/odishatv-khabar/media/post_attachments/uploadimage/library/16_9/16_9_0/bijay-mohapatra-1_1626171158.jpg)
bijay-mohapatra-
ଭୁବନେଶ୍ୱର: ରାଜ୍ୟରେ ଦୀର୍ଘଦିନ ଧରି କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଥିବାବେଳେ ମୃତ୍ୟୁ ସଂଖ୍ୟା ବଢି ଚାଲିଛି। ଏବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖା ରାଜ୍ୟରେ ୩୦ ଉପରେ ଥିବାବେଳେ ଆଜି ହଠାତ୍ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇଛି।
ହଠାତ୍ ପଜିଟିଭିଟି ହାର କମିବା ପରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ରାଜ୍ୟରେ କରୋନା ପଜିଟିଭିଟି ହାର କମିଛି। ମୃତ୍ୟୁ ସଂଖ୍ୟା ବଢ଼ୁଥିଲେ ବି ପଜିଟିଭିଟି ହାର କମିଛି । ରାଜ୍ୟରେ ପଜିଟିଭିଟି ହାର ପୂର୍ବରୁ ୨୦ ପ୍ଲସ୍ ଥିଲା । ମାତ୍ର ଏବେ ଏହା ୧୪କୁ ଖସି ଆସିଛି ।
ତେବେ ICUରେ ରୋଗୀ ଅଧିକ ଦିନ ଧରି ଚିକିତ୍ସିତ ହେଉଥିବାରୁ ମୃତ୍ୟୁ ସଂଖ୍ୟା ବଢୁଛି । ରାଜ୍ୟରେ ICU ୮୦ ପ୍ରତିଶତ ଓ ଭେଣ୍ଟିଲେଟର ୫୦ ପ୍ରତିଶତ ଫିଲଅପ୍ ଅଛି । ସେହିପରି ବାତ୍ୟା ୟାସ୍ ପାଇଁ କରୋନା ଟେଷ୍ଟିଂ କମିଛି । ବାତ୍ୟା ପରର ସ୍ଥିତିରେ ସୁଧାର ଆସିଲେ ଡୋର ଟୁ ଡୋର ସର୍ଭେ ହେବ। ବାତ୍ୟା ଆଶ୍ରୟସ୍ଥଳୀରୁ ଲୋକେ ଫେରିଲେ ଟିକାକରଣ ଓ ଟେଷ୍ଟିଂ କରାଯିବ ।
ତେବେ ବାତ୍ୟା ପାଇଁ କୌଣସି ଜିଲ୍ଲାରେ କୋଭିଡ ଇନଫ୍ରାଷ୍ଟ୍ରକଚର୍ ନଷ୍ଟ ହୋଇନଥିବା ବିଜୟ ମହାପାତ୍ର କହିଛନ୍ତି । ଅନ୍ୟପଟେ ଲକଡାଉନ୍ ନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ବିଶେଷଜ୍ଞଙ୍କ ମତାମତ ନିଆଯାଉଛି। ପରେ ଲକଡାଉନ୍ ଉପରେ ଚିନ୍ତା କରାଯିବ ବୋଲି ସେ କହିଛନ୍ତି।
ସୂଚନାଥାଉ କି, ଗତକାଲି ୧୧ ହଜାର ଉପରେ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୬ ହଜାର ୭୩୬ କେରୋନା ପଜିଟିଭ। ଏଥିମଧ୍ୟରୁ ଲୋକାଲ କେସ ୨,୯୬୨ ଥିବାବେଳ କ୍ୱାରେଣ୍ଟିନରୁ ବାହାରିଛନ୍ତି ୨୭୭୪ ଜଣ। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲାକ ସମ୍ପର୍କ ବିଭାଗ ।
ସେହିପରି ରାଜ୍ୟରେ ଆଜି ୩୪ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୬୧୮ ଛୁଇଁଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
ବାତ୍ୟା ପାଇଁ ଭୁବନେଶ୍ୱର ଓ ରାଉରକେଲାରେ ବନ୍ଦ ରହିଥିବା କରୋନା ଟିକାକରଣ ଆଜିଠାରୁ ପୁଣି ଆରମ୍ଭ ହେଉଛି । ବାତ୍ୟା ୟାସ ପାଇଁ ଗତକାଲି ଏହି ଦୁଇ ସହରରେ ଟିକାକରଣ ବନ୍ଦ ରହିଥିଲା । ତେବେ ଆଜିଠାରୁ ପୁଣି ଟିକାକରଣ ଆରମ୍ଭ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)