• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ବଡ଼ଡାଳିମାରେ ସିରିଜି ଦୁର୍ଘଟଣା । ଲୁହାପଥର ବୋଝେଇ ଗୋଟିଏ ଟ୍ରକ ଭାରସାମ୍ୟ ହରାଇ ମାଡ଼ି ଯିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ କକା ପୁତୁରା ଅଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବଡ଼ ଡାଳିମା ବାସିନ୍ଦା ମୃତଦେହ ରଖି ଜାତୀୟ ରାଜପଥ ୨୨୦କୁ ଅବରୋଧ କରିଛନ୍ତି ।

ଫଳରେ ରାଇରାଙ୍ଗପୁର-ଜାମସେଦପୁରକୁ ଯାତାୟତରେ ବଧା ଉପୁଜିଛି । ରାଇରଙ୍ଗପୁର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାଇବା ଲାଗି ଉଦ୍ୟମ କରିଛନ୍ତି ।

ଗୁରୁବାର ବିଳମ୍ବିତ ରାତିରେ ବଡ଼ ଡାଳିମାରେ କକା ଓ ପୁତୁରା ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ବାଦାମପାହାଡ଼ ଖଣିରୁ ଆସୁଥିବା ଲୁହାପଥର ବୋଝେଇ ଟ୍ରକ ତାଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ପୁତୁରା ସିପୁ ବିହାରୀଙ୍କର ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ କକା ତରଣୀ ବିହାରୀଙ୍କୁ ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଟ୍ରକଟି ଆଉ ଜଣେ ବାଇକ୍ ଆରୋହୀ ବେରା ନାଏକଙ୍କୁ ମଧ୍ୟ ଧକ୍କା ଦେଇଥିଲା । ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

Road-accident-at-mayurbhanj-3-died
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories