Advertisment

ବଡ଼ବଡ଼ିଆଙ୍କୁ ପକ୍କା ଘର; କିନ୍ତୁ ଯୋଗ୍ୟ ହିତାଧିକାରୀ ପଲିଥିନ ତଳେ

ଭୁବନେଶ୍ୱର: ସରକାର ଗରିବ ହିତାଧିକାରୀଙ୍କ ନିମନ୍ତେ ଘରଟେ ପାଇଁ ବିଜୁ ପକ୍କାଘର ଠୁ ଆରମ୍ଭ କରି ବିଭିନ୍ନ ଯେ।ଜନା ମାନ ପ୍ରଣୟନ କରୁଛନ୍ତି ସତ କିନ୍ତୁ ଗାଁ ଗହଳିରେ ତାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ଯେ।ଜନ ଠୁ ଯେ।ଜନ ଦୂରରେ ପ୍ରକୃତ ହିତାଧିକାରୀ। ଯେଉଁମାନେ ଯେ।ଗ୍ୟ ହିତାଧିକାରୀ, ସେମାନେ ସରକାରଙ୍କ ବିଭିନ୍ନ ଯେ।ଜନାଠାରୁ ବଞ୍ଚିତ ରହୁଛନ୍ତି। କିନ୍ତୁ ଅଯେ।ଗ୍ୟ ହିତାଧିକାରୀଙ୍କୁ ସମସ୍ତ ସୁବିଧା ମିଳିପାରୁଛି। ‘ତେଲିଆ ମୁଣ୍ଡରେ ତେଲ’ ଭଳି ବଡ଼ବଡ଼ିଆଙ୍କୁ ଆବାସ ଯୋଜନାରେ ଘର […]

author-image
Abinash Pati
ବଡ଼ବଡ଼ିଆଙ୍କୁ ପକ୍କା ଘର; କିନ୍ତୁ ଯୋଗ୍ୟ ହିତାଧିକାରୀ ପଲିଥିନ ତଳେ

ga

ଭୁବନେଶ୍ୱର: ସରକାର ଗରିବ ହିତାଧିକାରୀଙ୍କ ନିମନ୍ତେ ଘରଟେ ପାଇଁ ବିଜୁ ପକ୍କାଘର ଠୁ ଆରମ୍ଭ କରି ବିଭିନ୍ନ ଯେ।ଜନା ମାନ ପ୍ରଣୟନ କରୁଛନ୍ତି ସତ କିନ୍ତୁ ଗାଁ ଗହଳିରେ ତାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ଯେ।ଜନ ଠୁ ଯେ।ଜନ ଦୂରରେ ପ୍ରକୃତ ହିତାଧିକାରୀ। ଯେଉଁମାନେ ଯେ।ଗ୍ୟ ହିତାଧିକାରୀ, ସେମାନେ ସରକାରଙ୍କ ବିଭିନ୍ନ ଯେ।ଜନାଠାରୁ ବଞ୍ଚିତ ରହୁଛନ୍ତି। କିନ୍ତୁ ଅଯେ।ଗ୍ୟ ହିତାଧିକାରୀଙ୍କୁ ସମସ୍ତ ସୁବିଧା ମିଳିପାରୁଛି।

Advertisment

‘ତେଲିଆ ମୁଣ୍ଡରେ ତେଲ’ ଭଳି ବଡ଼ବଡ଼ିଆଙ୍କୁ ଆବାସ ଯୋଜନାରେ ଘର ମିଳିଥିବାବେଳେ ଗରିବ କିନ୍ତୁ ଏଥିରୁ ବଞ୍ଚିତ ହେଉଛନ୍ତି। କିଏ ପଲିଥିନ ଟାଣି ରହୁଥିବାବେଳେ ଆଉ କିଏ ଛଣ ଛପର ଘର ଉପରେ ଜରିଟାଣି ରହୁଛନ୍ତି। କିନ୍ତୁ ଏଯାଏଁ ପକ୍କା ଘରଟେ ମିଳିପାରୁନାହିଁ। ଶୀତ,ବର୍ଷା ଓ ଖରାକୁ ଖାତିର ନକରି ଅତି ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି। ଏଭଳି ଅନୀୟମିତତା ବିଭିନ୍ନ ଯାଗାରେ ବାରମ୍ବାର ଘଟୁଥିଲେ ବି ସରକାର କି ପ୍ରଶାସନର ଏଥିପ୍ରତି କୌଣସି ନିଘା ନାହିଁ। ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା ଶୁଳିଆ ପଦା ବ୍ଲକ ଅଁଳାକୁଣ୍ଡା ଗାଁରେ ଓ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଫତେପୁରରେ ଯୋଗ୍ୟ ହିତାଧିକାରୀଙ୍କୁ ଅଣେଦଖା କରାଯାଉଥିବା ଅଭିଯୋଗ ହୋଇଛି।

publive-image

ଘର କହିଲେ ପଲିଥିନ ଟଙ୍ଗା ଚାଳିଆ। ଅଣଓସାରିଆ ପାଇଖାନା। ବାତ୍ୟାରେ ଛଣ ଛପର ଘର ଭାଙ୍ଗିଯିବା ପରେ ଏବେ ଏଭଳି ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ମୟୁରଭଞ୍ଜ ଜିଲ୍ଲା ଅଁଳାକୁଣ୍ଡା ଗାଁର ଜାତନୀ ସିଂ । ନୁଆଁଣିଆ ପଲିଥିନ ତଳେ ରୁହନ୍ତି ଜାତନୀଙ୍କ ୬ ଜଣ ସଦସ୍ୟ। ଯେଉଁଠି ରୋଷେଇ କରୁଛନ୍ତି ସେଠାରେ ହିଁ ଶୋଉଛନ୍ତି। ଏମିତିକି ପାଖରେ ଥିବା ପାଇଖାନାରେ ରହୁଛନ୍ତି ଜାତନୀଙ୍କ ପରିବାର। ଜାତନୀଙ୍କ ପରିବାର ୨ବର୍ଷ ହେଲା ଘରଟିଏ ପାଇଁ ବାରମ୍ବାର ପ୍ରଶାସନ ଠୁ ଆରମ୍ଭ କରି ବିଭିନ୍ନ ସ୍ତରରେ ଗୁହାରି କରୁଥିଲେ ବି ତାଙ୍କ କଥା କେହି ଶୁଣୁନଥିବା ସେ ଅଭିଯୋଗ କରୁଛନ୍ତି। ତେବେ ଏନେଇ ଶୁଳିଆ ପଦା ବିଡିଓ ପରିକ୍ଷୀତ ଜେନା କହିଛନ୍ତି ଯେ,ଯଥାଶୀଘ୍ର ଜାତନୀଙ୍କୁ ଘର ଖଣ୍ଡେ ଯୋଗାଇ ଦିଆଯିବ ।

Advertisment

publive-image

ସେପଟେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଫତେପୁରରେ ବି ସମାନ ଅବସ୍ଥା। ଏଠି ସ୍ଥାନ ବଦଳିଛି କିନ୍ତୁ ଅବସ୍ଥା ନୁହେଁ। ଛିଣ୍ଡା ପଲିଥିନ ସହ ମାଟି କାନ୍ଥରେ ତିଆରି ଘର । କେତେବେଳେ ଦଲକାଏ ପବନରେ ଉଡେଇନବ ସବୁକିଛି । ଏଭଳି ଅବସ୍ଥାରେ ବିତୁଛି ଦମୟନ୍ତୀ ବାରିକଙ୍କ ଜୀବନ। ସରକାରୀ ସ୍ତରରେ ଘରଟିଏ ପାଇଁ ବାରମ୍ବାର ଗୁହାରି କରିଥିଲେ ବି କୌଣସି ସୁଫଳ ମିଳୁନାହିଁ। ଏଯାଏଁ ଘର ଖଣ୍ଡେ ମିଳିପାରୁନାହିଁ। କେବଳ ଯେ ଦମୟନ୍ତୀ ନୁହନ୍ତି ଆହୁରି ମଧ୍ୟ ଫତେପୁର ପଞ୍ଚାୟତର ଗୋଳାପୋଖରୀ, ବାରିକବିନ୍ଧା ଗାଁରେ ଅନେକ ଲୋକଙ୍କୁ ପକ୍କା ଘରଟେ ମିଳିପାରୁନାହିଁ। ଏନେଇ ବିଡିଓ ଶରତ ମଲ୍ଲିକ କହିଛନ୍ତି ଯେ, ଘର ମିଳିନଥିବା ଲୋକଙ୍କ ଲିଷ୍ଟ ତିଆରି କରି ସେମାନଙ୍କୁ ଖୁବଶୀଘ୍ର ଘର ଯୋଗାଇ ଦିଆଯିବ।

Advertisment
Advertisment