/odishatv-khabar/media/post_attachments/uploadimage/library/16_9/16_9_0/accident-12_1626759532.jpg)
accident
କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ଟିକରପଙ୍ଗା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।
Advertisment
ମୃତ ବ୍ୟକ୍ତିଙ୍କ ନାଁ ଗୋଲକ ମହାନ୍ତି। ତାଙ୍କ ଘର ଟିକରପଙ୍ଗାରେ। ଗୁରୁତର ଆହତଙ୍କୁ ପାରାଦୀପ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ ଏକ ଟାଟା ମ୍ୟାଜିକ୍ ଗାଡ଼ି ଜାତୀୟ ରାଜପଥ ୫ (କ)ରେ ପାରାଦୀପ ଅଭିମୁଖେ ଯାଉଥିବା ବେଳେ ଟିକରପଙ୍ଗା ନିକଟରେ ଏକ ୧୦ ଚକିଆ ଟ୍ରକ୍ ଏହାକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳର ହିଁ ଗୋଲକଙ୍କ ମୃତ୍ୟୁ ଘଟିଥିଲା।
Advertisment
ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। କ୍ଷତିପୂରଣ ଦାବିରେ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)