/odishatv-khabar/media/media_files/2026/02/14/subarnapur-prema-mandira-2026-02-14-17-06-56.jpg)
Subarnapur Prema Mandira Photograph: (OTV)
ଇଏ ପ୍ରେମର ମନ୍ଦିଏ । ଏଠି ପୂଜା ପାଏ ପ୍ରେମ । ସୁବର୍ଣ୍ଣପୁର ସହରରେ ଥିବା ୧୦୮ ମନ୍ଦିର ମଧ୍ୟରୁ କିଏ ସୁନ୍ଦରତା ପାଇଁ ତ ଆଉ କିଏ ଐତିହାସିକ ଦୃଷ୍ଟି କୋଣରୁ ବେଶ ଗୁରୁତ୍ୱ ରଖେ । ହେଲେ କଚେରୀ ଛକ ମୁଖ୍ୟ ରାସ୍ତା କଡରେ ଥିବା ଶଷିଶେଣା ମନ୍ଦିର ବା ନିମୁହିଁ ମନ୍ଦିରର କିନ୍ତୁ ରହିଛି ଭିନ୍ନ ସ୍ୱତନ୍ତ୍ରତା ।
ମନ୍ଦିରଟି ଯେତିକି ପୁରୁଣା ତା’ର ଇତିହାସ ମଧ୍ୟ ସେତିକି ପ୍ରାଚୀନ । ସୋନପୁର ରାଜକୁମାରୀ ଶଷିଶେଣା, ଜ୍ଞାନଦେଇ ମାଲୁଣୀ ଏବଂ ଅହିମାଣିକ୍ୟକୁ ନେଇ ଥିବା ଏକ ତ୍ରିକୋଣୀୟ ପ୍ରେମ କାହାଣୀର ସ୍ମୁତିକୁ ବହନ କରୁଛି ଏହି ମନ୍ଦିର । ଏକ ଉତ୍ସର୍ଗୀକୃତ ପ୍ରେମ କହାଣୀକୁ ନେଇ ନିର୍ମିତ ହୋଇଥିବା ଏହି ପ୍ରେମ ମନ୍ଦିର ସାରା ଦେଶରେ ବିରଳବୋଲି କହନ୍ତି ଗବେଷକ ।
ରାଜକୁମାରୀ ଶଷିଶେଣା ଓ ଅହିମାଣିକ୍ୟକୁ ନେଇ ଗଢିଉଠିଥିବା ତ୍ରିକୋଣୀୟ ପ୍ରେମ କାହଣୀ ଯେତିକି ରୋଚକ ସେତିକି ଆକର୍ଷଣ ରଖିଛି ପ୍ରେମୀ ମଣିଷ ପାଖରେ । କାହାଣୀରେ ତନ୍ତ୍ର ସାଧିକା ଜ୍ଞାନଦେଇ ମାଲୁଣୀ ଚରିତ୍ରଟି ବେଶ ମର୍ଯ୍ୟାଦା ପାଇଛି ସୁବର୍ଣ୍ଣପୁର ଲୋକ କଥାରେ ।
ଦିନରେ ମେଣ୍ଢା ଓ ରାତିରେ ଭେଣ୍ଡା କରିପାରୁଥିବା ଏହି ଚରିତ୍ର କଥା ଓ କହାଣୀ ଆଜିବି ଦେଖିବାକୁ ମିଳୁଛି ମନ୍ଦିର କାନ୍ଥରେ । ପ୍ରେମ ଦିବସରେ ମଣିଷ ଭିତରେ ଥିବା ଅମର ପ୍ରେମର ସ୍ୱର୍ଣ୍ଣିମ ସ୍ମୁତିକୁ ସାଇତି ରଖିଛି ଏହି ଶଷିଶେଣା ମନ୍ଦିର ।
ତେବ ସୁରକ୍ଷା ଅଭାବରୁ ଏକ ପ୍ରେମର ସନ୍ତକ ଅବହେଳିତ ହୋଇପଡିଥିବାରୁ ଏହାର ସୁରକ୍ଷା ଦାବି ହେଇଛି । ଅପରପକ୍ଷରେ ଏହିଭଳି ଏହି ଐତିହାସିକ ମନ୍ଦିରର ସୁରକ୍ଷା ଦିଗରେ ଆଗକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କାମ କରାଯିବବୋଲି କହିଛନ୍ତି ଜିଲ୍ଲାପାଳ ।
Gold Price: ପୁଣି ବେଲଗାମ୍ ସୁନା ଦର, ଭାଲେଣ୍ଟାଇନରେ ଉପର ମୁହାଁ ସୁନା ଗ୍ରାଫ୍

Maha Shivaratri: ଆର୍ଟ ଅଫ୍ ଲିଭିଂ ଅନ୍ତର୍ଜାତୀୟ କେନ୍ଦ୍ରରେ ପହଞ୍ଚିବେ ୧୮୦ଟି ଦେଶରୁ ଲକ୍ଷାଧିକ ଭକ୍ତ, ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ସହ ପାଳିବେ ମହାଶିବରାତ୍ରି

Khandadhar Waterfall : ଶୁଖିଲାଣି ଚିରସ୍ରୋତା ଖଣ୍ଡାଧାର, କେବେ ଚିତିବ ପ୍ରଶାସନ ?

Fugitive Prisoner from Choudwar Captured; ଚୌଦ୍ବାରରୁ ଚମ୍ପଟ୍ କଏଦୀ ଗିରଫ, ଉତ୍ତର ପ୍ରଦେଶରୁ ଜଣକୁ ଗିରଫ କଲା ଓଡ଼ିଶା ପୋଲିସ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)