Advertisment

ସୁଶାନ୍ତ ସିଂ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତିଙ୍କ ଭୁବନେଶ୍ୱର ଲିଙ୍କ୍

ଭୁବନେଶ୍ୱର: ସୁଶାନ୍ତ ସିଂ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତିଙ୍କ ଭୁବନେଶ୍ୱର ଲିଙ୍କ୍ ଥିବା ଚର୍ଚ୍ଚା ହେଉଛି। ଡିଲିଟ୍ ହୋଇଥିବା Whatsapp ଚାଟ୍‌ରେ ଏପରି କିଛି ସନ୍ଦେହଜନକ ଚାଟ୍‌କୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି। ଏକ ଇଂରାଜୀ ନ୍ୟୁଜ୍ ଚ୍ୟାନେଲ୍‌ରେ ଏନେଇ ଖବର ପ୍ରସାରଣ ହୋଇଛି। ରିୟା-ସିମୋନ୍ ଖମ୍ବାଠାଙ୍କ ସହ ୧୬ ମାର୍ଚ୍ଚ ୨୦୨୦ରେ  ଚାଟ୍ କରିଛନ୍ତି। ଯେଉଁଥିରେ ରିୟା ପଚାରିଛନ୍ତି, ଚିମ୍ ୟୁ ବ୍ୟାକ୍ ? ଯାହାପରେ ସିମୋନ୍ ତାଙ୍କୁ ଏକ ଅଡିଓ […]

author-image
Abinash Pati
ସୁଶାନ୍ତ ସିଂ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତିଙ୍କ ଭୁବନେଶ୍ୱର ଲିଙ୍କ୍

reah

ଭୁବନେଶ୍ୱର: ସୁଶାନ୍ତ ସିଂ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତିଙ୍କ ଭୁବନେଶ୍ୱର ଲିଙ୍କ୍ ଥିବା ଚର୍ଚ୍ଚା ହେଉଛି। ଡିଲିଟ୍ ହୋଇଥିବା Whatsapp ଚାଟ୍‌ରେ ଏପରି କିଛି ସନ୍ଦେହଜନକ ଚାଟ୍‌କୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି। ଏକ ଇଂରାଜୀ ନ୍ୟୁଜ୍ ଚ୍ୟାନେଲ୍‌ରେ ଏନେଇ ଖବର ପ୍ରସାରଣ ହୋଇଛି।

Advertisment

ରିୟା-ସିମୋନ୍ ଖମ୍ବାଠାଙ୍କ ସହ ୧୬ ମାର୍ଚ୍ଚ ୨୦୨୦ରେ  ଚାଟ୍ କରିଛନ୍ତି। ଯେଉଁଥିରେ ରିୟା ପଚାରିଛନ୍ତି, ଚିମ୍ ୟୁ ବ୍ୟାକ୍ ? ଯାହାପରେ ସିମୋନ୍ ତାଙ୍କୁ ଏକ ଅଡିଓ ଫାଇଲ୍ ପଠାଇଛନ୍ତି। ଏହାର ଜବାବ ଦେଇ ରିୟା କହିଛନ୍ତି ଏବେ ଘଟଣା ଭୁବନେଶ୍ୱରରେ। ଆଉ ସିମୋନ୍ ପଚାରିଛନ୍ତି ତୁମେ ଭୁବନେଶ୍ୱରରେ କି ? ଏହାର ଜବାବ ହଁରେ ଦେଇଛନ୍ତି ରିୟା।

ସିମୋନଙ୍କ ସହ ଡ୍ରଗ୍ସ ଲିଙ୍କ୍ ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା। ଆଉ ଏବେ ଭୁବନେଶ୍ୱରକୁ ନେଇ ରିୟାଙ୍କ ଚାର୍ଟ ଅଧିକ ସନ୍ଦେହ ବଢ଼ାଇଛି। ତେବେ ଭୁବନେଶ୍ୱର ଲିଙ୍କ୍ ସମ୍ପର୍କରେ ସିବିଆଇ, ଇଡି କିମ୍ବା ଏବେ ଡ୍ରଗ୍ସ ଲିଙ୍କ୍‌ର ତଦନ୍ତ କରୁଥିବା ନାର୍କୋଟେକ୍ ବ୍ୟୁରୋ ପକ୍ଷରୁ ସ୍ପଷ୍ଟ କରାଯାଇନି। ସେହିପରି ଏହି ଖବର ସମ୍ପର୍କରେ କେବଳ ଏକ ନିର୍ଦ୍ଦିଷ୍ଟ ଇଂରାଜୀ ଖବର ଚ୍ୟାନେଲ୍ ବ୍ୟତୀତ ଅନ୍ୟ କେହି ପୃଷ୍ଟି କରିନାହାନ୍ତି।

Advertisment

ଅନ୍ୟପଟେ ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ନେଇ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଜୁନ୍ ୮ ତାରିଖ ଦିନ ରିୟା ଘରରୁ ଯିବା ପୂର୍ବରୁ କିଛି ହାର୍ଡ ଡ୍ରାଇଭ୍‌କୁ ନଷ୍ଟ କରିଥିଲେ। ଏନେଇ ଆଜି ସିବିଆଇକୁ ତଥ୍ୟ ଦେଇଛନ୍ତି ସୁଶାନ୍ତଙ୍କ ବନ୍ଧୁ ତଥା ଫ୍ଲାଟ୍ ମେଟ୍ ସିଦ୍ଧାର୍ଥ ପଠାନୀ। ତେବେ ଏବେ ଏଠି ପ୍ରଶ୍ନ ଉଠୁଛି ରିୟା ଏପରି କାହିଁକି କଲେ ? କ’ଣ ଥିଲା ସେହି ହାର୍ଡ ଡ୍ରାଇଭ୍‌ରେ ? ଏନେଇ ସିବିଆଇ ନିଜ ତଦନ୍ତକୁ ଆଗକୁ ବଢ଼ାଇବ।

Advertisment
Advertisment