/odishatv-khabar/media/post_attachments/uploadimage/library/16_9/16_9_0/high-court-1_1625230250.jpg)
high-court
ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଚିଠି ଲେଖି ଜଣାଇଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ। କେନ୍ଦ୍ର ସରକାରଙ୍କ ପାଖରେ ଏ ନିଷ୍ପତ୍ତି ଅଟକି ନାହିଁ। ଓଡ଼ିଶା ହାଇକୋର୍ଟଙ୍କ ନିଷ୍ପତ୍ତିକୁ କେନ୍ଦ୍ର ସରକାର ଅପେକ୍ଷା କରିଛନ୍ତି।
ଓଡ଼ିଶା ସରକାର ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ଦୁଇଟି ବେଞ୍ଚ୍ ପ୍ରତିଷ୍ଠାପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ରାଜ୍ୟ ସରକାରଙ୍କ ନିକଟରୁ ପ୍ରସ୍ତାବ ମିଳିବା ପରେ କେନ୍ଦ୍ର ସରକାର ଏ ସମ୍ପର୍କରେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ପତ୍ର ଲେଖି ତାଙ୍କର ମତାମତ ଲୋଡ଼ିଥିଲେ। କିନ୍ତୁ ଏଯାବତ୍ ହାଇକୋର୍ଟଙ୍କ ଠାରୁ କୌଣସି ଉତ୍ତର ଆସିନାହିଁ ବୋଲି କେନ୍ଦ୍ର ଆଇନମନ୍ତ୍ରୀ ଚିଠିରେ ଲେଖିଛନ୍ତି।
ସେପଟେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଯଦି ହାଇକୋର୍ଟ ବେଂଚ ପ୍ରତିଷ୍ଠା ହେବାର ନିଷ୍ପତ୍ତି ନିଆଯିବ, ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଭିତ୍ତିଭୂମି ଯୋଗାଇ ଦିଆଯିବ। ଏଥିସହ କେନ୍ଦ୍ର ସରକାର ମଧ୍ୟ ହାଇକୋର୍ଟଙ୍କ ସହ ଯୋଗାଯୋଗ କରି ଏ ସମ୍ପର୍କରେ ତାଙ୍କର ମତାମତ ନେବାର ଆବଶ୍ୟକତା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)