Advertisment

୩ ତାରିଖରେ ପରେ ରଥଯାତ୍ରା ନିଷ୍ପତ୍ତି

ପୁରୀ: ଶ୍ରୀକ୍ଷେତ୍ରରେ ରଥଯାତ୍ରା ହେବ କି ନାହିଁ, ତାହା ଆସନ୍ତା ୩ ତାରିଖ ଅର୍ଥାତ ଲକଡାଉନ ପରେ ହିଁ ନିଷ୍ପତ୍ତି  ନିଆଯିବ। ୩ ତାରିଖ ପରେ ସରକାର ଯେଉଁ ନିର୍ଦ୍ଦେଶ ଦେବେ ସେହି ଅନୁସାରେ କାମ ହେବ। ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ ଦଇତାପତି ନିଯୋଗର ବୈଠରେ ଏହି ସହମତି ପ୍ରକାଶ ପାଇଛି। ରଥଯାତ୍ରା ନେଇ ଅନୁକଳ୍ପ ପନ୍ଥା ବାହାର କରିବା ନା ପ୍ରଶାସନର ଅନୁମତିରେ ଯାତ୍ରାକୁ ବର୍ତ୍ତମାନ ସ୍ଥିତିରେ ଉଚିତ ରୂପ ଦେଇ […]

author-image
Abinash Pati
୩ ତାରିଖରେ ପରେ ରଥଯାତ୍ରା ନିଷ୍ପତ୍ତି

puir

ପୁରୀ: ଶ୍ରୀକ୍ଷେତ୍ରରେ ରଥଯାତ୍ରା ହେବ କି ନାହିଁ, ତାହା ଆସନ୍ତା ୩ ତାରିଖ ଅର୍ଥାତ ଲକଡାଉନ ପରେ ହିଁ ନିଷ୍ପତ୍ତି  ନିଆଯିବ। ୩ ତାରିଖ ପରେ ସରକାର ଯେଉଁ ନିର୍ଦ୍ଦେଶ ଦେବେ ସେହି ଅନୁସାରେ କାମ ହେବ। ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ ଦଇତାପତି ନିଯୋଗର ବୈଠରେ ଏହି ସହମତି ପ୍ରକାଶ ପାଇଛି।

Advertisment

ରଥଯାତ୍ରା ନେଇ ଅନୁକଳ୍ପ ପନ୍ଥା ବାହାର କରିବା ନା ପ୍ରଶାସନର ଅନୁମତିରେ ଯାତ୍ରାକୁ ବର୍ତ୍ତମାନ ସ୍ଥିତିରେ ଉଚିତ ରୂପ ଦେଇ କରାଯିବ, ତାହା ୩ ତାରିଖ ପରେ ହିଁ ସ୍ଥିର କରାଯିବ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।

ଜୀବନ ସୁରକ୍ଷା ସହ ପରମ୍ପରା ରକ୍ଷା ଭିତରେ ସମନ୍ୱୟ ରକ୍ଷା ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି  ବୈଠକରେ ନିଷ୍ପତ୍ତି ହୋଇଛି। ଶଙ୍କରାଚାର୍ଯ୍ୟଙ୍କ ଆଦେଶ ଅନୁସାରେ ସମସ୍ତ କାମ ହେବ ବୋଲି ଦଇତାପତି ନିଯୋଗ ପକ୍ଷରୁ କୁହାଯାଇଛି।

Advertisment

ସେହିପରି ୩ ତାରିଖ ପରେ ଦଇତାପତି ନିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରସଙ୍ଗରେ ସାକ୍ଷାତ କରିବେ ବୋଲି କହିଛନ୍ତି। ସେପଟେ ରଥଯାତ୍ରା ଆୟୋଜନ ବନ୍ଦ ନକରିବାକୁ ଆଜି ନିଯୋଗ ପକ୍ଷରୁ ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ନିବେଦନ କରାଯାଇଛି।

Advertisment
Advertisment