Advertisment

ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ବର୍ଷା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ବର୍ଷା ଜାରି ରହିଛି।  ଗତକାଲି ବାଲେଶ୍ୱର ସହରରେ ରାତିରୁ ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି।  ଆଜି ସକାଳେ ଝିପିଝିପି ବର୍ଷା ଲାଗି ରହିଥିବା ବେଳେ ଆକାଶ ମେଘାଚ୍ଛନ୍ନ ରହିଛି। ବର୍ଷାପରେ କିଛିଦିନ ଧରି ଲାଗି ରହିଥିବା ତାତିରୁ ଆଶ୍ୱସ୍ତି ମିଳିଛି। ଭଦ୍ରକ ଜିଲ୍ଲାର ଧାମନଗର, ଚାନ୍ଦବାଲି ଓ ତିହିଡ଼ି, ଯାଜପୁର ଜିଲ୍ଲାର ଯାଜପୁର ଓ  ବିଞ୍ଝାରପୁର, କେନ୍ଦ୍ରାପଡ଼ା ଜିଲ୍ଲାର ଆଳି, ରାଜନଗର ଓ ରାଜକନିକାରେ ଘଡ଼ଘଡ଼ି ସହ […]

author-image
Jyotsnamayee Pradhan
ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ବର୍ଷା

rain

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ବର୍ଷା ଜାରି ରହିଛି।  ଗତକାଲି ବାଲେଶ୍ୱର ସହରରେ ରାତିରୁ ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି।  ଆଜି ସକାଳେ ଝିପିଝିପି ବର୍ଷା ଲାଗି ରହିଥିବା ବେଳେ ଆକାଶ ମେଘାଚ୍ଛନ୍ନ ରହିଛି। ବର୍ଷାପରେ କିଛିଦିନ ଧରି ଲାଗି ରହିଥିବା ତାତିରୁ ଆଶ୍ୱସ୍ତି ମିଳିଛି।

Advertisment

ଭଦ୍ରକ ଜିଲ୍ଲାର ଧାମନଗର, ଚାନ୍ଦବାଲି ଓ ତିହିଡ଼ି, ଯାଜପୁର ଜିଲ୍ଲାର ଯାଜପୁର ଓ  ବିଞ୍ଝାରପୁର, କେନ୍ଦ୍ରାପଡ଼ା ଜିଲ୍ଲାର ଆଳି, ରାଜନଗର ଓ ରାଜକନିକାରେ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି। ଏହାଛ଼ଡ଼ା କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଖୋର୍ଦ୍ଧା, ପୁରୀ, କଟକ ଓ ନୟାଗଡ଼ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବା ନେଇ ଆଶଙ୍କା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

Advertisment
Advertisment