Advertisment

ଅବହେଳାରେ ରକ୍ତ ତୀର୍ଥ

ଭଦ୍ରକ: ସ୍ୱାଧୀନତା ସଂଗ୍ରାମ ପାଇଁ ଘଟିଥିବା ଲୋମହର୍ଷଣ ଘଟଣା ଇରମ ହତ୍ୟାକାଣ୍ଡକୁ ପୂରିଛି ୭୭ ବର୍ଷ।  ୧୯୪୨ ମସିହା ଆଜିର ଦିନରେ ଘଟିଥିଲା ଏହି ଅମାନବୀୟ କାଣ୍ଡ। ଯେଉଁଥିରେ ୨୯ ଜଣ ସ୍ୱାଧୀନତା ସଂଗ୍ରାମୀ ସହିଦ ହୋଇଥିଲେ। ଏହାସହ ୫୬ ଜଣ ସ୍ୱାଧୀନତା ସଂଗ୍ରାମୀ ଗୁରୁତର ଆହତ ହୋଇଥିଲେ। ଇଂରେଜଙ୍କ କବଳରୁ ପରାଧୀନ ଭାରତର ମୁକ୍ତି ପାଇଁ ଇରମରେ ଏକାଠି ହୋଇଥିବା ଶତାଧିକ ନିରସ୍ତ୍ର ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଗୁଳି ଚଳାଇଥିଲେ ଇଂରେଜ। ତେବେ ଆଜି ଦିନକୁ […]

author-image
Abinash Pati
ଅବହେଳାରେ ରକ୍ତ ତୀର୍ଥ

erom

ଭଦ୍ରକ: ସ୍ୱାଧୀନତା ସଂଗ୍ରାମ ପାଇଁ ଘଟିଥିବା ଲୋମହର୍ଷଣ ଘଟଣା ଇରମ ହତ୍ୟାକାଣ୍ଡକୁ ପୂରିଛି ୭୭ ବର୍ଷ।  ୧୯୪୨ ମସିହା ଆଜିର ଦିନରେ ଘଟିଥିଲା ଏହି ଅମାନବୀୟ କାଣ୍ଡ। ଯେଉଁଥିରେ ୨୯ ଜଣ ସ୍ୱାଧୀନତା ସଂଗ୍ରାମୀ ସହିଦ ହୋଇଥିଲେ।

Advertisment

ଏହାସହ ୫୬ ଜଣ ସ୍ୱାଧୀନତା ସଂଗ୍ରାମୀ ଗୁରୁତର ଆହତ ହୋଇଥିଲେ। ଇଂରେଜଙ୍କ କବଳରୁ ପରାଧୀନ ଭାରତର ମୁକ୍ତି ପାଇଁ ଇରମରେ ଏକାଠି ହୋଇଥିବା ଶତାଧିକ ନିରସ୍ତ୍ର ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଗୁଳି ଚଳାଇଥିଲେ ଇଂରେଜ। ତେବେ ଆଜି ଦିନକୁ ମହାନ ସଂଗ୍ରାମୀଙ୍କ ବଳିଦାନକୁ ମନେ ପକାଇ ପାଳନ କରାଯାଇଛି ସହିଦ ଦିବସ। ଭଦ୍ରକ ଜିଲ୍ଲା ଇରମକୁ ପର୍ଯ୍ୟଟନସ୍ଥଳୀ ଭାବେ ଘୋଷଣା କରାଯାଇଥିଲେ ମଧ୍ୟ ଆବଶ୍ୟକୀୟ ଉନ୍ନତି ହୋଇନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।

Advertisment
Advertisment