Advertisment

Valentine’s Day Horror: ଭାଲେଣ୍ଟାଇନ୍ସ ଡେରେ ପ୍ରେମ, ଗୁଳି: କାର ଭିତରୁ ପ୍ରେମିକ-ପ୍ରେମିକାଙ୍କ ମୃତଦେହ ଉଦ୍ଧାର

କାରରୁ ସୁମିତ ଏବଂ ରେଖାଙ୍କ ମୃତଦେହ ଗୁଳିବିଦ୍ଧ ଅବସ୍ଥାରେ ମିଳିଥିଲା। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ସୁମିତ ପ୍ରଥମେ ରେଖାଙ୍କୁ ଗୁଳି କରିଥିଲେ ଏବଂ ପରେ ନିଜ ଉପରକୁ ପିସ୍ତଲ ବୁଲାଇ ଗୁଳି କରିଥିଲେ।

author-image
Tapan Swain
Valentines Day Tragedy

Valentines Day Tragedy Photograph: (OTV)

ପ୍ରେମ ଦିବସରେ ପାର୍କିଂ ହୋଇଥିବା ଏକ କାର ଭିତରୁ ପ୍ରେମିକ-ପ୍ରେମିକାଙ୍କ ମୃତଦେହ ମିଳିଛି। ସୁମିତ ଏବଂ ରେଖାଙ୍କର ଗୁଳିମାଡ଼ରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସେମାନଙ୍କ ବୟସ ପ୍ରାୟ ୩୦ ବର୍ଷ ପାଖାପାଖି ହେବ । ନୋଏଡା ସେକ୍ଟର ୩୯ ନିକଟରେ ଏକ ଟାଟା ଅଲଟ୍ରୋଜରେ ମୁଣ୍ଡରେ ଗୁଳି ବାଜିଥିବା ଅବସ୍ଥାରେ ମୃତଦେହ ମିଳିଥିଲା। ମୃତ୍ୟୁ ପୂର୍ବରୁ ଶେଷ ମୁହୂର୍ତ୍ତରେ କ’ଣ ଘଟିଥିଲା ତାହା ପୋଲିସ ତଦନ୍ତ କରୁଛି । ପ୍ରାଥମିକ ତଦନ୍ତରୁ ଏହା ପ୍ରେମ ସମ୍ପର୍କ ସହିତ ଜଡିତ ବୋଲି କୁହାଯାଉଛି ।

Advertisment

ପୋଲିସ କହିଛି ଯେ ସୁମିତଙ୍କ ହାତରେ ଏକ ପିସ୍ତଲ ଥିଲା । ସେ କାରର ଡ୍ରାଇଭର ସିଟରେ ମୃତ ଅବସ୍ଥାରେ ଥିଲେ। କାରଟି ଭିତର ପଟୁ ବନ୍ଦ ଥିଲା। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ସୁମିତ ପ୍ରଥମେ ରେଖାଙ୍କୁ ଗୁଳି କରିଥିଲେ ଏବଂ ପରେ ନିଜ ଉପରକୁ ପିସ୍ତଲ ବୁଲାଇ ଗୁଳି କରିଥିଲେ। କାରରୁ କାର୍ଟ୍ରିଜ୍ ମଧ୍ୟ ମିଳିଛି।

ତଥାପି ମୃତ ବ୍ୟକ୍ତିଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ହତ୍ୟା କରାଯାଇ ଥାଇପାରେ, ସେମାନେ ଜାତିଭିତ୍ତିକ ଧମକର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି। ଏହି ବାହାଘର ପ୍ରସ୍ତାବରେ ଝିଅ ଘର ଖୁସି ନଥିଲେ । ସେମାନଙ୍କୁ ଗାଳିଗୁଲଜ କରୁଥିଲେ। ସୁମିତଙ୍କ ପରିବାରକୁ ଅନ୍ତର୍ଜାତୀୟ ନମ୍ବରରୁ ପୋଲିସ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେବା ସହିତ ଧମକ ମଧ୍ୟ ମିଳିଥିଲା ବୋଲି ସେମାନେ କହିଛନ୍ତି।

Advertisment

ଜାତିଭେଦର ଶିକାର !

ସୁମିତଙ୍କ ଜଣେ ସମ୍ପର୍କୀୟ ଭାଇ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ହତ୍ୟା କରାଯାଇଛି ଏବଂ ସେମାନେ ଜାତିଭେଦର ଶିକାର ହୋଇଛନ୍ତି। ସେ କହିଛନ୍ତି ଯେ ଏହି ପ୍ରେମିକ-ପ୍ରେମିକା ୧୦ ବର୍ଷରୁ ଅଧିକ ସମୟ ଧରି ସମ୍ପର୍କରେ ଥିଲେ ଏବଂ ସେମାନଙ୍କ ପରିବାର ଏ ବିଷୟରେ ଅବଗତ ଥିଲେ।

ସୁମିତଙ୍କ ଜଣେ ସମ୍ପର୍କୀୟ କହିଛନ୍ତି ଯେ ସେମାନେ ପ୍ରାୟ ୧୫ ବର୍ଷ ଧରି ଏକାଠି ବୁଲାବୁଲି କରୁଥିଲେ, ଏବଂ ଝିଅଟି ସେମାନଙ୍କ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲା। ଆମ ପକ୍ଷରୁ କେବେ କୌଣସି ଚାପ ପଡ଼ିନଥିଲା।

ସେମାନଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ଅଭିଯୋଗ କରି ସେ କହିଛନ୍ତି ଯେ ଯେଉଁଠାରେ କାରଟି ମିଳିଛି ତାହା ମହିଳାଙ୍କ ସାଲାରପୁର ଗ୍ରାମଠାରୁ ଅଳ୍ପ ଦୂରରେ ଥିଲା ଏବଂ ପରିସ୍ଥିତିକୁ ସନ୍ଦେହଜନକ ବୋଲି ସେ ବର୍ଣ୍ଣନା କରିଛନ୍ତି।

ରେଖା ନୋଏଡା ସେକ୍ଟର 58ର ବାସିନ୍ଦା ଥିଲେ, ସୁମିତ ଦିଲ୍ଲୀର ତ୍ରିଲୋକପୁରୀରେ ରହୁଥିଲେ। ଉଭୟ ଶୁକ୍ରବାରଠାରୁ ଘରୁ ନିଖୋଜ ଥିଲେ। ପୋଲିସ କହିଛି ଯେ ସେମାନଙ୍କ ପରିବାର ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ।

ସୁମିତଙ୍କ ଦ୍ଵାରା ଛାଡିଯାଇଥିବା ଏକ ନୋଟରେ କୁହାଯାଇଛି ଯେ ସେ ଏବଂ ରେଖା ଗତ ୧୫ ବର୍ଷ ଧରି ସମ୍ପର୍କରେ ଥିଲେ। ସେ ଦାବି କରିଥିଲେ ଯେ ରେଖା ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ, ସେ ନିକଟରେ ଜାଣିବାକୁ ପାଇଲେ ଯେ ସେ ଅନ୍ୟ କାହାକୁ ବିବାହ କରିବାକୁ ଯାଉଛନ୍ତି।

ମୃତ ମହିଳାଙ୍କ ଜଣେ ସମ୍ପର୍କୀୟ ଭାଇ କହିଛନ୍ତି ଯେ ସୁମିତ ତାଙ୍କୁ ବହୁତ ଦିନ ଧରି ପିଛା କରୁଥିଲେ।
ପୋଲିସ ପ୍ରଥମେ ଏହାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରିଥିଲେ ମଧ୍ୟ ପରେ ଏହା ପ୍ରେମ ସମ୍ପର୍କର ଏକ ଭୁଲ ଘଟଣା ବୋଲି ଜଣାପଡ଼ିଥିଲା। 

ଏକ ବିବୃତିରେ ପୋଲିସ କହିଛି ଯେ ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଛି। ବରିଷ୍ଠ ପୋଲିସ ଅଧିକାରୀ ଏବଂ ଏକ ଫୋରେନସିକ୍ ଦଳ ଘଟଣାସ୍ଥଳ ଯାଞ୍ଚ କରିଛନ୍ତି। ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଏକ ହ୍ୱାଟସଆପ୍ ମେସେଜକୁ ନେଇ ଅଧିକ ଖୋଳତାଡ କରୁଛି ପୋଲିସ ।  

Lovebirds Found Dead Deadbody
Advertisment
Related Articles
Advertisment