/odishatv-khabar/media/post_attachments/uploadimage/library/16_9/16_9_0/make_1626764348.jpg)
make
ଭୁବନେଶ୍ୱର: ସ୍ୱାସ୍ଥ୍ୟକ୍ଷେତ୍ରରେ ପୁଞ୍ଜି ନିବେଶକାରୀଙ୍କୁ ଅାକୃଷ୍ଟ ପାଇଁ ମାରଥନ ଅାଲୋଚନା ଚାଲିଛି। ପୁଞ୍ଜି ନିବେଶକାରୀଙ୍କ ପାଖରେ ନିଜ ସଫଳତାର ଗାଥା ବଖାଣିବା ବେଳେ ଅାୟୁଷ୍ମାନ ଭାରତ ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ତୁଳନା କରି ରାଜନୀତିର ଛୁଙ୍କ ବି ଦେଇଥିଲେ ବିଭାଗୀୟ ମନ୍ତ୍ରୀ।
ଅାସନ୍ତା ୨ରୁ ୩ ବର୍ଷ ଭିତରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିନିଯୋଗ ହେବ ୨୭୫୦ କୋଟି ଟଙ୍କା। ତେବେ ଏ ସଂପର୍କିତ ପ୍ରସ୍ତାବ ନେଇ ଅାଗରୁ ଯୋଜନା ହୋଇଥିଲା ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ମେକ୍-ଇନ୍-ଓଡ଼ିଶା ପ୍ରଥମ ସଂସ୍କରଣରେ କେତେ ପ୍ରସ୍ତାବ ଅାସିଥିଲା ଓ କେତେ କାର୍ଯ୍ୟକାରୀ ହୋଇଛି, ସେ ତଥ୍ୟ କିନ୍ତୁ ମନ୍ତ୍ରୀଙ୍କ ପାଖରେ ନାହିଁ।
ସେହିଭଳି ଅଣୁ ଓ କ୍ଷୁଦ୍ରଶିଳ୍ପ ପାଇଁ ୧୧୭୭ କୋଟିର ପୁଞ୍ଜିନିବେଶର ପ୍ରସ୍ତାବ ଆସିଛି। ଏଥିରେ କେବଳ ଗୁଜରାଟରେ ପ୍ରତିଷ୍ଠିତ ଓଡ଼ିଆ ବ୍ୟବସାୟୀ ଉଦୟଶଙ୍କର ସେଠୀ ୮୦୦ କୋଟି ବିନିଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ସେହିପରି ବୟନଶିଳ୍ପ କ୍ଷେତ୍ରରେ ଏଥର ୧୩୭ କୋଟି ପୁଞ୍ଜିନିବେଶର ପ୍ରତିଶ୍ରୁତି ମିଳିଛି। ମହାକାଶ ଓ ପ୍ରତିରକ୍ଷା, କୃଷି ବ୍ୟବସାୟ, କେମିକାଲ୍ସ ଓ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ମଧ୍ୟ ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଆସିଛି।
ତେବେ ମେକ୍ଇନ୍ ଓଡ଼ିଶା କନ୍କ୍ଲେଭର ତୃତୀୟ ଦିନ ପରେ ଏବେ ଓଡ଼ିଶା ପାଇବ କ’ଣ ତାକୁ ନେଇ ଚର୍ଚ୍ଚା ଆରମ୍ବ ହୋଇଯାଇଛି।
ଗତକାଲି ଜିନ୍ଦଲ, ବେଦାନ୍ତ ଟାଟା ଓ ସେଲ୍ ନିଜ ପ୍ରକଳ୍ପର ସମ୍ପ୍ରସାରଣ କରିବାକୁ କହିଛନ୍ତି। କିନ୍ତୁ ବଡ଼ କଥା ହେଲା, ପୁରୁଣା ପ୍ରକଳ୍ପରୁ ଉତ୍ପାଦନ ପାଇଁ କଞ୍ଜାମାଲର ସମସ୍ୟା କଥା ଉଠାଇ ଛନ୍ତି ବେଦାନ୍ତ ଓ ଜିନ୍ଦଲ ମୁଖ୍ୟ। ତେବେ ଏପରି ସ୍ଥଳେ ପ୍ରକଳ୍ପର ସମ୍ପ୍ରସାରଣ କେତେ ସଫଳ ହେବ ତାକୁ ନେଇ ପ୍ରଶ୍ନ ଉଠିଛି।
ବିଶେଷଜ୍ଞଙ୍କ ମତରେ ଯଦି ସରକାର ଜିନ୍ଦଲ ଓ ବେଦାନ୍ତର ପ୍ରକଳ୍ପ ପାଇଁ କଞ୍ଚାମାଲ ବନ୍ଦୋବସ୍ତ ନ କରନ୍ତି ତେବେ ବୃହତ୍ ଶିଳ୍ପ ଭାଗ୍ୟ ଅନ୍ଧାରକୁ ଠେଲି ହୋଇଯିବ।
ତୃତୀୟ ଦିନରେ ଦକ୍ଷତା ବିକାଶ ପାଇଁ ୫ ଟି ସଂସ୍ଥା ସହ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ସରକାର। ଅନ୍ୟପଟେ ଏଥର ମେକ୍ଇନ୍ ଓଡ଼ିଶା କନ୍କ୍ଲେଭରେ ସରକାର ଅଢ଼େଇ ଲକ୍ଷ କୋଟିର ପୁଞ୍ଜିନିବେଶ ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଏଯାଏ ସମୁଦାୟ କେତେ ପ୍ରତିଶ୍ରୁତି ମିଳିଛି ସେ ନେଇ ଶିଳ୍ପ ବିଭାଗ କିଛି ତଥ୍ୟ ଦେଇପାରିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)