/odishatv-khabar/media/post_attachments/uploadimage/library/16_9/16_9_0/4343434_1625928953.jpg)
4343434
କଟକ: ଶାରଦୀୟ ଦୁର୍ଗାପୂଜା ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ଓଡ଼ିଶାର ବିଭିନ୍ନ ଶକ୍ତିପୀଠ। ଏହି ଶକ୍ତିପୀଠମାନଙ୍କରେ ମୂଳାଷ୍ଟମୀଠାରୁ ମା’ଙ୍କର ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଥିବାବେଳେ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ ଚର୍ଚ୍ଚିକାଙ୍କ ପୀଠରେ ସ୍ୱତନ୍ତ୍ର ରୀତିନୀତି ଓ ପରମ୍ପରା ସହ ଚାଲିଛି ପୂଜା ।
ବାଦ୍ୟ ଓ ଘଣ୍ଟଘଣ୍ଟା ଶବ୍ଦରେ ଉଛୁଳି ପଡୁଛି ବାଙ୍କିର ଆରାଧ୍ୟ ଦେବୀ ମା’ ଚର୍ଚ୍ଚିକାଙ୍କ ପୀଠ । ଚାଲିଛି ଷୋଡ଼ଶ ଉପଚାର ପୂଜା। ଏହି ସ୍ୱତନ୍ତ୍ର ପୂଜାରେ ପ୍ରତିଦିନ ଭୋରୁ ମା’ଙ୍କୁ ମାଜଣା କରାଯାଇ ପାଟବସ୍ତ୍ରରେ ସଜ୍ଜିତ କରାଯାଇଥାଏ । ମା’ଙ୍କୁ ମଙ୍ଗଳା ଆଳତି ଓ ଦ୍ୱାରପାଳ ପୂଜା ସହ ସକାଳ ଧୂପରେ ମାଣ୍ଡୁଅ ଭୋଗ ଲାଗି କରାଯାଏ ।
ଏହି ଦିନରେ ମା’ଙ୍କ ପୀଠରେ ସପ୍ତସତୀ ଚଣ୍ଡୀ ପାଠ କରାଯାଇଥାଏ । ମହାଷ୍ଟମୀ ଦିନରେ ମା’ ଚର୍ଚ୍ଚିକା ୧୦୮ ମୁଣ୍ଡ ମାଳରେ ସଜ୍ଜିତ ହୋଇ ମହିଷାମର୍ଦ୍ଦିନି ବେଶରେ ଭକ୍ତକୁ ଦର୍ଶନ ଦେଇଥାନ୍ତି । ଏହି ସମୟରେ ମା’ଙ୍କୁ ଦର୍ଶନ କଲେ ଅନେକ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଥିବାରୁ ପୀଠରେ ଅନେକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ ବୋଲି କୁହାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)