ ପଟେ ଥମିଲେ ଅନ୍ୟ ପଟେ ବିଜୁଳି ବେଗରେ ବ୍ୟାପୁଛି ଜଙ୍ଗଲି ନିଆଁ। ସପ୍ତାହେରୁ ଅଧିକ ସମୟ ଧରି ହୁତୁ ହୁତୁ ଜଳୁଥିବା ଶିମିଳିପାଳ ଅଭୟାରଣ୍ୟ। ଆଉ ନାସା ପକ୍ଷରୁ ଜାରି କରାଯାଇଥିବା ଆଜିର ଏ ସାଟେଲାଇଟ୍ ଚିତ୍ର ବୟାନ କରୁଛି, କେତେ ଉଗ୍ର ଓ ଭୟଙ୍କର ରୂପ ଧାରଣ କରିଛି ଅଭୟାରଣ୍ୟ ଭିତରର ନିଆଁ। ମିଳିଥିବା ସୂଚନା ଅନୁସାରେ ଆଜି ଦୁଧିଆଣି, ତାଳବନ୍ଧ, ଗୁରୁଗୁଡ଼ିଆ, କେନ୍ଦୁମୁଣ୍ଡି, […]

author-image
Chandan Shishu
ଆସିଲା ଶିମିଳିପାଳ ଅଭୟାରଣ୍ୟର ସାଟେଲାଇଟ୍ ଚିତ୍ର

similipal

ଭୁବନେଶ୍ୱର: ଯେତେ ଲିଭେଇଲେ ବି ଲିଭୁନି ଶିମିଳିପାଳ ନିଆଁ। ଗୋଟିଏ ପଟେ ଥମିଲେ ଅନ୍ୟ ପଟେ ବିଜୁଳି ବେଗରେ ବ୍ୟାପୁଛି ଜଙ୍ଗଲି ନିଆଁ। ସପ୍ତାହେରୁ ଅଧିକ ସମୟ ଧରି ହୁତୁ ହୁତୁ ଜଳୁଥିବା ଶିମିଳିପାଳ ଅଭୟାରଣ୍ୟ। ଆଉ ନାସା ପକ୍ଷରୁ ଜାରି କରାଯାଇଥିବା ଆଜିର ଏ ସାଟେଲାଇଟ୍ ଚିତ୍ର ବୟାନ କରୁଛି, କେତେ ଉଗ୍ର ଓ ଭୟଙ୍କର ରୂପ ଧାରଣ କରିଛି ଅଭୟାରଣ୍ୟ ଭିତରର ନିଆଁ। ମିଳିଥିବା ସୂଚନା ଅନୁସାରେ ଆଜି ଦୁଧିଆଣି, ତାଳବନ୍ଧ, ଗୁରୁଗୁଡ଼ିଆ, କେନ୍ଦୁମୁଣ୍ଡି, ଓ ବରେହିପାଣି ଭଳି ପ୍ରାୟ ୧୦ଟି କୋର ଏରିଆରେ ନିଆଁ ଲାଗିଥିବାରୁ ଏସୁବୁ ସ୍ଥାନକୁ ଆଉ ୩ଟି ଦମକଳ ଯାଇଛି। ସେହିଭଳି ବଫର ଏରିଆରେ ଥିବା ପିଠାବଟା ରେଞ୍ଜ୍ ଖସାଡିହା ଜଙ୍ଗଲରେ ବି ନିଆଁ ବ୍ୟାପୁଛି। ଏଠି ସକାଳୁ ସନ୍ଧ୍ୟା ଯାଏଁ ବନ କର୍ମଚାରୀ ନିଆଁ ଲିଭାଇ ଲିଭାଇ ନୟାନ୍ତ ହେଉଥିଲେ ବି ଅମାନିଆ ନିଆଁ ବୋଲ ମାନୁନି।

Advertisment
୧୦ରୁ ୧୫ ଦିନ ହେଲାଣି ନିଆଁ ଲାଗିଲାଣି। ନିଆଁର ରୂପ ଏତେ ଉଗ୍ର ହେଉଛି, ଆଖି ପୋଡୁଛି। ବିଶେଷ କରି ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଛି। 
-କାର୍ତ୍ତିକ ସାହୁ, ସ୍ଥାନୀୟ ବାସିନ୍ଦା
୫ଟି ଟିମ୍‌ ପାଇଁ ୫ଟି ଗାଡ଼ି ନିୟୋଜିତ କରାଯାଇଛି। ସଂରକ୍ଷିତ ଟ୍ୟାଙ୍କରେ ପାଣି ନିଆଯାଇ ଯୁଦ୍ଧକାଳୀନ ଭିତ୍ତିରେ ନିଆଁ ଲିଭାଯାଉଛି। ଘଞ୍ଚଜଙ୍ଗଲରେ ନିଆଁ ଲିଭାଇବା ଆମ ପାଇଁ ଚ୍ୟାଲେଞ୍ଜ ହୋଇଛି।  
-ପ୍ରକାଶ କୁମାର ଜେନା, ସହକାରୀ ଫାୟାର ଅଫିସର, ମୟୂରଭଞ୍ଜ
Advertisment

ଗଲା କିଛି ଦିନ ଧରି ଏସିଆ ମହାଦେଶର ଏହି ସର୍ବବୃହତ ଜୈବମଣ୍ଡଳରେ ନିଆଁ ଲାଗିବାକୁ ନେଇ ରାଜନୈତିକ ତମ୍ବି ତୋଫାନ ପରେ ପ୍ରଶାନକିକ କଳ ଅଧିକ ତତ୍ପର ହୋଇଥିଲା। ହେଲେ ନିଆଁ ଏଯାଏଁ ସମ୍ପୂର୍ଣ୍ଣ ଆୟତ୍ତକୁ ଆସିନଥିବା ବେଳେ ଆଜି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ବାରିପଦା ରେଞ୍ଜର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଘଟଣା ପାଇଁ ସେ ବନ ବିଭାଗକୁ ଦାୟୀ କରିଛନ୍ତି। ସେପଟେ ଶିମିଳିପାଳ ଅଭୟାରଣ୍ୟର ନିଆଁ ନିୟନ୍ତ୍ରଣରେ ଅଛି ଏବଂ ସ୍ଥିତି ଗୁରତର ନୁହେଁ ବୋଲି ଦୁଇ ଦିନ ଧରି ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରୁଥିବା ଓ୍ୱାଇଲ୍ଡ ଲାଇଫ୍ ପିସିସିଏଫ୍ ଶଶୀ ପଲ କହିଛନ୍ତି।

ଏପଟେ ଖାଲି ଶିମିଳିପାଳ ନୁହେଁ, ସମାନ ଢଙ୍ଗରେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଜଳି ଚାଲିଛି ଜଙ୍ଗଲ। କନ୍ଧମାଳ ଜିଲ୍ଲାର
କୋଟଗୋଡ଼ ଅଭୟାରଣ୍ୟର, ବାଲିଗୁଡ଼ା ବନଖଣ୍ଡର ତୁମୁଡ଼ିବନ୍ଧ ବନାଞ୍ଚଳରେ ନିଆଁ ଲାଗିଥିବାରୁ ହଜାର ହଜାର ସଂଖ୍ୟାରେ ମୁଲ୍ୟବାନ ଔଷଧୀୟ ବୃକ୍ଷଲତା ପୋଡ଼ିଗଲାଣି। ସେପଟେ ଆଜି ଗୋଟିଏ ଦିନରେ ରାଜ୍ୟର ୨୩୩ଟି ସ୍ଥାନରେ ଜଙ୍ଗଲ ଜଳୁଥିବା ନେଇ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ FSI ତଥ୍ୟ ଦେଇଛି। ଏପଟେ ଖରାଦିନେ ଜଙ୍ଗଲ ନିଆଁକୁ କେମିତି ରୋକିହେବ, ସେ ନେଇ ଲୋକଙ୍କୁ ସଜାଗ କରିବାକୁ ବାଲେଶ୍ୱର ଜିଲ୍ଲା ନୀଳଗିରିରେ ବନ ବିଭାଗ ସଚେତନତା ରଥ ବୁଲାଇଛି।

Fire In Similipal Forest
Advertisment
Advertisment