Advertisment

ବାହାରୁ ଆସୁଥିବା ଅଙ୍ଗାରରେ ରନ୍ଧା ହେଉଛି ମହାପ୍ରସାଦ; ଅବଢ଼ା ପାଇଁ ଘିଅ ବଦଳରେ...

ପୁରୀ: ସ୍ୱତନ୍ତ୍ର ନୀତି ଓ ପରମ୍ପରାରେ ଚାଲୁଥିବା ଶ୍ରୀମନ୍ଦିରରେ ବି ହେଉଛି ନିୟମ ଉଲ୍ଲଂଘନ। ଯାହାର ପୁଣି ଏକ ଜୀବନ୍ତ ପ୍ରମାଣ ସାମ୍ନାକୁ ଆସିଛି। ମହାପ୍ରଭୁଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ ହେଉଥିବା ରୋଷଶାଳାକୁ ଜାଳେଣି ପାଇଁ ବାହାରୁ ଯାଉଛି ଅଙ୍ଗାର। ସୁଆର ସେବକ ଏହାକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରୁଥିବା ବେଳେ କ୍ଷୁବ୍ଧ ହୋଇଛନ୍ତି ଜଗନ୍ନାଥପ୍ରେମୀ। ପୂରା ପ୍ରସଙ୍ଗରେ କିନ୍ତୁ ଚୁପ୍ ମନ୍ଦିର ପ୍ରଶାସନ। ବାହାରୁ ଯାଉଥିବା ଏଣୁତେଣୁ ସଂଗୃହୀତ ଅଙ୍ଗାରରେ ରନ୍ଧା ଯାଉଛି ମହାପ୍ରସାଦ। କୋଟି କୋଟି […]

author-image
Abinash Pati
ବାହାରୁ ଆସୁଥିବା ଅଙ୍ଗାରରେ ରନ୍ଧା ହେଉଛି ମହାପ୍ରସାଦ; ଅବଢ଼ା ପାଇଁ ଘିଅ ବଦଳରେ...

sukhili

ପୁରୀ: ସ୍ୱତନ୍ତ୍ର ନୀତି ଓ ପରମ୍ପରାରେ ଚାଲୁଥିବା ଶ୍ରୀମନ୍ଦିରରେ ବି ହେଉଛି ନିୟମ ଉଲ୍ଲଂଘନ। ଯାହାର ପୁଣି ଏକ ଜୀବନ୍ତ ପ୍ରମାଣ ସାମ୍ନାକୁ ଆସିଛି। ମହାପ୍ରଭୁଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ ହେଉଥିବା ରୋଷଶାଳାକୁ ଜାଳେଣି ପାଇଁ ବାହାରୁ ଯାଉଛି ଅଙ୍ଗାର। ସୁଆର ସେବକ ଏହାକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରୁଥିବା ବେଳେ କ୍ଷୁବ୍ଧ ହୋଇଛନ୍ତି ଜଗନ୍ନାଥପ୍ରେମୀ। ପୂରା ପ୍ରସଙ୍ଗରେ କିନ୍ତୁ ଚୁପ୍ ମନ୍ଦିର ପ୍ରଶାସନ।

Advertisment

ବାହାରୁ ଯାଉଥିବା ଏଣୁତେଣୁ ସଂଗୃହୀତ ଅଙ୍ଗାରରେ ରନ୍ଧା ଯାଉଛି ମହାପ୍ରସାଦ। କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନରେ କ୍ଷୋଭ ସୃଷ୍ଟି କରିଥିବା ଏ ଖବରକୁ ନେଇ ହଇଚଇ ସୃଷ୍ଟି ହୋଇଛି।

ଠାକୁରଙ୍କ ପାଇଁ ମହାପ୍ରସାଦ ସାଙ୍ଗକୁ ଶୁଖିଲି ଭୋଗ ସବୁ ଏହି ଜାଳେଣି ବ୍ୟବହାର କରି ହେଉଥିବାରୁ ଏହାକୁ ନେଇ ଭକ୍ତଙ୍କ ମନରେ ଅନେକ ଅସମାହିତ ପ୍ରଶ୍ନ ଉଠିଛି।

Advertisment

publive-image

କାରଣ ଶ୍ରୀମନ୍ଦିର ରୋଷ ଘର ଚାହିଦା ମେଣ୍ଟାଇବାକୁ ଏଠୁସେଠୁ ଅଙ୍ଗାର ଯଦି ଯାଉଥିବ, ତାକୁ ଜଗିବ କିଏ ? କଥା ଏଇଠି ସରିନି, ବାହାର ଅଙ୍ଗାରରେ ଅବଢ଼ା ପ୍ରସ୍ତୁତ ଅଭିଯୋଗକୁ ନେଇ ଗତ ୨୦ ତାରିଖରେ ମନ୍ଦିର ପରିଚାଳନା କମିଟିରେ ବି ଝଡ଼ ଉଠିଥିଲା। ହେଲେ ସୁଆର ସେବକ ଏହାକୁ ରୋକଠୋକ୍ ଅଗ୍ରାହ୍ୟ କରିଥିଲେ।

ଏବେ ସମାନ କଥା ଦୋହରାଇ କେବଳ ରୋଷଘରୁ ବାହାରୁଥିବା ଅଙ୍ଗାର ହିଁ ଅଙ୍ଗାରୁଆ ବୋଲି ସେବକମାନେ ଜାଳେଣି ଭାବେ ସଂଗ୍ରହ କରନ୍ତି ବୋଲି କହିଛନ୍ତି।

publive-image

ତେବେ ବର୍ଷ ବର୍ଷ ଧରି ଦକ୍ଷିଣପାର୍ଶ୍ୱ ମଠରୁ ରୋଷ ଘରକୁ ଅଙ୍ଗାର ଯୋଗାଣ କଥା କ'ଣ ମିଛ ? ତେବେ ଖାଲି ବାହାର ଅଙ୍ଗାର ନୁହେଁ, ଅବଢ଼ା ରନ୍ଧା ପାଇଁ ଶୁଦ୍ଧ ଘିଅ ବଦଳରେ ପାମୋଲିନ୍ ତେଲ, ନିମ୍ନମାନର ଚାଉଳ ଓ ପୋକରା ପରିବା ବି ରୋଷଶାଳାକୁ ଯାଉଥିବା ଅଭିଯୋଗ ଆଣିଛନ୍ତି ସୁଆର ନିଯୋଗର ପୂର୍ବତନ ସହ ସଂପାଦକ। ତେବେ ପୂରା ଘଟଣାରେ ଶ୍ରୀମନ୍ଦିର ପ୍ରଶାସନର କିନ୍ତୁ ଚୁପ୍‌।

ସେପ୍ଟେମ୍ବର ୫-୨୦୧୭ ମହାପ୍ରଭୁଙ୍କ ଅତିପ୍ରୀୟ ଅବଢ଼ା ଅନ୍ନ ରନ୍ଧା ପାଇଁ ଫିମ୍ପିଲଗା, ପୋକରା ଚାଉଳ ଶ୍ରୀମନ୍ଦିରକୁ ଯିବାବେଳେ ଓଟିଭି ହାତରେ ଲାଗିଥିଲା ଏକ୍ସକ୍ଲୁସିଭ୍ ଚିତ୍ର। ଯାହାକି କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ଗଭୀର ଆଘାତ ଦେବା ସହ ମହାପ୍ରସାଦର ଗୁଣବତ୍ତା ଉପରେ ପ୍ରଶ୍ନ ଉଠିଥିଲା।

Advertisment
Advertisment