/odishatv-khabar/media/post_attachments/uploadimage/library/16_9/16_9_0/rukuna-ratha_1626071721.jpg)
rukuna ratha
ଭୁବନେଶ୍ୱର: ଆଜି ଅଶୋକାଷ୍ଟମୀ। କିନ୍ତୁ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ହେବ ନା ନାହିଁ, ତାକୁ ନେଇ ଏବେବି ସସ୍ପେନ୍ସ ଲାଗି ରହିଛି । ସରକାରଙ୍କ କୋଭିଡ୍-୧୯ ସଂପର୍କିତ ବିଜ୍ଞପ୍ତିରେ ୫ ଜଣରୁ ଅଧିକ ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ଏକାଠି ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ତେବେ ଶ୍ରୀ ଜିଉଙ୍କ ରଥ ପ୍ରତିଷ୍ଠା ଓ ତତ୍ ସଲଗ୍ନ ଅନ୍ୟ କାର୍ଯ୍ୟକ୍ରମ ପାଇଁ ୫ରୁ ଅଧିକ ସେବାକାରୀଙ୍କ ସେବା ଅନିବାର୍ଯ୍ୟ ଥିବାର ଏହା ସମ୍ଭବପର ନୁହେଁ ବୋଲି ଦର୍ଶାଇଛି ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ।
ଏନେଇ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ନିଯୋଗ ସଂପାଦକଙ୍କୁ ଚିଠି ଲେଖାଯାଇଛି । ପରବର୍ତ୍ତୀ ନୀତିକାନ୍ତି ଯଥାରୀତି ପରିଚାଳନା କରିବାକୁ ଚିଠିରେ ନିଯୋଗ ସଂପାଦକଙ୍କୁ ଅନୁରୋଧ କରାଯାଇଛି। ସେପଟେ ପ୍ରଶାସନ ପକ୍ଷରୁ ରଥପ୍ରତିଷ୍ଠା କାର୍ଯ୍ୟ ବନ୍ଦ କରାଯାଇଥିବାରୁ ପରବର୍ତ୍ତୀ ନୀତି ହେବ ନାହିଁ ବୋଲି ବଡୁ ନିଯୋଗ ସମ୍ପାଦକ କହିଛନ୍ତି ।
ସୂଚନାଥାଉ କି, ରଥଯାତ୍ରାର ପୂର୍ବଦିନ ସନ୍ଧ୍ୟାଧୂପ ପରେ ମୁକ୍ତେଶ୍ୱର ମରିଚୀକୁଣ୍ଡରୁ ଜଳ ଅଣାଯାଇ ରଥ ପ୍ରତିଷ୍ଠା କରାଯାଇଥାଏ ।ତାହା ମଧ୍ୟ ହୋଇନି। ରାତିରେ ପହଡ଼ ବି ପଡ଼ିନି। ଏହାସହ ଆଜି ସକାଳୁ ହେବାକୁ ଥିବା ବିଭିନ୍ନ ନୀତିକାନ୍ତି ବି ହୋଇନି। ତେଣୁ ରଥଯାତ୍ରା ହେବ କି ନାହିଁ ତାକୁ ନେଇ ସଂଶୟ ଦେଖାଦେଇଛି। ଅନ୍ୟପକ୍ଷେ ଚ ଯଦି ରୁକୁଣା ରଥଯାତ୍ରା ଚଳିତ ବର୍ଷ ହେବନି ତେବେ ବର୍ଷ ସାରା କୌଣସି ନୀତିକାନ୍ତି ହେବନି ବୋଲି ସୂଚନା ଦେଇଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଜୀ ନାରାୟଣ ପତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)