Advertisment

ଏଜି ପକ୍ଷ ରଖିଲେ ମୁଖା ଖୋଲିଯିବ ସେଥିପାଇଁ ହରିଶ୍ ସାଲ୍‌ଭେଙ୍କୁ ନିୟୋଜିତ କରାଯାଇଥିଲା କି ?

ପୁରୀ: ଜିତିଗଲା ମହାମାରୀ, ହାରିଲା ପରମ୍ପରା। କୋଟି କୋଟି ଓଡ଼ିଆଙ୍କ ପ୍ରାଣ ତଥା ବିଶ୍ୱଦେବତା ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରାକୁ ନେଇ ସବୁ ଆଶା-ଆଶଙ୍କା ଓ ଆଲୋଚନା-ପର୍ଯ୍ୟାଲୋଚନାର ଅନ୍ତ ଘଟିଛି। ବଡ଼ଦାଣ୍ଡରେ ଏବର୍ଷ ଆଉ ଗଡ଼ିବଡି ତିନି ରଥ। କରୋନା ସଂକ୍ରମଣ ଦୃଷ୍ଟିରୁ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଆୟୋଜନ ଲାଗି ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ଭାବେ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ତେବେ କୋର୍ଟରେ ସରକାରଙ୍କ ପକ୍ଷ ରଖିବା ଉପରେ ପ୍ରଶ୍ନ ଉଠାଇଛନ୍ତି ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚର […]

author-image
Abinash Pati
ଏଜି ପକ୍ଷ ରଖିଲେ ମୁଖା ଖୋଲିଯିବ ସେଥିପାଇଁ ହରିଶ୍ ସାଲ୍‌ଭେଙ୍କୁ ନିୟୋଜିତ କରାଯାଇଥିଲା କି ?

ratha w

ପୁରୀ: ଜିତିଗଲା ମହାମାରୀ, ହାରିଲା ପରମ୍ପରା। କୋଟି କୋଟି ଓଡ଼ିଆଙ୍କ ପ୍ରାଣ ତଥା ବିଶ୍ୱଦେବତା ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରାକୁ ନେଇ ସବୁ ଆଶା-ଆଶଙ୍କା ଓ ଆଲୋଚନା-ପର୍ଯ୍ୟାଲୋଚନାର ଅନ୍ତ ଘଟିଛି।

Advertisment

ବଡ଼ଦାଣ୍ଡରେ ଏବର୍ଷ ଆଉ ଗଡ଼ିବଡି ତିନି ରଥ। କରୋନା ସଂକ୍ରମଣ ଦୃଷ୍ଟିରୁ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଆୟୋଜନ ଲାଗି ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ଭାବେ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ।

publive-image

ତେବେ କୋର୍ଟରେ ସରକାରଙ୍କ ପକ୍ଷ ରଖିବା ଉପରେ ପ୍ରଶ୍ନ ଉଠାଇଛନ୍ତି ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚର ଓକିଲ ହିତେନ୍ଦ୍ରନାଥ ରଥ। ସେ କହିଛନ୍ତି, ହାଇକୋର୍ଟଙ୍କ ବିକଳ୍ପ ଅନୁସାରେ, ହାତୀ ଦ୍ୱାରା ହେଉ କିମ୍ବା ମେସିନ ଦ୍ୱାରା, ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ବିକଳ୍ପ ବ୍ୟବସ୍ଥା ନେଇ କୋର୍ଟରେ ଯୁକ୍ତି ଉପସ୍ଥାପନ କରାଗଲା ନାହିଁ। ଯାହା ଅତ୍ୟନ୍ତ ଦୁଃଖର କଥା।

Advertisment

ତେବେ ଏଠି ପ୍ରଶ୍ନ, ଚୂଡ଼ାନ୍ତ ପ୍ରସ୍ତୁତି ସତ୍ତ୍ୱେ କାହିଁକି ବନ୍ଦ ହେଲା ମହାପ୍ରଭୁଙ୍କ ଘୋଷଯାତ୍ରା ?
କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥାର ପ୍ରତୀକ ଘୋଷ ଯାତ୍ରା ଆୟୋଜନ ଲାଗି ସରକାରଙ୍କ ଆନ୍ତରିକତା ଥିଲା ନା ନାହିଁ ?

publive-image

ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ ମୁକୁଲ ରୋହତେଗୀ ରଥଯାତ୍ରା ବନ୍ଦ ସପକ୍ଷରେ ବଳିଷ୍ଠ ଯୁକ୍ତି ରଖୁଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତ ନାମୀଦାମୀ ଓକିଲ ହରିଶ୍ ସାଲ୍‌ଭେ ଯାହା ଯୁକ୍ତି ରଖିଲେ, ମାମଲା ବରଂ ଆବେଦନକାରୀଙ୍କ ସପକ୍ଷରେ ଗଲା।

ସୂଚନା ଅନୁସାରେ ଜୁନ୍ ୧ ଓ ୭ ତାରିଖରେ ରାଜ୍ୟ ସରକାର ଲକ୍‌ଡାଉନ୍ ନେଇ ଜାରି କରିଥିବା ଦୁଇଟି ଗାଇଡଲାଇନ୍ସରେ ଧାର୍ମିକ ଅନୁଷ୍ଠାନରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରିବା ସହ ଧାର୍ମିକ ଅନୁଷ୍ଠାନ ବନ୍ଦ ଲାଗି ନିୟମ କରିଥିଲେ।  ଆଉ ତାକୁ ଆଧାର କରି ରଥଯାତ୍ରା ବନ୍ଦ ପାଇଁ ଆବେଦନ କରିଥିଲେ ପ୍ରତିପକ୍ଷ।

publive-image

ତେଣୁ ପ୍ରଶ୍ନ, ଯଦି ସରକାର ଏହି ଗାଇଡ୍‌ଲାଇନ୍ସକୁ ସଂଶୋଧନ କରି ସୁପ୍ରିମକୋର୍ଟରେ ପକ୍ଷ ରଖିଥାନ୍ତେ, ତେବେ ହୁଏତ ରଥଯାତ୍ରା ହୋଇ ପାରିଥାନ୍ତା। ତାସହ ମାମଲାରେ ପକ୍ଷ ରଖିବା ଲାଗି ରାଜ୍ୟ ସରକାର ହରିଶ ସାଲ୍‌ଭେଙ୍କ ଭଳି ନାମୀ ଓକିଲଙ୍କୁ ନିୟୋଜିତ କରିଥିଲେ ବି ଅନଲାଇନ୍ ଶୁଣାଣିବେଳେ ଆଡଭୋକେଟ୍ ଜେନେରାଲ୍ କାହିଁକି ପକ୍ଷ ରଖିନଥିଲେ? କାଳେ ଏଜି ପକ୍ଷ ରଖିଲେ ସରକାରଙ୍କ ମୁଖା ଖୋଲିଯିବ ସେଥିପାଇଁ ହରିଶ୍ ସାଲ୍‌ଭେଙ୍କୁ ନିୟୋଜିତ କରାଯାଇଥିଲା କି ?

ଖାଲି ସେତିକି ନୁହେଁ, ଆଇନଜୀବୀ ସାଲ୍‌ଭେ ତାଙ୍କ ପକ୍ଷ ରଖିବାବେଳେ ପୂର୍ବରୁ ବିନାଭକ୍ତରେ ସୁରଖୁରୁରେ ସରିଥିବା ସ୍ନାନପୂର୍ଣ୍ଣମୀ ଓ ଭକ୍ତଶୂନ୍ୟ ରଥଯାତ୍ରା ଆୟୋଜନ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପଦୁଟିଏ ବି କହିନଥିଲେ। ଯାହାଫଳରେ କୋର୍ଟ ଭକ୍ତଶୂନ୍ୟ ରଥଯାତ୍ରା ଆୟୋଜନ ନେଇ ଆଦୌ ଅବଗତ ହୋଇ ପାରିନଥିଲେ ବୋଲି କୁହାଯାଉଛି।

ତେବେ ରଥଯାତ୍ରା ଉପରେ ପୂର୍ଣ୍ଣ କଟକଣା ନ ଲଗାଇ ବିନା ଭକ୍ତରେ ଠାକୁରଙ୍କ ନୀତିକାନ୍ତି କରିବା ଲାଗି ରାଜ୍ୟ ସରକାରଙ୍କ ହାତରେ ନିଷ୍ପତ୍ତି ଛାଡ଼ିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ମଧ୍ୟ କୋର୍ଟଙ୍କୁ ଅନୁରୋଧ କରିଥିଲେ। ହେଲେ ହରିଶ୍ ସାଲ୍‌ଭେ ସିଧା ରଥଯାତ୍ରା ବନ୍ଦ ଲାଗି ନିବେଦନ କରିଥିଲେ। ତେଣୁ ଏହି ଆଧାରରେ ସୁପ୍ରିମକୋର୍ଟ ଏଥର ରଥଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ।

publive-image

ସେପଟେ ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ବିକଳ୍ପ ନାହିଁ। ରାୟ ଶୁଣିବା ପରେ ଜଗନ୍ନାଥପ୍ରେମୀଙ୍କ ମନରେ କଷ୍ଟ ନିଶ୍ଚୟ ହେବ, ହେଲେ ରାୟକୁ ସମ୍ମାନ ଦେବାକୁ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ବାହାରେ ରଥଯାତ୍ରା ନହେଲେ  ଶ୍ରୀମନ୍ଦିର ଭିତରେ କଣ ନୀତି ହୋଇପାରିବ ସେ ନେଇ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି ଗଜପତି ମହାରାଜା।

Odisha Puri RathaJatra2020 Ratha Jatra Cancel Odisha
Advertisment
Advertisment