Advertisment

ପ୍ରଫୁଲ୍ଲ ପୁଅକୁ ଯାହା କହିଥିଲେ, ତାହା ସତ ହୋଇଗଲା ?

କଟକ: ମାହାଙ୍ଗା ଡବଲ ମର୍ଡରର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ଘଟଣା ଏବେବି ସନ୍ଦେହ ଘେରରେ ରହିଛି। ତାଙ୍କର ମୃତ୍ୟୁ ଦୁର୍ଘଟଣା ନା ହତ୍ୟା ଏନେଇ ଅନେକ କଥା ସାମନାକୁ ଆସୁଛି। ତାଙ୍କ ମୃତ୍ୟୁକୁ ନେଇ ଏଯାଏଁ ଥଳକୂଳ ପୋଲିସ ପାଉନି। ଗତକାଲି ଜଣେ ବ୍ୟକ୍ତିଙ୍କ ଏତଲା କପି ସାମନାକୁ ଆସିବା ଓ ଆଜି ପୁଣି ପ୍ରଫୁଲ୍ଲଙ୍କ ପୁଅଙ୍କ ପ୍ରତିକ୍ରିୟା ଘଟଣାରେ ଟୁଇଷ୍ଟ ଆଣିଛି। ମୃତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ନାବାଳକ ପୁଅ କହିଛନ୍ତି ଯେ ଘଟଣା […]

author-image
Chandan Shishu
ପ୍ରଫୁଲ୍ଲ ପୁଅକୁ ଯାହା କହିଥିଲେ, ତାହା ସତ ହୋଇଗଲା ?

Pafulla-biswal-KO

କଟକ: ମାହାଙ୍ଗା ଡବଲ ମର୍ଡରର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ଘଟଣା ଏବେବି ସନ୍ଦେହ ଘେରରେ ରହିଛି। ତାଙ୍କର ମୃତ୍ୟୁ ଦୁର୍ଘଟଣା ନା ହତ୍ୟା ଏନେଇ ଅନେକ କଥା ସାମନାକୁ ଆସୁଛି। ତାଙ୍କ ମୃତ୍ୟୁକୁ ନେଇ ଏଯାଏଁ ଥଳକୂଳ ପୋଲିସ ପାଉନି। ଗତକାଲି ଜଣେ ବ୍ୟକ୍ତିଙ୍କ ଏତଲା କପି ସାମନାକୁ ଆସିବା ଓ ଆଜି ପୁଣି ପ୍ରଫୁଲ୍ଲଙ୍କ ପୁଅଙ୍କ ପ୍ରତିକ୍ରିୟା ଘଟଣାରେ ଟୁଇଷ୍ଟ ଆଣିଛି। ମୃତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ନାବାଳକ ପୁଅ କହିଛନ୍ତି ଯେ ଘଟଣା ଦିନ ପ୍ରଫୁଲ୍ଲ ତାଙ୍କୁ ଫୋନ୍ କରିଥିଲେ। ୧୦ରୁ ୧୫ ମିନିଟ୍ କଥା ହୋଇଥିଲେ। ମା’କୁ ଖୋଜିଲେ, ମ” ନଥିବାରୁ ମୋ ସହ କଥା ହେଲେ। କହିଲେ ମା’କୁ କହିବୁ ଯଦି ମୋର ଆକ୍ସିଡେଣ୍ଟ ହୁଏ, କାହାକୁ ଦୋଷ ଦେବେନି। ବାପାଙ୍କୁ ବିଭିନ୍ନ କେସ୍‌ରେ ଫସାଇ ଦିଆଯାଇଥିବାରୁ ସେ ଟେନସନରେ ଥିଲେ। ତେବେ ତାଙ୍କର ଆକ୍ସିଡେଣ୍ଟ ହେବ ବୋଲି ପ୍ରଫୁଲ୍ଲ କେମିତି ଜାଣିଲେ ଏନେଇ ପ୍ରଶ୍ନ ଉଠିଛି।

Advertisment

ସେହିପରି ମୃତ୍ୟୁ ପୂର୍ବରୁ ବିଜେପି ନେତା ରମାକାନ୍ତ ବରାଳଙ୍କୁ ପ୍ରଫୁଲ୍ଲ ବିଶ୍ୱାଳ ଫୋନ୍ କରିଥିଲେ। ଆଉ ଆଇନ ମନ୍ତ୍ରୀ ପ୍ରତାପ ଜେନା ତାଙ୍କୁ ଫସାଇ ଦେଇଥିବା ନେଇ ରମାକାନ୍ତ ବରାଳଙ୍କୁ ଫୋନରେ ବାର୍ତ୍ତାଳାପ ବେଳେ ପ୍ରଫୁଲ୍ଲ ବିଶ୍ୱାଳ କହିଥିବା ଅଭିଯୋଗ କରିଥିଲେ ରମାକାନ୍ତ। ରମାକାନ୍ତ ବରାଳ ହେଉଛନ୍ତି ଗତ ଜାନୁୟାରୀ ୧ ତାରିଖରେ ହତ୍ୟାର ଶୀକାର ବିଜେପି ନେତା କୁଳମଣି ବରାଳଙ୍କ ପୁଅ। ଏନେଇ ରମାକାନ୍ତ ଥାନାରେ ଏତଲା ମଧ୍ୟ ଦେଇଥିଲେ।

ରମାକାନ୍ତ ଥାନାରେ ଦେଇଥିବା ଏତଲାରେ ଏଭଳି ଦର୍ଶାଇଛନ୍ତି ଯେ ପ୍ରଫୁଲ୍ଲଙ୍କ ମୃତଦେହ ଗତ ୬ ତାରିଖରେ ମିଳିଥିଲା। ତା’ ପୂର୍ବଦିନ ଅର୍ଥାତ୍ ୫ ତାରିଖ ଅପରାହ୍ନ ୨ଟା ସମୟରେ ପ୍ରଫୁଲ୍ଲ, ରମାକାନ୍ତଙ୍କୁ ଫୋନ୍ କରି ଏକଥା କହିଥିଲେ, ମୋର ଏବଂ ମୋ ସାନଭାଇର ପିଲାମାନେ ତୁମକୁ ଲାଗିଲେ, ମନ୍ତ୍ରୀ ପ୍ରତାପ ଜେନା ଆମକୁ ଫସାଇଦେଲା। ତା’ ପାଇଁ ଆମେ ତିନୋଟି ହତ୍ୟାକାଣ୍ଡରେ ସାମିଲ ହେଲୁ ବୋଲି ରମାକାନ୍ତ ବରାଳଙ୍କୁ ପ୍ରଫୁଲ୍ଲ ଫୋନ୍ ଯୋଗେ କହିଥିଲେ। ସେହିଦିନ ରମାକାନ୍ତ ଏନେଇ ମାହାଙ୍ଗା ଥାନାରେ ଏତଲା ଦେଇଥିଲେ, ଯାହା ଓଟିଭିର ହସ୍ତଗତ ହୋଇଛି।
Advertisment

ତାଙ୍କର ମୃତ୍ୟୁକୁ ନେଇ ବିଜେପି, କଂଗ୍ରେସ ଅନେକ ପ୍ରଶ୍ନ ଉଠାଇଛନ୍ତି। ପ୍ରଫୁଲ୍ଲର ମୃତ୍ୟୁ ପଛରେ ବି ସିଧାସଳଖ ମାହାଙ୍ଗା ବିଧାୟକ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସଂପୃକ୍ତି କଥା ବିଜେପି କହିଛି। ଅଭିଯୁକ୍ତର ମୃତଦେହ ବିଧାୟକଙ୍କ ପରିବାର ମାଲିକାନାରେ ଥିବା ଟ୍ରାନ୍ସପୋର୍ଟ ଅଫିସ ନିକଟରୁ ମିଳିଛି। ପ୍ରଫୁଲ୍ଲ ବହୁତ କଥା ଜାଣିଥିଲେ, ତେଣୁ ତଥ୍ୟ ପ୍ରଘଟ ଆଶଙ୍କାରେ ତାଙ୍କୁ ହତ୍ୟା କରାଯାଇଛି ବୋଲି କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା ଅଭିଯୋଗ କରିଛନ୍ତି। କଂଗ୍ରେସ ବି ଏହାକୁ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହିଛି।

୧, ୨୦୨୧ରେ କଟକ ସାଲେପୁର ଜଙ୍କୋଟି ନିକଟରେ ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ପ୍ରାୟ ୧୩ ଜଣଙ୍କ ବିରୋଧରେ ଅଭିଯୋଗ ଆସିବା ସହ ଏତଲା ଦିଆଯାଇଥିଲା। ସେଦିନଠୁ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳ ଧରାପଡ଼ିନଥିଲା। ଫେବୃଆରୀ ୭ରେ କଟକ ଟାଙ୍ଗି ନୂଆବନ୍ଦାଳ ଛକ ନିକଟରେ ପ୍ରଫୁଲ୍ଲ ବିଶ୍ୱାଳର ମୃତଦେହ ରାସ୍ତାକଡ଼ରେ ପଡ଼ିଥିବା ମିଳିଥିଲା।

Mahanga Double Murder
Advertisment
Advertisment