/odishatv-khabar/media/media_files/2026/02/15/kapilasa-jagar-2026-02-15-16-40-23.jpg)
Kapilasa Jagar Photograph: (OTV)
କପିଳାସ ପୀଠରେ ମହାଦେବ ଉପବାସ । ସେବାୟତଙ୍କ ଜିଦ୍ ପାଇଁ ଶ୍ରୀ ଚନ୍ଦ୍ରଶେଖର ଜିୟୁଙ୍କ ନୀତିକାନ୍ତି ବନ୍ଦ । ପୋଲିସ-ସେବାୟତ କଳି, ଭକ୍ତ ନିରାଶ । ଉପଜିଲ୍ଲାପାଳଙ୍କ କ୍ଷମା ପ୍ରାର୍ଥନା ପରେ ଏବେ ଆରମ୍ଭ ହୋଇଛି ବାବା ଚନ୍ଦ୍ରଶେଖର ଜିୟୁଙ୍କ ନୀତିକାନ୍ତି ।
ଆଜି ପବିତ୍ର ଜାଗର । ଢେଙ୍କାନାଳର ପ୍ରସିନ୍ଧ ଶୌବ ପୀଠ କପିଳାସ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଛି । ହେଲେ ଦେଖିବାକୁ ମିଳିଛି ଅବ୍ୟବସ୍ଥା । ବାବାଙ୍କ ନିତି ବନ୍ଦ କରି ଧାରଣାରେ ବସିଥିଲେ ସେବାୟତ ଓ ଛତିଶା ନିଯୋଗ । ଫଳରେ ଦିନ ୧୦ଟା ଯାଏଁ ବାବାଙ୍କୁ ଉପବାସ ରହିବାକୁ ପଡ଼ିଥିଲା ।
ପରେ ଏନେଇ ଖବର ପାଇବା ପରେ ଉପ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି କ୍ଷମା ପ୍ରାର୍ଥନା କରିବା ସହ ପ୍ରତିଶ୍ରୁତି ଦେବା ପରେ ହଟିଛି ସେବାୟତ ଓ ଛତିଶା ନିଯୋଗଙ୍କ ଧାରଣା ।
ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ମନମାନିକୁ ନେଇ ତାତିଥିଲେ ସେବାୟତ । ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜିୟୁଙ୍କ ନୀତିକାନ୍ତି ବନ୍ଦ କରିବା ସହ ଜଗନ୍ନାଥ ମନ୍ଦିରରେ ଧାରଣାରେ ବସିଥିଲେ । କାହାକୁ ମନ୍ଦିରକୁ ଛାଡ଼ିବାକୁ ଅନୁମତି ଦେଉନଥିଲେ । ପରେ ଉପଜିଲ୍ଳାପଳ ବିଭୁଦ ଗଡ଼ନାୟକ ପହଞ୍ଚି ବୁଝାସୁଝା କରିଥିଲେ ।
ପ୍ରତିଶ୍ରୁତି ଦେଇ କହିଥିଲେ, ଆସନ୍ତା ୨୦ ତାରିଖରେ ଗୁରୁତ୍ବପୁର୍ଣ୍ଣ ବୈଠକ ବସିବ । ବୈଠକରେ ସେବାୟତ ଛତିଶାନିଯୋଗ ଓ ପ୍ରଶାସନ ଉପସ୍ଥିତିରେ ଅବ୍ୟବସ୍ଥା ନେଇ ଆଲୋଚନା ହେବ । ଏଭଳି ପ୍ରତିଶ୍ରୁତି ପାଇବା ପରେ ହଟିଥିଲା ସେବାୟତଙ୍କ ଧାରଣା ଏବଂ ଆରମ୍ଭ ହୋଇଥିଲା ମହାଦେବଙ୍କ ନୀତିକାନ୍ତି ।
ତେବେ କପିଳାସରେ ବାବାଙ୍କ ନୀତି ବନ୍ଦ ଏବଂ ସେବାୟତଙ୍କ ଧାରଣା ଆଉ କିଛି ନୂଆନୁହେଁ । ଗତ ବର୍ଷ ମଧ୍ୟ ଏଭଳି ଅବ୍ୟବସ୍ଥା ଉପୁଜିଥିଲା । ବାରମ୍ବାର ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ହେଉଥିବାରୁ ଏବେ ଏହାର ସ୍ଥାୟୀ ସମାଧାନ ଦାବି କରିଛନ୍ତି ସମସ୍ତ ସେବାୟତ ।
Bindu Sagar Set for Heritage Status: ବିନ୍ଦୁ ସାଗର ପୁଷ୍କରିଣୀ ହେବ ହେରିଟେଜ୍ ହ୍ରଦ, ଏକ ଇଣ୍ଟରପ୍ରିଟେସନ୍ ସେଣ୍ଟର କରାଯିବାର ରହିଛି ପ୍ରସ୍ତାବ

Valentine’s Day Horror: ଭାଲେଣ୍ଟାଇନ୍ସ ଡେରେ ପ୍ରେମ, ଗୁଳି: କାର ଭିତରୁ ପ୍ରେମିକ-ପ୍ରେମିକାଙ୍କ ମୃତଦେହ ଉଦ୍ଧାର

Fake Doctor Busted: ବିଏ ସ୍ନାତକ ନିଜକୁ ସର୍ଜନ ବୋଲି ପରିଚୟ ଦେଇ ଚଲାଉଥିଲେ ବେଆଇନ କ୍ଲିନିକ୍, ମହିଳାଙ୍କ ମୃତ୍ୟୁ ପରେ ଗିରଫ

Love, Betrayal, Murder: ଇନଷ୍ଟାଗ୍ରାମରେ ଫସାଇଲା, ବାହାହେବାକୁ କହିବାରୁ ମାରିକି ଫିଙ୍ଗିଦେଲା ବିବାହିତ ପ୍ରେମିକ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)