/odishatv-khabar/media/post_attachments/uploadimage/library/16_9/16_9_0/op-1_1627281030.jpg)
op
ପୁରୀ: ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥକାଠ। ଆଜି ସକାଳୁ ମୋଟ ୪୨ ଖଣ୍ଡ କାଠ ଆସି ରଥଖଳାରେ ପହଞ୍ଚିଛି। ଏଥିରେ ୨୦ ଫୁଟିଆ ଅସନ କାଠ ୫ଟି, ୧୨ ଫୁଟିଆ ଧଉରା କାଠ ୧୧ଟି ଓ ୨୦ ଫୁଟିଆ ଧଉରା କାଠ ୨୬ ଖଣ୍ଡ ରହିଛି। ଆଜି ଷଷ୍ଠ ଟ୍ରିପ୍ ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଛି।
Advertisment
/odishatv-khabar/media/post_attachments/wp-content/uploads/2020/04/ratha.jpg)
ଆସନ୍ତା ୨୬ ତାରିଖ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥ କାଠ ଅନୁକୁଳ ହେବ। ସବୁଠୁ ବଡ଼ କଥା ହେଉଛି, ଏପ୍ରିଲ ୩୦ ପର୍ଯ୍ୟନ୍ତ ରାଜ୍ୟରେ ଲକ୍ଡାଉନ୍ କଟକଣାକୁ ବଢ଼ାଇ ଦିଆଯାଇଛି। ଏହା ଭିତରେ କିଭଳି ସାମାଜିକ ଦୂରତ୍ୱ ବଜାୟ ରଖାଯାଇ ରଥ କାଠ ଅନୁକୁଳ ହେବ, ତା ଉପରେ ସମସ୍ତଙ୍କ ନଜର ରହିଛି।
/odishatv-khabar/media/post_attachments/wp-content/uploads/2020/04/ଈଓଊପୋ.jpg)
ଅନ୍ୟପଟେ ପୁରୀ ଶ୍ରୀମନ୍ଦିର ଚାରିପାଖେ ସାନିଟାଇଜ୍ କରାଯାଉଛି। ପୁର ପ୍ରଶାସନ ପକ୍ଷରୁ ସାନିଟାଇଜିଂ କାମ ଚାଲୁ ରହିଛି। ଆବଶ୍ୟକ ପଡ଼ିଲେ ଅନୁମତି ମିଳିଲେ ମନ୍ଦିର ଭିତର ସାନିଟାଇଜ୍ ହୋଇପାରେ ବୋଲି ନିୟୋଜିତ ଅଫିସର୍ କହିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)