Advertisment

ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କ ହେବ ସ୍ୱାସ୍ଥ୍ୟ ଯାଞ୍ଚ: SRC

ଭୁବନେଶ୍ୱର: ପୁନରୁଦ୍ଧାର ପ୍ରକ୍ରିୟା ଜୋରସୋରରେ ଚାଲିଛି। ବାତ୍ୟା ସ୍ଥିତି ନେଇ SRC ପ୍ରଦୀପ ଜେନା କହିଛନ୍ତି ଯେ ଆଜି ସକାଳ ୯ଟାରେ ବାତ୍ୟା ସ୍ଥଳଭାଗ ଛୁଇଁ ଝାଡ଼ଖଣ୍ଡ ଆଡକୁ ଯାଉଛି। ଉପକୂଳ ଅଞ୍ଚଳରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଅନେକ ସ୍ଥାନରେ ଗଛ ପଡ଼ି ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ରାସ୍ତା ବନ୍ଦ ହୋଇଛି। ପୁନରୁଦ୍ଧାର ପ୍ରକ୍ରିୟା ଜୋରଦାର ଗତିରେ ଚାଲିଛି। ଅନେକ ସ୍ଥାନରୁ ଗଛ ହଟାଇ ରାସ୍ତା ସଫା କରାସାରିଲାଣି। #ODRAF_Unit_Rourkela clearing an […]

author-image
Chandan Shishu
ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କ ହେବ ସ୍ୱାସ୍ଥ୍ୟ ଯାଞ୍ଚ: SRC

evacuted

ଭୁବନେଶ୍ୱର: ପୁନରୁଦ୍ଧାର ପ୍ରକ୍ରିୟା ଜୋରସୋରରେ ଚାଲିଛି। ବାତ୍ୟା ସ୍ଥିତି ନେଇ SRC ପ୍ରଦୀପ ଜେନା କହିଛନ୍ତି ଯେ ଆଜି ସକାଳ ୯ଟାରେ ବାତ୍ୟା ସ୍ଥଳଭାଗ ଛୁଇଁ ଝାଡ଼ଖଣ୍ଡ ଆଡକୁ ଯାଉଛି। ଉପକୂଳ ଅଞ୍ଚଳରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଅନେକ ସ୍ଥାନରେ ଗଛ ପଡ଼ି ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ରାସ୍ତା ବନ୍ଦ ହୋଇଛି। ପୁନରୁଦ୍ଧାର ପ୍ରକ୍ରିୟା ଜୋରଦାର ଗତିରେ ଚାଲିଛି। ଅନେକ ସ୍ଥାନରୁ ଗଛ ହଟାଇ ରାସ୍ତା ସଫା କରାସାରିଲାଣି।

Advertisment

https://twitter.com/SRC_Odisha/status/1397519337125122048?s=20

ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ

କାଲି ସକାଳ ସୁଦ୍ଧା ବାଲେଶ୍ୱର ଓ ଭଦ୍ରକରେ ବିଦ୍ୟୁତ୍ ସ୍ୱାଭାବିକ ହୋଇଯିବ। ବାତ୍ୟା ପାଇଁ ସାଢେ ୬ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। କେବଳ ମୟୂରଭଞ୍ଜରେ ଲକ୍ଷେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ। ସମୁଦ୍ର ଜୁଆର ଯୋଗୁଁ ବାଲେଶ୍ୱର, ଭଦ୍ରକର ୧୨୦ ଗାଁରେ ପାଣି ପଶିଥିଲା ବୋଲି ଏସଆରସି ସୂଚନା ଦେଇଛନ୍ତି।

Cyclone Yass
Advertisment
Advertisment