/odishatv-khabar/media/post_attachments/uploadimage/library/16_9/16_9_0/ram-123_1626761010.jpg)
ram
ଭୁବନେଶ୍ୱର: ଆଜି ରାମ ନବମୀ। ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମତିଥି। ଏଥିପାଇଁ ସାରା ଦେଶରେ ଉତ୍ସବର ବାତାବରଣ ସୃଷ୍ଟି ହୋଇଛି। ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାଠାରୁ ଆରମ୍ଭ କରି ସାରା ଦେଶରେ ପ୍ରଭୁ ରାମଚନ୍ଦ୍ରଙ୍କ ଆରଧନା ସାଙ୍ଗକୁ ଜନ୍ମ ଉତ୍ସବ ଚାଲିଛି।
Advertisment
ରାଜଧାନୀ ଭୁବନେଶ୍ୱର ସ୍ଥିତ ଥିବା ରାମ ମନ୍ଦିରରେ ରାମ ଜନ୍ମ ନୀତି ମହା ଆଡମ୍ବରରେ ପାଳନ ହେଉଛି। ଏହି ଅବସରରେ ଠାକୁରଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି।
ରାମନବମୀ ପାଇଁ ଭଦ୍ରକରେ ବି ବହୁ କାର୍ଯ୍ୟକ୍ରମ ଚାଲିଛି। ଗୁରୁବାରଠାରୁ ସେଠାରେ ମହାଯଜ୍ଞ ଚାଲିଛି। ସହରରେ ୬୦ରୁ ଅଧିକ ମେଢ଼ ଶୋଭାଯାତ୍ରା ବାହାରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।
Advertisment
ସେହପିରି ରାମ ନବମୀ ଉପଲକ୍ଷେ ଶ୍ରୀମନ୍ଦିରରେ ରୀତି ନୀତି ଅନୁସାରେ ରାମ ଜନ୍ମ ନୀତି ପାଳିତ ହେଉଛି। ରାମ ନବମୀ ଦିନରୁ ଶ୍ରୀକ୍ଷେତ୍ରରେ ଅନନ୍ୟ ସାହି ଯାତ ଆରମ୍ଭ ହୋଇଥାଏ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)