/odishatv-khabar/media/post_attachments/uploadimage/library/16_9/16_9_0/puri-1_1625552463.jpg)
puri
ପୁରୀ : ଆଜି ଶ୍ରୀଜିଉଙ୍କ ଅନବସରର ଦ୍ୱାଦଶୀ ତିଥି । ଆଜି ସକାଳ ଧୂପ ଓ ଭୋଗମଣ୍ଡପ ନୀତି ପରେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ନେଇ ଶ୍ରୀନଅରକୁ ରାଜପ୍ରସାଦ ବିଜେ କରିବେ ଦଇତାପତି । ଚତୁର୍ଦ୍ଧା ମୂର୍ତ୍ତିଙ୍କ ସୁସ୍ଥତାର ଖବର ଗଜପତିଙ୍କୁ ପ୍ରଦାନ କରାଯିବ ସେବାୟତ । ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ବାହାରିଥିବା ପାଟ ଡୋର, ଚନ୍ଦନ, କରାଳ ଚନ୍ଦନ ରୁପାଥାଳିରେ ଧରି ପାଟ ପଟୁଆରରେ ଦଇତାପତି ମାନେ ଧରି ଶ୍ରୀନଅରରେ ପହଞ୍ଚି ଗଜପତିଙ୍କୁ ପ୍ରଦାନ କରିବାର ବିଧି ରହିଛି ।
ସେପଟେ ଗତକାଲି ଏକାଦଶୀରେ ଶ୍ରୀଜିଉଙ୍କ ଖଳି ଲାଗି ନୀତି ଅନୁଷ୍ଠିତ ହୋଇଥିଲା । ଶ୍ରୀମନ୍ଦିରରୁ ଅସୁସ୍ଥ ଶ୍ରୀଜିଉଙ୍କୁ ଲାଗି ହୋଇଥିଲା ଦଶମୂଳ ମୋଦକ । ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ଲାଗି ପରେ ଜ୍ୱରରୁ ସୁସ୍ଥ ଅନୁଭବ କରିଛନ୍ତି ମହାପ୍ରଭୁ । ଏହି ଗୁପ୍ତ ନୀତି ଦଇତାପତି ସେବକ ମାନଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା ।
ସେପଟେ ମରାମତି ହେବ ମହାପ୍ରଭୁଙ୍କ ସୁବର୍ଣ୍ଣ କୁଣ୍ଡଳ ଓ ଶ୍ରୀଭୁଜ । ଶ୍ରୀଜଗନ୍ନାଥଙ୍କ ଦୁଇଟି ଓ ଶ୍ରୀ ବଳଭଦ୍ରଙ୍କର ଦୁଇଟି ଶ୍ରୀଭୂଜ ମରାମତି କରାଯିବ । ଶ୍ରୀଭୂଜର ଖଡୁ ବା ବଳା ଓ ପାପୁଲି, ଆଙ୍ଗୁଠିର ମରାମତି କରାଯିବ । ସୁନାରଆ ଏହାର ମହାମତି କରାଯିବ ।ମରାମତି ପରେ ମହାପ୍ରଭୁ ସୁନାବେଶ ବା ରାଜାଧିରାଜ ବେଶରେ ବିଭୂଷିତ ହେବେ । ଏଥିପାଇଁ ୧୨୦୦ ଗ୍ରାମର ସୁନାର ଆବଶ୍ୟକତା ରହିଛି । SBI ବ୍ୟାଙ୍କରେ ଥିବା ସୁନାକୁ ଅଣାଯାଇ ବିଧି ମୁତାବକ ବିଶୁଦ୍ଧ କରାଯାଇ ମରାମତି କାର୍ଯ୍ୟରେ ଲଗାଯିବା ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ଏକ ବେସରକାରୀ ଅନୁଷ୍ଠାନକୁ ଦାୟିତ୍ୱ ଦିଆଯାଇଛି । ୪ ଜଣ ଅଭିଜ୍ଞ କାରିଗରଙ୍କ ଦ୍ୱାରା ଏହି ମରାମତି କରାଯିବ ।
ରଥଯାତ୍ରା ପୂର୍ବରୁ ଏହି କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ରହିଛି । ଅନୁମାନ କରାଯାଉଛି କି ସୁନା ବେଶରେ ବ୍ୟବହୃତ ହେବାକୁ ଥିବା କିଛି ସୁନା ଅଳଙ୍କାର ବି ମରାମତି ହୋଇପାରେ । ଆଗକୁ ରଥଯାତ୍ରା ଓ ପରେ ମହାପ୍ରଭୁଙ୍କ ସୁନା ବେଶ ହେବ । ରାଜରାଜେଶ୍ୱର ବେଶ ପୂର୍ବରୁ ଏହି ମରାମତି କାମ ସରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)