Advertisment

ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ପ୍ରସ୍ତାବ ଚୂଡ଼ାନ୍ତ: ଜୁନ୍ ପହିଲାରୁ ଆରମ୍ଭ ହେବ କାମ

ପୁରୀ: ଶ୍ରୀମନ୍ଦି ର ଐତିହ୍ୟ କରିଡ଼ର ଚିଠା ପ୍ରସ୍ତାବ ଚୂଡ଼ାନ୍ତ ରୂପ ନେଇଛି। ଗତକାଲି ବସିଥିବା ଗୁରୁତ୍ୱପୂର୍ଣ୍ଣ ପରିଚାଳନା କମିଟି ବୈଠକରେ ଚିଠା ପ୍ରସ୍ତାବକୁ ମୋହର ବାଜିଛି। ଗତକାଲି ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି  ବୈଠକରେ ବସିଥିଲା। ବୈଠକରେ ପ୍ରସ୍ତାବିତ ନକ୍ସାକୁ ଅନୁମୋଦନ ମିଳିଥିବା ଜଣାଯାଇଛି। ଏହି ଚିଠା ପ୍ରସ୍ତାବ ଅନୁଯାୟୀ,୭୫ ମିଟର ଐତିହ୍ୟ କରିଡର ମଧ୍ୟରୁ ୫୫ମିଟର ପରିସରରେ ସମସ୍ତ ଯାନବାହାନକୁ ନିଷେଧ କରାଯିବ। ୫୫ ମିଟର ପରେ ସୁନ୍ଦର ରାସ୍ତା ନିର୍ମାଣ […]

author-image
Minati Mishra
ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ପ୍ରସ୍ତାବ ଚୂଡ଼ାନ୍ତ: ଜୁନ୍ ପହିଲାରୁ ଆରମ୍ଭ ହେବ କାମ

srimandira

ପୁରୀ: ଶ୍ରୀମନ୍ଦି ର ଐତିହ୍ୟ କରିଡ଼ର ଚିଠା ପ୍ରସ୍ତାବ ଚୂଡ଼ାନ୍ତ ରୂପ ନେଇଛି। ଗତକାଲି ବସିଥିବା ଗୁରୁତ୍ୱପୂର୍ଣ୍ଣ ପରିଚାଳନା କମିଟି ବୈଠକରେ ଚିଠା ପ୍ରସ୍ତାବକୁ ମୋହର ବାଜିଛି। ଗତକାଲି ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି  ବୈଠକରେ ବସିଥିଲା। ବୈଠକରେ ପ୍ରସ୍ତାବିତ ନକ୍ସାକୁ ଅନୁମୋଦନ ମିଳିଥିବା ଜଣାଯାଇଛି।

Advertisment

ଏହି ଚିଠା ପ୍ରସ୍ତାବ ଅନୁଯାୟୀ,୭୫ ମିଟର ଐତିହ୍ୟ କରିଡର ମଧ୍ୟରୁ ୫୫ମିଟର ପରିସରରେ ସମସ୍ତ ଯାନବାହାନକୁ ନିଷେଧ କରାଯିବ। ୫୫ ମିଟର ପରେ ସୁନ୍ଦର ରାସ୍ତା ନିର୍ମାଣ କରାଯାଇ ବ୍ୟାଟେରୀ ଗାଡି ନିଃଶୁକ୍ଳ ଭାବେ ଭକ୍ତଙ୍କ ପାଇଁ ପ୍ରଚଳନ କରାଯିବ। ସେହିପରି ୬ହଜାର ଭକ୍ତଙ୍କ ପାଇଁ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷରେ ରହିବ ସମସ୍ତ ମୌଳିକ ସୁବିଧା।

ଏହାଛଡା ପ୍ରାୟ ୪ ହଜାର ପରିବାର ବର୍ଗଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା, କ୍ଲକ ରୁମ୍, ବ୍ୟାଗେଜ ସ୍କାନିଂ ବ୍ୟବସ୍ଥା ରହିବ।  ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଶୌଚାଳୟ, ଏଟିଏମ୍ ବ୍ୟବସ୍ଥା, ହେଲ୍‌ପ ଡେସ୍କ, ଆରକ୍ଷୀ ସେବା କେନ୍ଦ୍ର, ଭଜନ ଓ ସଂସ୍କୃତି ମଣ୍ତପ ଇତ୍ୟାଦି ନିର୍ମାଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

Advertisment

ମଠମନ୍ଦିର ଗୁଡିକର ପୁନଃ ବିକାଶ ପାଇଁ ବି କଳିଙ୍ଗ  କୀର୍ତ୍ତିରାଜି ଢାଞ୍ଚାରେ ନିର୍ମାଣ କାର୍ଯ୍ୟ କରାଯିବ। ପ୍ରାଥମିକ ଭାବେ ସିଂହଦ୍ୱାରର ଉଭୟ ପାର୍ଶ୍ୱରେ ଥିବା ବଡଛତା ମଠ ଓ ଛାଉଣୀ ମଠକୁ ପଥରରେ ସ୍ୱତନ୍ତ୍ର ଭାବେ ର୍ନିମାଣ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ଚଳିତ ମାସ ୨୮ ତାରିଖ ସୁଦ୍ଧା ପ୍ରକଳ୍ପର ଅନୁମତି ପାଇଁ ରାଜ୍ୟ ସରକାର ଓ ଜାତୀୟ ସ୍ମାରକୀ ପ୍ରାଧିକରଣ ଓ ପୁରୀ କୋଣାର୍କ ଉନ୍ନୟନ ସଂସ୍ଥାକୁ ଅବଗତ କରାଯିବ। ଏହାପରେ ଜୁନ୍ ପହିଲାରୁ ପ୍ରକଳ୍ପ କାମ ଆରମ୍ଭ କରାଯିବ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଗ୍ରହଣୀୟ ମତାମତକୁ ଏକାଠି କରି ପ୍ରସ୍ତାବିତ ଚିଠା ପ୍ରସ୍ତାବକୁ କିଛିମାତ୍ରାରେ ପରିବର୍ତ୍ତନ କରାଯାଇଛି। ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଚିଠା ପ୍ରସ୍ତାବ ଚୂଡ଼ାନ୍ତ କରାଯାଇଛି। ଆମର ଐତିହ୍ୟ କରିଡର ୭୫ ମିଟର ପରିସରକୁ ନେଇ କରାଯିବ ବୋଲି ସେ କହିଛନ୍ତି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆହୁରି କହିଛନ୍ତି, ସେବାୟତ, ମଠ ଓ ପୁରୀ ବାସୀଙ୍କ ପାଇଁ ଏହି ଚିଠା ପ୍ରସ୍ତା ଆଜି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିବା ସମ୍ଭବ ହୋଇ ପାରିଛି। ୨୦୧୯ ଅକ୍ଟୋବରରେ ଏ ନେଇ ରାଜ୍ୟ କ୍ୟାବିନେଟ ଅନୁମୋଦନ ମିଳିଥିଲା। ୨୦୧୯ ଡିସେମ୍ବର ୩୦ ତାରିଖରେ ସ୍ଥାପତ୍ୟ ଚିଠି ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ରଖିଥିଲେ ଏବଂ ଏହି ଐତିହ୍ୟ କରିଡର ପାଇଁ ୮୦୦ କୋଟିର ଅନୁମୋଦନ ମିଳିଥିଲା। ପ୍ରାୟ ୩୦୦ ପ୍ରସ୍ତାବ ଅଧାରରେ ୩ଟି କମିଟି ଯଥା ସାଂସ୍କୃତିକ, ଟେକ୍ନିକାଲ ଏବଂ ଡିଜାଇନ ସମୀକ୍ଷା କମିଟି ଗଠନ କରାଯାଇଥିଲା ଯାହାକୁ ଆଜିର ବୈଠକରେ ଗ୍ରୀନ ସିଗ୍‌ନାଲ ମିଳିଛି।

ପଢନ୍ତୁ: ଶ୍ରୀମନ୍ଦିର ଐତିହ୍ୟ କରିଡ଼ରକୁ ନେଇ ବଡ଼ ଭ୍ରମ ସୃଷ୍ଟି କରୁଛନ୍ତି ଓଡ଼ିଶା ସରକାର: କେନ୍ଦ୍ରମନ୍ତ୍ରୀ

Puri Srimandir By-law
Advertisment
Advertisment