Advertisment

ଚୌଦ୍ୱାର ଡ୍ରିମ୍ ହୋମ୍‌ ଆଶ୍ରମରେ ଚଢ଼ଉ, ୪୨ ପିଲା ଉଦ୍ଧାର

ଚୌଦ୍ୱାର(ପ୍ରକାଶ କୁମାର ନାୟକ): କଟକ ଜିଲ୍ଲା ଚୌଦ୍ୱାର ଶଙ୍କରପୁର ସ୍ଥିତ ଗୁଡ ନିଉଜ୍ ଇଣ୍ଡିଆର ଏକ ଶାଖା ଡ୍ରିମ୍ ହୋମ୍‌ ଆଶ୍ରମ ଉପରେ ଚଢଉ ହୋଇଛି। ଜିଲ୍ଲା ଶିଶୁ ମଙ୍ଗଳ କମିଟି ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୁକ୍ରବାର ଅଚାନକ ଚଢଉ କରି ଆଶ୍ରମରେ ବେନିୟମରେ ରଖାଯାଇଥିବା ୪୨ଜଣ ପିଲାଙ୍କୁ ଉଦ୍ଧାର କରିଛନ୍ତି। ପରେ ସମସ୍ତ ପିଲାଙ୍କୁ ଚୌଦ୍ୱାର ସ୍ଥିତ ଶିଶୁ ସଦନରେ ରଖାଯାଇଛି। ସୂଚନା ଅନୁଯାୟୀ ଢେଙ୍କାନାଳ ବେଲଟିକିରି ସେଲଟର ହୋମ୍ ସିଲ୍ ସହ […]

author-image
Jyotsnamayee Pradhan
ଚୌଦ୍ୱାର ଡ୍ରିମ୍ ହୋମ୍‌ ଆଶ୍ରମରେ ଚଢ଼ଉ, ୪୨ ପିଲା ଉଦ୍ଧାର

ctc

ଚୌଦ୍ୱାର(ପ୍ରକାଶ କୁମାର ନାୟକ): କଟକ ଜିଲ୍ଲା ଚୌଦ୍ୱାର ଶଙ୍କରପୁର ସ୍ଥିତ ଗୁଡ ନିଉଜ୍ ଇଣ୍ଡିଆର ଏକ ଶାଖା ଡ୍ରିମ୍ ହୋମ୍‌ ଆଶ୍ରମ ଉପରେ ଚଢଉ ହୋଇଛି। ଜିଲ୍ଲା ଶିଶୁ ମଙ୍ଗଳ କମିଟି ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୁକ୍ରବାର ଅଚାନକ ଚଢଉ କରି ଆଶ୍ରମରେ ବେନିୟମରେ ରଖାଯାଇଥିବା ୪୨ଜଣ ପିଲାଙ୍କୁ ଉଦ୍ଧାର କରିଛନ୍ତି। ପରେ ସମସ୍ତ ପିଲାଙ୍କୁ ଚୌଦ୍ୱାର ସ୍ଥିତ ଶିଶୁ ସଦନରେ ରଖାଯାଇଛି।

Advertisment

ସୂଚନା ଅନୁଯାୟୀ ଢେଙ୍କାନାଳ ବେଲଟିକିରି ସେଲଟର ହୋମ୍ ସିଲ୍ ସହ ସଂସ୍ଥା ପରିଚାଳିତ ୨୨ଟି ଶିଶୁ ଅନୁଷ୍ଠାନକୁ ବନ୍ଦ କରାଯାଇଥିଲା। ତେବେ ଅନୁଷ୍ଠାନଟି ସରକାରୀ ସ୍ତରରେ ବନ୍ଦ କରାଯାଇଥିବା ବେଳେ କିଭଳି ସେଠାରେ ପିଲାଙ୍କୁ ରଖା ଯାଇଥିଲା, ଏନେଇ ଖବର ପାଇ ସିଡବ୍ଲୁସି ଅଧ୍ୟକ୍ଷା ମନ୍ଦାକିନୀ ଜେନାଙ୍କ ସହିତ ପ୍ରମୁଖ ସଦସ୍ୟ ଆଶ୍ରମରେ ପହଞ୍ଚି ଚୌଦ୍ୱାର ପୁଲିସ୍‌ ସହାୟତାରେ ପିଲା ମାନଙ୍କୁ ଉଦ୍ଧାର କରାଯାଇଛି।

ତେବେ ପିଲାଙ୍କର ପରୀକ୍ଷା ଥିବାରୁ କୌଣସି ଅସୁବିଧା ହେବ ନାହିଁ। ସମସ୍ତ ପିଲା ପଢୁଥିବା ସ୍କୁଲରେ ପରୀକ୍ଷା ଦେବାର ସମସ୍ତ ବ୍ୟବସ୍ଥା କରାଯିବ ବୋଲି ସିଡବ୍ଲୁସି ଅଧ୍ୟକ୍ଷା ମନ୍ଦାକିନୀ ଜେନା କହିଛନ୍ତି।

Advertisment

Advertisment
Advertisment