/odishatv-khabar/media/post_attachments/uploadimage/library/16_9/16_9_0/jio-1_1626260956.jpg)
jio
ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିିଜ୍ ଲିମିଟେଡ୍ (ଆର୍ଆଇଏଲ୍) ମାତ୍ର ୫୮ ଦିନ ମଧ୍ୟରେ ବିଶ୍ୱସ୍ତରୀୟ ନିବେଶକଙ୍କ ଦ୍ୱାରା ପୁଞ୍ଜିନିବେଶ ଓ ରାଇଟ୍ସ୍ ଇସ୍ୟୁ ଜରିଆରେ ୧,୬୮,୮୧୮ କୋଟି ଟଙ୍କାରୁ ଅଧିକ ପୁଞ୍ଜି ହାସଲ କରିଛି। ବିଶ୍ୱସ୍ତରୀୟ ନିବେଶକଙ୍କ ଠାରୁ ଏହା ୧,୧୫,୬୯୩.୯୫ କୋଟି ଟଙ୍କା ଓ ରାଇଟସ୍ ଇସ୍ୟୁ ଜରିଆରେ ୫୩,୧୨୪.୨୦ କୋଟି ଟଙ୍କା ପୁଞ୍ଜି ହାସଲ କରିଛି।
ସମଗ୍ର ବିଶ୍ୱରେ ଏତେ କମ୍ ସମୟରେ ଭିତରେ ସାମଗ୍ରିକ ଭାବେ ଏତେ ଅଧିକ ପୁଞ୍ଜି ହାସଲ ଆଗରୁ କେବେ ଦେଖିବାକୁ ମିଳିନଥିଲା। ଭାରତୀୟ କର୍ପୋରେଟ୍ ଜଗତ ଇତିହାସରେ ମଧ୍ୟ ଏହି ଦୁଇ ପଦକ୍ଷେପ ଅବିଶ୍ୱସନୀୟ ଏବଂ ଏହା ନୂତନ ମାନଦଣ୍ଡ ସୃଷ୍ଟି କରିଛି। କାରଣ କୋଭିଡ୍-୧୯ ମହାମାରୀ ଲାଗି ବିଶ୍ୱବ୍ୟାପୀ ଲକ୍ଡାଉନ୍ ସମୟରେ ଏହା ହାସଲ କରାଯାଇପାରିଛି।
ପେଟ୍ରୋ-ରିଟେଲ୍ କ୍ଷେତ୍ରରେ ଯୌଥ ଉଦ୍ୟୋଗରେ ବିପିକୁ ବିକ୍ରି କରାଯାଇଥିବା ଅଂଶଧନକୁ ମିଶାଇ କମ୍ପାନୀ ପକ୍ଷରୁ ମୋଟ ୧.୭୫ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପୁଞ୍ଜି ହାସଲ କରାଯାଇଛି । ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଆର୍ଆଇଏଲ୍ର ନିଟ୍ ଋଣ ପରିମାଣ ୧,୬୧,୦୩୫ କୋଟି ଟଙ୍କା ଥିଲା । ଏହି ସବୁ ନିବେଶ ମାଧ୍ୟମରେ ଆର୍ଆଇଏଲ୍ ଏବେ ନିଟ୍ ଋଣ-ମୁକ୍ତ ହୋଇଛି।
ଜିଓ ପ୍ଲାଟଫର୍ମସ୍ ପକ୍ଷରୁ ୨୦୨୦ ଏପ୍ରିଲ୍ ୨୨ ପରଠାରୁ ଫେସବୁକ୍, ସିଲ୍ଭର୍ ଲେକ୍, ଭିଷ୍ଟା ଇକ୍ୱିଟି ପାର୍ଟନର୍ସ, ଜେନେରାଲ୍ ଆଟଲାଣ୍ଟିିକ୍, କେକେଆର୍, ମୁବାଦଲା, ଆଦିଆ (ଏଡିଆଇଏ), ଟିପିଜି, ଏଲ୍ କାଟରଟନ୍ ଏବଂ ପିଆଇଏଫ୍ ଭଳି ବିଶ୍ୱର ଅଗ୍ରଣୀ ନିବେଶକଙ୍କ ଠାରୁ ୧,୧୫,୬୯୩.୯୩ କୋଟି ଟଙ୍କା ପୁଞ୍ଜିନିବେଶ ହାସଲ କରିଛି।
ପିଆଇଏଫ୍ର ନିବେଶ ସହିତ ଜିଓ ପ୍ଲାଟଫର୍ମର ଏହି ପର୍ଯ୍ୟାୟର ଆର୍ଥିକ ସହଯୋଗୀ ଯୋଡ଼ିବା ପ୍ରକ୍ରିୟା ଶେଷ ହୋଇଛି । ଆର୍ଆଇଏଲ୍ର ରାଇଟସ୍ ଇସ୍ୟୁ ଯାହା ୧.୫୯ ଗୁଣା ସବ୍ସ୍କ୍ରାଇବ୍ ହୋଇଥିଲା ତାହା କେବଳ ଭାରତର ସର୍ବକାଳୀନ ବୃହତ୍ତମ ନୁହେଁ ବରଂ ବିଗତ ୧୦ ବର୍ଷ ମଧ୍ୟରେ କୌଣସି ଏକ ଅଣ-ଆର୍ଥିକ ସଂସ୍ଥା ଦ୍ୱାରା କରାଯାଇଥିବା ବିଶ୍ୱର ସର୍ବବୃହତ ମଧ୍ୟ।
୨୦୧୯ ଅଗଷ୍ଟ ୧୨ ରେ ଅନୁଷ୍ଠିତ ହୋଇଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ୪୨ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍) ରେ ଅଧ୍ୟକ୍ଷ ମୁକେଶ ଅମ୍ବାନି ରିଲାଏନ୍ସକୁ ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ନିଟ୍ ଋଣ-ମୁକ୍ତ କଂପାନିରେ ପରିଣତ କରିବା ଲାଗି ତାଙ୍କ ରୋଡ୍ମ୍ୟାପ୍ ବିଷୟରେ ଅଂଶଧନଧାରୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ, ଯାହା ଆଜି ସଫଳତାର ଶୀର୍ଷରେ ପହଞ୍ଚିଛି।
ଏହି ସଫଳତା ହାସଲ କରିବା ଅବସରରେ କୃତଜ୍ଞତା ଜ୍ଞାପନ କରି ମୁକେଶ ଅମ୍ବାନି କହିଛନ୍ତି ଯେ, “ଆଜି ମୁଁ ବେଶ୍ ଉଲ୍ଲସିତ ଏବଂ କୃତଜ୍ଞତାର ସହ ଘୋଷଣା କରୁଛି ଯେ ରିଲାଏନ୍ସକୁ ନିଟ୍ ଋଣ-ମୁକ୍ତ କଂପାନିରେ ପରିଣତ କରିବା ଲାଗି ଅଂଶଧନଧାରୀମାନଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲି ତାହା ମୂଳ ନିର୍ଦ୍ଧାରିତ ସମୟ ୨୦୨୧ ମାର୍ଚ୍ଚ ୩୧ର ବହୁ ପୂର୍ବରୁ ହାସଲ ହୋଇଛି। ଅଂଶଧନଧାରୀ ଏବଂ ଆମର ସମସ୍ତ ଅଂଶୀଦାରମାନଙ୍କ ଆଶା ଠାରୁ ବାରମ୍ବାର ଅଧିକ ପ୍ରଦର୍ଶନ କରିବାରେ ରିଲାଏନ୍ସର ଯେଉଁ ଡିଏନ୍ଏ ରହିଛି ତାହା ପୁଣିଥରେ ପ୍ରମାଣିତ ହୋଇଛି ।’’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)