/odishatv-khabar/media/media_files/2025/12/31/pucc-2025-12-31-20-17-22.jpg)
PUCC Photograph: (OTV)
କମିଲାନି ଭିଡ଼, ଥମିଲାନି ଅସନ୍ତୋଷ। ଶେଷରେ ମାର୍ଚ୍ଚ ଯାଏଁ ବଢିଲା PUCC ଅବଧି। ଏବେ ମାର୍ଚ୍ଚ ୩୧ ଯାଏଁ ପଲ୍ୟୁସନ୍ ସାର୍ଟିଫିକେଟ୍ କରିପାରିବେ ଗାଡ଼ି ଚାଳକ। ତେବେ ଏଥର କୋହଳ ମନୋଭାବ ଦେଖାଇଲେ ଆଉ ମିଳିବନି ନିସ୍ତାର। ସେପଟେ ଗ୍ରୀନ୍ ଷ୍ଟିକର୍ ଲଗାଇବା ବାଧ୍ୟତାମୂଳକ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ପରିବହନ ମନ୍ତ୍ରୀ। ଅନ୍ୟପଟେ ଅଧିକରୁ ଅଧିକ ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର ଖୋଲିବାକୁ ଅଗ୍ରାଧିକାର ଦେଇଛି ପରିବହନ ବିଭାଗ ।
ନୂଆବର୍ଷ ଆଗରୁ ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ବସ୍ତି । ପୁଣି ବଢିଲା PUCC ଅବଧି । ଆଉ ଫେବୃଆରୀ ନୁହେଁ । ମାର୍ଚ୍ଚ ୩୧ ଯାଏଁ କରିପାରିବେ ପଲ୍ୟୁସନ୍ ସାର୍ଟିଫିକେଟ୍ । ବାଧ୍ୟତାମୂଳକ ନୁହେଁ ଗ୍ରୀନ୍ ଷ୍ଟିକର୍ । ଢ଼ିଲା ମାରିଲେ ମିଳିବନି ନିସ୍ତାର ।
ପ୍ରଥମେ ଜାନୁଆରୀ, ପରେ ଫେବୃଆରୀ ଏବେ ସିଧା ମାର୍ଚ୍ଚ ୩୧। ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଁ ଲୋକଙ୍କୁ ଲମ୍ବା ଟାଇମ୍ ଦେଲେ ସରକାର। ନିଇତି ଅସମ୍ଭାଳ ଭିଡ଼, ଘଣ୍ଟା ଘଣ୍ଟା ଅପେକ୍ଷାର ଅସନ୍ତୋଷ ଏବଂ ଗ୍ରୀନ୍ ଷ୍ଟିକର୍ ଟେନସନ୍ ଭିତରେ ଏଭଳି ବଡ଼ ଘୋଷଣା କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା। ପରିବହନ ସଚିବ ଓ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ପରେ PUCC ଅବଧିକୁ ଆଗାମୀ ତିନି ମାସ ଅର୍ଥାତ ମାର୍ଚ୍ଚ ୩୧ ଯାଏଁ ବୃଦ୍ଧି କରାଯାଇଛି।
ହେବ କଡ଼ା ଆକ୍ସନ୍
ତେବେ ଏହି ସମୟ ମଧ୍ୟରେ ସାର୍ଟିଫିକେଟ୍ ନକଲେ ଆଉ ମିଳିବନି ନିସ୍ତାର। କୋହଳ ମନୋଭାବ ଦେଖାଇଲେ ହେବ କଡ଼ା ଆକ୍ସନ୍। କଟିଥିବା ଚାଲାଣ ଉପରେ ୫୦ ପ୍ରତିଶତ ଛାଡ଼ କରାଯାଉଛି। ଏଣୁ ତୁରନ୍ତ ପଲ୍ୟୁସନ୍ ସାର୍ଟିଫିକେଟ୍ କରି ସହଯୋଗ କରିବାକୁ ଲୋକଙ୍କୁ ଅପିଲ୍ କରିଛନ୍ତି ପରିବହନ ମନ୍ତ୍ରୀ ।
ସେପଟେ ଗ୍ରୀନ ଷ୍ଟିକର୍ ହଟଚମଟକୁ ନେଇ ଦ୍ବନ୍ଦ୍ବ ଦୂର କରିଛନ୍ତି ମନ୍ତ୍ରୀ। ଗାଡ଼ିରେ ଗ୍ରୀନ୍ ଷ୍ଟିକର୍ ଲଗାଇବା ବାଧ୍ୟତାମୂଳକ ନୁହେଁ। ଯେଉଁମାନେ ପଲ୍ୟୁସନ୍ ସାର୍ଟିଫିକେଟ୍ କରିସାରିଥିବେ ଆରଟିଓରୁ ଗ୍ରୀନ୍ ଷ୍ଟିକର୍ ନେଇପାରିବେ। ଏହା ଲଗାଇବା ଦ୍ବାରା ଯାଞ୍ଚ ସମୟରେ ଉଭୟ ଗାଡ଼ି ଚାଳକ ଓ ଚେକିଂ ଟିମ୍ ପାଇଁ ସହଜ ହେବ। ଅନ୍ୟପଟେ ଫେକ୍ ପଲ୍ୟୁସନ୍ ସାର୍ଟିଫିକେଟକୁ ନେଇ ସଜାଗ ହୋଇଛି ବିଭାଗ । ପ୍ରାଥମିକ ତଦନ୍ତରୁ ୪୨ଟି APT ସେଣ୍ଟରର ଲାଇସେନ୍ସ ବାତିଲ କରାଯାଇଛି। ନୂଆ ସେଣ୍ଟର ଖୋଲିବା ପାଇଁ ଆବେଦନ ଆସିଲେ ୨୪ ଘଣ୍ଟାରେ ଅନୁମୋଦନ ମିଳିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ଗାଡ଼ିର ପଲ୍ୟୁସନ୍ ସାର୍ଟିଫିକେଟ ନଥିଲେ ପେଟ୍ରୋଲ୍ କି ଡିଜେଲ୍ ମିଳିବନି ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଥିଲା। ଯେଉଁଥିପାଇଁ ଗତ କିଛିଦିନ ହେଲା ନାକେଦମ୍ ହେଉଛନ୍ତି ଗାଡ଼ି ଚାଳକ। ହାତଗଣତି ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର, ପୈଠ ହୋଇନଥିବା ଚାଲାଣ ଓ ଓଟିପିକୁ ନେଇ ସମସ୍ୟା ଉପୁଜିଥିଲା। ଅବଧିକୁ ମାର୍ଚ୍ଚ ଯାଏଁ ବଢ଼ାଇବା ସହ ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର ବୃଦ୍ଧି ପାଇଁ ଦାବି ହେଉଥିଲା। ଏବେ ମନ୍ତ୍ରୀଙ୍କ ଘୋଷଣା ପରେ ଆଶ୍ବସ୍ତ ହୋଇଛନ୍ତି ଲୋକେ।
ପଲ୍ୟୁସନ୍ ସାର୍ଟିଫିକେଟ୍ କରିବାକୁ ଲୋକଙ୍କ ହାତରେ ୯୦ ଦିନର ସମୟ। ବର୍ଦ୍ଧିତ ଅବଧି ଭିତରେ ଆବଶ୍ୟକ କାଗଜପତ୍ର କରାଇନେବାକୁ ଗାଡ଼ି ଚାଳକଙ୍କୁ ଅନୁରୋଧ କରିଛି ପରିବହନ ବିଭାଗ।...
Hadi Murder Case: ମୁଁ ଦୁବାଇରେ ଅଛି, ମୁଁ ହାଦିକୁ ହତ୍ୟା କରିନାହିଁ... ମୁଖ୍ୟ ଅଭିଯୁକ୍ତ ଫୈଜଲ କରିମ କଲା ଆଶ୍ଚର୍ଯ୍ୟଜନକ ଖୁଲାସା

New Rules From January 1: ଜାନୁଆରୀ ୧ରୁ ନୂଆ ନିୟମ; ଦରମାଠୁ ପାନ୍ କାର୍ଡ ଯାଏଁ ହେବ ବଡ ପରିବର୍ତ୍ତନ

Parenting Tips: ଜାଣନ୍ତୁ ୧୦ଟି ଉପାୟ; ଆପଣଙ୍କ ପିଲା ବି ହେବେ ଆତ୍ମବିଶ୍ୱାସୀ ଆଉ ସଫଳ

Diplomatic Sparring: ଚୀନ୍ ବି କହିଲା ମୁଁ ବନ୍ଦ କରିଥିଲି ଭାରତ - ପାକିସ୍ତାନ ସଂଘର୍ଷ, ନୂଆଦିଲ୍ଲୀ ଦେଲା କଡ଼ା ଜବାବ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)