/odishatv-khabar/media/post_attachments/uploadimage/library/16_9/16_9_0/accident-124_1626760679.jpg)
accident
ଅନୁଗୁଳ(ବିରଜା ପ୍ରସାଦ ଦାସ): ଅନୁଗୁଳ ଥାନା ଅନ୍ତର୍ଗତ ପିଟିସି ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି। ଟ୍ରକ୍ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ତୁରଙ୍ଗ ଗାଁର ଦୀପକ ନାଏକ, କାଳିଆ ନାଏକ ଓ ଦିଲୀପ ନାଏକ।
Advertisment
ଗତକାଲି ରାତି ପ୍ରାୟ ୧.୩୦ରେ ସେମାନେ ଏକ ସ୍କୁଟିରେ ଦଣ୍ଡ ନାଚ ଦେଖି ତୁରଙ୍ଗକୁ ଫେରୁଥିବା ବେଳେ ପଛପଟୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଦୀପକ ଓ କାଳିଆଙ୍କ ମୃତ୍ୟୁ ଘଟିଥିଲା। ତେବେ ଗୁରୁତର ଦିଲୀପଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଟ୍ରକ୍ଟି ସ୍କୁଟିକୁ ପ୍ରାୟ ଏକ କିଲୋମିଟର ଯାଏ ଘୋଷାଡି ନେଇଥିଲା।
ଟ୍ରକ୍ଟି ଅନୁଗୁଳରୁ କଟକ ଅଭିମୁଖେ ଯାଉଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)