Advertisment

୧୦ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣଂ; ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ନେଇ ସତର୍କ ସୂଚନା ଜାରି

ଭୁବନେଶ୍ୱର: ପ୍ରବଳ ବର୍ଷା ସମ୍ଭାବନା ନେଇ ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ଜିଲ୍ଲାଗୁଡ଼ିକ ହେଲେ- ଜଗତସିଂହପୁର, ବାଲେଶ୍ୱର, ମୟୂରଭଂଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ବୌଦ୍ଧ, କଟକ ଓ ଅନୁଗୁଳ ଜିଲ୍ଲାକୁ ମଧ୍ୟ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଜାରି କରିଛି। ପାଣି ଜମିବା ସହ କିଛି ଜାଗାରେ ଆକସ୍ମିକ ବନ୍ୟା ନେଇ ୱାର୍ଣ୍ଣିଂ କରାଯାଇଥିବା ବେଳେ କଚ୍ଚା ଘର ଭାଙ୍ଗିବା ଓ ରାସ୍ତା ନଷ୍ଟ ହେବା […]

author-image
Abinash Pati
ଅଦ୍ୟତନ ହୋଇଛି
୧୦ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣଂ; ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ନେଇ ସତର୍କ ସୂଚନା ଜାରି

rain

ଭୁବନେଶ୍ୱର: ପ୍ରବଳ ବର୍ଷା ସମ୍ଭାବନା ନେଇ ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ଜିଲ୍ଲାଗୁଡ଼ିକ ହେଲେ- ଜଗତସିଂହପୁର, ବାଲେଶ୍ୱର, ମୟୂରଭଂଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ବୌଦ୍ଧ, କଟକ ଓ ଅନୁଗୁଳ ଜିଲ୍ଲାକୁ ମଧ୍ୟ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଜାରି କରିଛି।

Advertisment

ପାଣି ଜମିବା ସହ କିଛି ଜାଗାରେ ଆକସ୍ମିକ ବନ୍ୟା ନେଇ ୱାର୍ଣ୍ଣିଂ କରାଯାଇଥିବା ବେଳେ କଚ୍ଚା ଘର ଭାଙ୍ଗିବା ଓ ରାସ୍ତା ନଷ୍ଟ ହେବା ନେଇ ମଧ୍ୟ ସତର୍କ ସୂଚନା ଦିଆଯାଇଛି। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବା ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି।

ରେଡ୍‌ ୱାର୍ଣ୍ଣ ପରେ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ମଧ୍ୟ ଜାର ହୋଇଛି। କେନ୍ଦୁଝର, ଦେବଗଡ଼, ସମ୍ବଲପୁର, କନ୍ଧମାଳ, ପୁରୀକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣି ପାଗ ବିଭାଗ। କଳାହାଣ୍ଡି, ଖୋର୍ଦ୍ଧା, ମାଲକାନଗିରି, କୋରାପୁଟକୁ ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

Advertisment

ଅନ୍ୟପଟେ ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ପରେ ପଦକ୍ଷେପ ନେଇଛନ୍ତି ଏସ୍‌ଆର୍‌ସି। ସବୁ ଜିଲ୍ଲାପାଳମାନଙ୍କୁ ଆଲର୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ପାଣି ଜମିବା, ଆକସ୍ମିକ ବନ୍ୟା, ଭୂସ୍ଖଳନ ନେଇ ଆଲର୍ଟ କରାଯାଇଛି। ବିଡିଓ, ତହସିଲଦାର, ଇଂଜିନିୟରମାନଙ୍କୁ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନଦୀ ବନ୍ଧ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର। ତା ସହିତ ଜିଲ୍ଲାଗୁଡ଼ିକରେ ଓଡ୍ରାଫ୍ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ଆଲର୍ଟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment
Advertisment