Advertisment

ପଞ୍ଚଭୂତରେ ଲୀନ ହେଲା ମହାରଥୀଙ୍କ ପାର୍ଥିବ ଶରୀର

ପୁରୀ: ପଞ୍ଚଭୂତରେ ଲୀନ ହେଲା ମହାରଥୀଙ୍କ ପାର୍ଥିବ ଶରୀର। ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ରୁଦ୍ର ମୁଖାଗ୍ନି ଦେଇଥିବା ବେଳେ ଝିଅ ପଲ୍ଲବୀ ଓ ଜ୍ୱାଇଁ ଅର୍ଦ୍ଧେନ୍ଦୁ ଉପସ୍ଥିତ ଥିଲେ। ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ନିଜର ପ୍ରିୟ ନେତାଙ୍କୁ ଶେଷ ଦର୍ଶନ କରିବାକୁ ଲୋକାରଣ୍ୟ ହୋଇଥିଲା ସ୍ୱାର୍ଗଦ୍ୱାର। ବିଭିନ୍ନ ଦଳର ନେତା, ମହାରଥୀଙ୍କ ନିର୍ବାଚନମଣ୍ଡଳୀରୁ ଶହ ଶହ ସମର୍ଥକ ଓ ଶୁଭେଚ୍ଛୁ ସ୍ୱର୍ଗଦ୍ୱାରରେ ପହଞ୍ଚିଥିଲେ। ତାଙ୍କ […]

author-image
Abinash Pati
ପଞ୍ଚଭୂତରେ ଲୀନ ହେଲା ମହାରଥୀଙ୍କ ପାର୍ଥିବ ଶରୀର

pradeep-moharthy

ପୁରୀ: ପଞ୍ଚଭୂତରେ ଲୀନ ହେଲା ମହାରଥୀଙ୍କ ପାର୍ଥିବ ଶରୀର। ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ରୁଦ୍ର ମୁଖାଗ୍ନି ଦେଇଥିବା ବେଳେ ଝିଅ ପଲ୍ଲବୀ ଓ ଜ୍ୱାଇଁ ଅର୍ଦ୍ଧେନ୍ଦୁ ଉପସ୍ଥିତ ଥିଲେ। ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ନିଜର ପ୍ରିୟ ନେତାଙ୍କୁ ଶେଷ ଦର୍ଶନ କରିବାକୁ ଲୋକାରଣ୍ୟ ହୋଇଥିଲା ସ୍ୱାର୍ଗଦ୍ୱାର। ବିଭିନ୍ନ ଦଳର ନେତା, ମହାରଥୀଙ୍କ ନିର୍ବାଚନମଣ୍ଡଳୀରୁ ଶହ ଶହ ସମର୍ଥକ ଓ ଶୁଭେଚ୍ଛୁ ସ୍ୱର୍ଗଦ୍ୱାରରେ ପହଞ୍ଚିଥିଲେ। ତାଙ୍କ ମର ଶରୀରକୁ ଭୁବନେଶ୍ୱରରୁ ବିରାଟ ଶୋଭାଯାତ୍ରାରେ ସ୍ୱର୍ଗଦ୍ୱାର ନିଆଯାଇଥିଲା।

Advertisment

ମହାରଥୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିବା ପରେ ପ୍ରଥମେ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ ନିଆଯାଇଥିଲା। ଏହାପରେ ବିଧାନସଭା ନିଆଯାଇଥିଲା। ସେଠାରେ ଦଳମତ ନିର୍ବିଶେଷରେ ସବୁ ରାଜନେତା ମହାରଥୀଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ କରିଥିଲେ। ବିଧାନସଭାରୁ ବିଜେଡି ରାଜ୍ୟ କାର୍ଯ୍ୟାଳୟ ଏବଂ ପରେ ପିପିଲିସ୍ଥିତ ବିଜେଡି ପାର୍ଟି ଅଫିସ ନିଆଯାଇଥିଲା।

ସେଠାରୁ ତାଙ୍କ ପୈତୃକ ଗାଁ ପିପିଲି ଖୋରାପଦା ଏବଂ ପରେ ଫାର୍ମ ହାଉସ୍ ନିଆଯାଇଥିଲା। ପାର୍ଥିବ ଶରୀର ତାଙ୍କ ପୈତୃକ ଗାଁରେ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

Advertisment
Advertisment
Advertisment