Advertisment

Phone Call Scam: ବିଦେଶରୁ ଆସୁଛି ଫୋନ୍ କଲ୍ , ଲୁଟ୍ ହେଉଛି କୋଟି କୋଟି ଟଙ୍କା

ବିଦେଶରୁ ଆସୁଛି ଫୋନ୍ କଲ୍, ଲୁଟ୍ ହେଉଛି କୋଟି କୋଟି ଟଙ୍କା। ଡିଜିଟାଲ ଆରେଷ୍ଟ ମାଧ୍ୟମରେ ମୁମ୍ବାଇରେ ୫୮ କୋଟି ଟଙ୍କା ଠକେଇ ମାମଲାରେ ବଡ ଖୁଲାସା କରିଛି ମହାରାଷ୍ଟ୍ର ସାଇବର ପୋଲିସ। ଠକେଇ ହେବାର କିଛି ସମୟ ଭିତରେ ହିଁ ଦେଶ ବାହାରକୁ ଚାଲିଯାଇଛି ଟଙ୍କା।

author-image
Manas Ranjan Mohanty
CYBER

CYBER Photograph: (OTV)

ବିଦେଶରୁ ଆସୁଛି ଫୋନ୍ କଲ୍, ଲୁଟ୍ ହେଉଛି କୋଟି କୋଟି ଟଙ୍କା। ଡିଜିଟାଲ ଆରେଷ୍ଟ ମାଧ୍ୟମରେ ମୁମ୍ବାଇରେ ୫୮ କୋଟି ଟଙ୍କା ଠକେଇ ମାମଲାରେ ବଡ ଖୁଲାସା କରିଛି ମହାରାଷ୍ଟ୍ର ସାଇବର ପୋଲିସ। ଠକେଇ ହେବାର କିଛି ସମୟ ଭିତରେ ହିଁ ଦେଶ ବାହାରକୁ ଚାଲିଯାଇଛି ଟଙ୍କା।

Advertisment

ହଂକଂ, ଚାଇନା, ଇଣ୍ଡୋନେସିଆ ଭଳି ଦେଶକୁ ବ୍ୟାପିଛି ଠକେଇ ଚେର। କିଛି ଦିନ ତଳେ ମୁମ୍ବାଇର ଜଣେ ୭୨ ବର୍ଷୀୟ ବ୍ୟବସାୟୀ ସାଇବର ଠକେଇ ହୋଇଥିବା ନେଇ ଅଭିଯୋଗ କରିଥିଲେ। ଠକ ମାନେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଫିସର କହି ବ୍ୟବସାୟୀଙ୍କୁ ଦୀର୍ଘ ସମୟ ଧରି ଡିଜିଟାଲ ଆରେଷ୍ଟ କରିଥିଲେ। ଭିଡିଓ କଲ ମାଧ୍ୟମରେ ପଚରାଉଚରା କରିଥିଲେ। ଏହି ସମୟ ଭିତରେ ବ୍ଲାକମେଲ କରି ଅନଲାଇନ ଟ୍ରାଞ୍ଜେକସନ ମାଧ୍ୟମରେ ୫୮ କୋଟି ଟଙ୍କା ସ୍କାମ କରିଥିଲେ ଠକ।

ସାଇବର ପୋଲିସ ଜାଣିବାକୁ ପାଇଛି ଯେ ଏହି ଟଙ୍କା ଠକେଇ ହେବାର କିଛି ସମୟ ଭିତରେ ହିଁ ଏହାକୁ କ୍ରିପ୍ଟୋକରେନ୍ସିରେ ନିବେଶ କରି ଦେଶ ବାହାରକୁ ପଠାଇ ଦେଇଛନ୍ତି ଠକ। ଅତି କମ ସମୟରେ ଭିତରେ ଦେଶ ବାହାରକୁ ଚାଲିଯାଇଛି ଟଙ୍କା। ଦେଶ ବାହାରେ ଏକ ବଡ ଧରଣର ଠକେଇ ଗ୍ୟାଙ୍ଗ ଏବେ ଭାରତକୁ ଟାର୍ଗେଟ କରୁଛନ୍ତି। ଏହି ଗ୍ୟାଙ୍ଗ୍ ଭାରତରେ ହଜାର ହଜାର କୋଟି ଟଙ୍କାର ସ୍କାମ କରିଛନ୍ତି ବୋଲି ଅଭିଯୋଗ ହେଉଛି... 

Advertisment

ବିଦେଶରୁ ଆସୁଛି ଫୋନ୍ କଲ୍, ଲୁଟ୍ ହେଉଛି କୋଟି କୋଟି ଟଙ୍କା
ମୁମ୍ବାଇରେ ୫୮ କୋଟି ଟଙ୍କା ଠକେଇ ମାମଲାରେ ବଡ ଖୁଲାସା 
ଡିଜିଟାଲ ଆରେଷ୍ଟ ଠକେଇ ଖିଅ ଧରିଛି ମହାରାଷ୍ଟ୍ର ସାଇବର ପୋଲିସ
ଠକେଇ ହେବାର କିଛି ସମୟ ଭିତରେ ହିଁ ଦେଶ ବାହାରକୁ ଚାଲିଯାଇଛି ଟଙ୍କା
ହଂକଂ, ଚାଇନା, ଇଣ୍ଡୋନେସିଆ ଭଳି ଦେଶକୁ ବ୍ୟାପିଛି ଠକେଇ ଚେର
ମୁମ୍ବାଇର ଜଣେ ବ୍ୟବସାୟୀ ସାଇବର ଠକେଇ ନେଇ ଅଭିଯୋଗ କରିଥିଲେ
ଠକ ମାନେ EDର ଅଫିସର କହି ଡିଜିଟାଲ ଆରେଷ୍ଟ କରିଥିଲେ
ଭିଡିଓ କଲ ମାଧ୍ୟମରେ ପଚରାଉଚରା କରିଥିଲେ
ବ୍ଲାକମେଲ କରି ଅନଲାଇନ ଟ୍ରାଞ୍ଜେକସନରେ ୫୮ କୋଟି ଟଙ୍କା ସ୍କାମ କରିଥିଲେ 
କିଛି ସମୟ ଭିତରେ କ୍ରିପ୍ଟୋକରେନ୍ସିରେ ନିବେଶ କରି ଦେଶ ବାହାରକୁ ପଠାଇ ଦେଇଥିଲେ
ଅତି କମ୍ ସମୟରେ ଭିତରେ ଦେଶ ବାହାରକୁ ଚାଲିଯାଇଛି ଟଙ୍କା

Advertisment