/odishatv-khabar/media/media_files/2025/11/10/mohan-majhi-2025-11-10-22-32-09.jpg)
mohan majhi Photograph: (OTV)
କଟକ ବାଲିଯାତ୍ରା ପଡ଼ିଆରେ ପୋଲିସ ଡିଜିଙ୍କ ସମୀକ୍ଷା । ଦିଲ୍ଲୀ ବିସ୍ଫୋରଣ ପରେ ବାଲିଯାତ୍ରା ପଡ଼ିଆରେ ଡିଜିପିଙ୍କ ସମୀକ୍ଷା । କଟକ ଡିସିପିଙ୍କ ସହ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଡିଜିପି ।
#ହାଇଆଲର୍ଟରେ_କଟକ_ବାଲିଯାତ୍ରା
— ଓଟିଭି (@otvkhabar) November 10, 2025
-କଟକ ବାଲିଯାତ୍ରା ପଡ଼ିଆରେ ପୋଲିସ ଡିଜିଙ୍କ ସମୀକ୍ଷା
-ଦିଲ୍ଲୀ ବିସ୍ଫୋରଣ ପରେ ବାଲିଯାତ୍ରା ପଡ଼ିଆରେ ଡିଜିପିଙ୍କ ସମୀକ୍ଷା
-କଟକ ଡିସିପିଙ୍କ ସହ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଡିଜିପି#Cuttack#Baliyatra#Security#Police#DGP#OTVpic.twitter.com/IsAg2dh2NX
ଦିଲ୍ଲୀ ବିସ୍ଫୋରଣ ପରେ ପୋଲିସ ଡିଜିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶ । ବାଲିଯାତ୍ରା ଚାଲିଥିବାରୁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ । ପ୍ରମୁଖ ସହର ଓ ସମ୍ୱେଦନଶୀଳ ସ୍ଥାନରେ ସୁରକ୍ଷା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ । ସାଧାରଣ ଲୋକଙ୍କ ଜୀବନହାନି ନେଇ ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ଦୁଃଖପ୍ରକାଶ ସହ ଘଟଣାର କଡ଼ା ନିନ୍ଦା କଲେ ମୁଖ୍ୟମନ୍ତ୍ରୀ । ଏଭଳି ଅମାନବୀୟ ଘଟଣାକୁ ଭାରତ କେବେ ବରଦାସ୍ତ କରିନାହିଁ, କି କରିବନି ।
#ସୁରକ୍ଷା_କଡ଼ାକଡ଼ି_ପାଇଁ_ମୁଖ୍ୟମନ୍ତ୍ରୀଙ୍କ_ନିର୍ଦ୍ଦେଶ
— ଓଟିଭି (@otvkhabar) November 10, 2025
-ଦିଲ୍ଲୀ ବିସ୍ଫୋରଣ ପରେ ପୋଲିସ ଡିଜିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
-ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶ
-ବାଲିଯାତ୍ରା ଚାଲିଥିବାରୁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
-ପ୍ରମୁଖ ସହର ଓ ସମ୍ୱେଦନଶୀଳ ସ୍ଥାନରେ… pic.twitter.com/Ao7VFQu8cx
#i20ରେ_ଆସିଥିଲେ_ସନ୍ଦିଗ୍ଧ !
— ଓଟିଭି (@otvkhabar) November 10, 2025
-ଦିଲ୍ଲୀ ବିସ୍ଫୋରଣ ଘଟଣା ପଛରେ I-20 କାର୍
-ହରିୟାଣା ନଂ ଥିବା ଏହି କାର୍ ଉପରେ ବଢ଼ିଲା ସନ୍ଦେହ
-ଏଥିରେ ୩ ଜଣ ସନ୍ଦିଗ୍ଧ ଥିବା ନେଇ ମିଳିଲା ସୂଚନା
-ଏହି କାର୍ଟି ବିସ୍ଫୋରଣ ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା
-ପ୍ରକୃତରେ କାର୍ରେ କେଉଁମାନେ ଥିଲେ ଜାଣିବାକୁ ତଦନ୍ତ#Delhi#Blast#i20Car… pic.twitter.com/ZTr1ZCH2TE
ରାଜଧାନୀ ଭୁବନେଶ୍ବରରେ ବି ହାଇଆଲର୍ଟ । ଦିଲ୍ଲୀ ବିସ୍ଫୋରଣ ପରେ ଭୁବନେଶ୍ବରରେ ହାଇଆଲର୍ଟ ଜାରି କରାଯାଇଛି । ହାଇଆଲର୍ଟ ନେଇ ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି । ସବୁ ପ୍ରବେଶ ଓ ପ୍ରସ୍ଥାନ ପଥରେ କଡ଼ା ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି । ରେଲୱେ ଷ୍ଟେସନ ଓ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି । ସମସ୍ତ ହୋଟେଲ୍ରେ ସର୍ଚ୍ଚ କରିବାକୁ ଆଇଆଇସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ହାଇଆଲର୍ଟରେ ପୁରୀ । ହାଇଆଲର୍ଟ ନେଇ ପୁରୀ ଏସ୍ପିଙ୍କ ସୂଚନା । ବେଳାଭୂମି, ସମୁଦ୍ରକୂଳ ଓ ବଡ଼ଦାଣ୍ଡରେ ହାଇଆଲର୍ଟ ଜାରି କରାଯାଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ବ, ରେଲୱେ ଷ୍ଟେସନ, ବସ୍ଷ୍ଟାଣ୍ଡରେ ହାଇଆଲର୍ଟ ଜାରି । ପାଟ୍ରୋଲିଂ ବୃଦ୍ଧି ସହ ସମସ୍ତ ଆଇଆଇସିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବିସ୍ଫୋରଣ ପରେ ଦିଲ୍ଲୀ ଓ ମୁମ୍ବାଇରେ ହାଇଆଲର୍ଟ । ବିସ୍ଫୋରଣ ସ୍ଥଳରେ NIA ଓ NSG ଟିମର ତନାଘନା । ଦିଲ୍ଲୀ ଲାଲକିଲ୍ଲା ନିକଟରେ ଏକ କାରରେ ବିସ୍ଫୋରଣ ଘଟିଛି । ଏଥିରେ ୧୦ଜଣଙ୍କ ମୃତ୍ୟୁ ହୋଇଛି । ୩୦ଜଣ ବିସ୍ଫୋରଣରେ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସେମାନଙ୍କୁ ଚିକିତ୍ସା ପାଇଁ ହସପିଟାଲ ସ୍ଥାନାନ୍ତର କରାଯାଇଛି ।
ମେଟ୍ରୋ ଷ୍ଟେସନ ଗେଟ୍ ୧ ନିକଟ ପାର୍କିଂରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ପରେ ହୁତୁହୁତୁ ହୋଇ ଜଳିଲା କାର୍ । ଆଉ ୮ଟି ଗାଡ଼ି ମଧ୍ୟ ବିସ୍ଫୋରଣରେ ଜଳିଗଲା । ବିସ୍ଫୋରଣ ପରେ ଦିଲ୍ଲୀରେ ହାଇଆଲର୍ଟ ଜାରି ହୋଇଛି । କେଉଁ ପରିସ୍ଥିତିରେ ବିସ୍ଫୋରଣ ଘଟିଲା ତାର ତଦନ୍ତ ଚାଲିଛି ।
What Happened to Dharmendra: ଭେଣ୍ଟିଲେଟରରେ ଅଛନ୍ତି ଧର୍ମେନ୍ଦ୍ର ! ଜାଣନ୍ତୁ ତାଙ୍କର ବର୍ତ୍ତମାନର ସ୍ୱାସ୍ଥ୍ୟ ଅବସ୍ଥା

BJD Struggles to Hold the Fort: ବିଜୟ ଟୀକା ପିନ୍ଧିବାକୁ ବିଜେପି ଲଗାଇଛି ଜୀ ଜାନ୍, ବିଜେଡି ପାଇଁ ଚ୍ୟାଲେଞ୍ଜ ହୋଇଛି ଗଡ଼ ରକ୍ଷା

Nuapada Gears Up for Voting: ଆସନ୍ତାକାଲି ଭୋଟ୍ ଦେବ ନୂଆପଡ଼ା, ମାଓ ଇଲାକାକୁ ସେନା ହେଲିକପଟରରେ ଗଲେ ପୋଲିଂ କର୍ମଚାରୀ

Phone Call Scam: ବିଦେଶରୁ ଆସୁଛି ଫୋନ୍ କଲ୍ , ଲୁଟ୍ ହେଉଛି କୋଟି କୋଟି ଟଙ୍କା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)