Advertisment

ଭୁବନେଶ୍ୱରରେ ଆହୁରି ବଢ଼ିପାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ବିଏମ୍‌ସି

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ନେଇ ପ୍ରତିକ୍ରିୟା ରଖିଛନ୍ତି BMC କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ। ଏନେଇ ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୬ଶହ କମ୍ୟୁନିଟି ସାମ୍ପଲ ଟେଷ୍ଟ କରାଯାଇଛି। ଏବେ ସୁଦ୍ଧା ସେରୋ ସର୍ଭିଲାନ୍ସରେ ହାଇରିସ୍କ ଗ୍ରୁପଙ୍କର ଟେଷ୍ଟ କରାଯାଇନାହିଁ। ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେର ପ୍ରଥମ ଫେଜ୍ ରେଜଲ୍ଟ ମିଳିସାରିଛି। ଭୁବନେଶ୍ୱରରେ ଆଣ୍ଟିବଡ଼ି ପ୍ରିଭେଲାନ୍ସ ୫.୧୫ ପ୍ରତିଶତ ରହିଛି। ତେବେ ଦେଖିବାକୁ ଗଲେ ଆଣ୍ଟିବଡି ପାଇଁ ୫.୧୫ ପ୍ରତିଶତ ପ୍ରିଭେଲାନ୍ସ ବହୁତ […]

author-image
Abinash Pati
ଭୁବନେଶ୍ୱରରେ ଆହୁରି ବଢ଼ିପାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ବିଏମ୍‌ସି

coronavirus

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ନେଇ ପ୍ରତିକ୍ରିୟା ରଖିଛନ୍ତି BMC କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ। ଏନେଇ ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୬ଶହ କମ୍ୟୁନିଟି ସାମ୍ପଲ ଟେଷ୍ଟ କରାଯାଇଛି। ଏବେ ସୁଦ୍ଧା ସେରୋ ସର୍ଭିଲାନ୍ସରେ ହାଇରିସ୍କ ଗ୍ରୁପଙ୍କର ଟେଷ୍ଟ କରାଯାଇନାହିଁ।
ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେର ପ୍ରଥମ ଫେଜ୍ ରେଜଲ୍ଟ ମିଳିସାରିଛି। ଭୁବନେଶ୍ୱରରେ ଆଣ୍ଟିବଡ଼ି ପ୍ରିଭେଲାନ୍ସ ୫.୧୫ ପ୍ରତିଶତ ରହିଛି। ତେବେ ଦେଖିବାକୁ ଗଲେ ଆଣ୍ଟିବଡି ପାଇଁ ୫.୧୫ ପ୍ରତିଶତ ପ୍ରିଭେଲାନ୍ସ ବହୁତ କମ୍।

Advertisment

ଭୁବନେଶ୍ୱରର ସ୍ଥିତି ଭଲ ଅଛି। କିନ୍ତୁ ପ୍ରିଭେଲାନ୍ସ କମ୍ ଯୋଗୁଁ ରିସ୍କ ବଢିଛି। ଲୋକଙ୍କର ଆଣ୍ଟିବଡି ପ୍ରିଭେଲାନ୍ସ କମ୍ ଯୋଗୁଁ ଆଗକୁ ସଂଖ୍ୟା ବଢ଼ିପାରେ ବୋଲି କମିସନର କହିଛନ୍ତି। ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି।  ସଂକ୍ରମଣ କମ୍ କରିବା ପାଇଁ ଲୋକଙ୍କୁ ଅଧତ୍କ ସତର୍କ ରହିବାକୁ ପଡ଼ିବ। ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ହେବ, କୋଭିଡ୍ ନିୟମ ମାନିବାକୁ ପଡ଼ିବ ବୋଲି କହିଛନ୍ତି କମିଶନର।

Advertisment
Advertisment