/odishatv-khabar/media/media_files/2026/01/03/green-sticker-2026-01-03-19-50-46.jpg)
GREEN-STICKER Photograph: (OTV)
ଆଗେ ପଲ୍ୟୁସନ ସାର୍ଟିଫିକେଟ୍, ଆଉ ଏବେ ଗ୍ରୀନ୍ ଷ୍ଟିକର। ପରିବହନ ବିଭାଗର ନିଇତି ନୂଆ ନିୟମ ଯନ୍ତ୍ରଣାରେ ପେଷି ହେଲେଣି ଗାଡ଼ି ମାଲିକ। ଗୋଟିଏ ପଟେ ପ୍ରଦୂଷଣ ସାର୍ଟିଫିକେଟ୍ ପାଇଁ ଲାଇନ୍ ଥମୁନଥିବାବେଳେ ଏବେ ୧୦ରୁ ଆରଟିଓ ଅଫିସରେ ଲାଗିବ ଗ୍ରୀନ୍ ଷ୍ଟିକର ପାଇଁ ଧାଡ଼ି। ଯାହାକୁ ନେଇ ଜନତାଙ୍କ ଅସନ୍ତୋଷ ବଢ଼ିଚାଲିଛି।
ପରିବହନ ମନ୍ତ୍ରୀ କହିଛନ୍ତି-ଗ୍ରୀନ୍ ଷ୍ଟିକର ଲଗାଇବା ବାଧ୍ୟତାମୂଳକ ନୁହେଁ, ଏହା ମାଗଣାରେ ମିଳିବ। ଆଉ ପରିବହନ ସଚିବଙ୍କ ସୂଚନା- ଗ୍ରୀନ ଷ୍ଟିକର କେବଳ ସଚେତନତା ପାଇଁ।...
ପଲ୍ୟୁସନ ଟେଷ୍ଟିଂ ସାର୍ଟିଫିକେଟ୍ ପାଲା ସରିନି
ଆରମ୍ଭ ହେଲାଣି ଗ୍ରୀନ୍ ଷ୍ଟିକର ଟେନସନ୍
ଅଟକାଇବେନି ସ୍କ୍ବାଡ
ଗାଡ଼ିରେ ଗ୍ରୀନ୍ ଷ୍ଟିକର ଲାଗିଥଲେ ଟାଙ୍କିରେ ସହଜରେ ତେଲ ମିଳିଯିବ ଓ ଅଧା ବାଟରେ ଚେକିଂ ବେଳେ ଆଉ ଅଟକାଇବେନି ସ୍କ୍ବାଡ। ଏଭଳି ଶୁଣିବା ପରେ ସୁବିଧାରେ କେଉଁଠି ଓ କେମିତି ମିଳିବ ଗ୍ରୀନ୍ ଷ୍ଟିକର ? ଗାଡ଼ି ମାଲିକଙ୍କୁ ଘାରିଛି ଚିନ୍ତା, ବଢ଼ିଛି ଦ୍ବନ୍ଦ୍ବ।
ଯଦିଓ ଚଳିତ ଜାନୁୟାରୀ ୧୦ରୁ ନିଜ ଅଞ୍ଚଳର RTO କିମ୍ବା ପଲ୍ୟୁସନ ଟେଷ୍ଟିଂ ସେଣ୍ଟର ଏବଂ ଟେଷ୍ଟିଂ ଗାଡ଼ି ପାଖରୁ ଏହି ଷ୍ଟିକର ମିଳିଯିବା ସୂଚନା ରହିଛି। ହେଲେ ଜାନୁୟାରୀ ୧୦ ପୂର୍ବରୁ ଟେଷ୍ଟିଂ କରାଇଥିବା ମାଲିକଙ୍କୁ ପଲ୍ୟୁସନ୍ ପ୍ରମାଣପତ୍ର ଧରି RTO ଅଫିସକୁ ଧାଇଁବାକୁ ପଡ଼ିବ। ଏଥିପାଇଁ ସେମାନଙ୍କୁ ଆଉ କେତେ ହୀନସ୍ତା ହେବାକୁ ପଡ଼ିବ ବୋଲି ଜନତା ପ୍ରଶ୍ନ କରିବା ସହ ଗୋଟିଏ ସ୍ଥାନରେ ସବୁ ପ୍ରମାଣପତ୍ର ଉପଲବ୍ଧ କରାଇବାର ବ୍ୟବସ୍ଥା ନକରି କାହିଁକି ତର ତର ହୋଇ ନିଇତି ନୂଆ ନୂଆ ନିୟମ ସରକାର ଲାଗୁ କରୁଛନ୍ତି ବୋଲି ପଚାରିଛନ୍ତି ପ୍ରଶ୍ନ।...
ଏଣେ ବଢ଼ୁଥିବା ଅସନ୍ତୋଷ ଓ ଦ୍ବନ୍ଦ୍ବ ପରେ ଆଜି ପରିବହନ ମନ୍ତ୍ରୀ କହିଛନ୍ତି- ଗାଡ଼ିରେ ଗ୍ରୀନ୍ ଷ୍ଟିକର ଲଗାଇବା ବାଧ୍ୟତାମୂଳକ ନୁହେଁ। ଏହା କେବଳ ଏକ ସୂଚକ, ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବନି। ତେବେ ପଲ୍ୟୁସନ ପ୍ରମାଣପତ୍ର ଦେବା ବେଳେ ଗ୍ରୀନ୍ ଷ୍ଟିକର ଦେଇଦେଲେ ଭଲ, ହଠାତ୍ ନୂଆ ବୋଝ ସୃଷ୍ଟି ନହେଉ ଭାବି ଆମେ ଏହାକୁ ଅଲଗା ରଖୁଛୁ।
ସଚେତନ କରାଇବାକୁ ଗ୍ରୀନ ଷ୍ଟିକର ବ୍ୟବସ୍ଥା
ଚଳିତ ମାସରେ ସମସ୍ତ RTOରେ ପର୍ଯ୍ୟାପ୍ତ ପରିମାଣର ଗ୍ରୀନ ଷ୍ଟିକର୍ ଉପଲବଧ ହେବ। ସେମିତି ପରିବହନ ସଚିବ କହିଛନ୍ତି- ଗ୍ରୀନ୍ ଷ୍ଟିକର ନୁହେଁ ବରଂ ପଲ୍ୟୁସନ ସାର୍ଟିଫିକଟ୍ ଗାଡ଼ି ପାଇଁ ବାଧ୍ୟତାମୂଳକ। କେବଳ ଲୋକଙ୍କୁ ଆକଟ ଓ ସଚେତନ କରାଇବାକୁ ଗ୍ରୀନ ଷ୍ଟିକର ବ୍ୟବସ୍ଥା।
ଗାଡ଼ି ମାଲିକ ଓଡ଼ିଶା ବାହାରେ ଓ ଗାଡି ଓଡ଼ିଶାରେ ଥିଲେ ବି ସେ ଅଥରାଇଜଡ୍ ଲେଟର ଦେଇ ଷ୍ଟିକର ନେଇ ପାରିବେ। ବ୍ୟବସ୍ଥାରେ ସମସ୍ୟା ଉପୁଜିଲେ ସମୀକ୍ଷା ପରେ ସରଳୀକରଣ କରାଯିବ। ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରଦୂଷଣ ସାର୍ଟିଫିକଟର ସମୟସୀମା ବଢା ଯାଇଛି।..
ଆଗେ ପଲ୍ୟୁସନ ସାର୍ଟିଫିକେଟ୍, ଆଉ ଏବେ ଗ୍ରୀନ ଷ୍ଟିକର। ଦେଖିବାର କଥା ପରିବହନ ବିଭାଗର ଏ ନିୟମ ଯନ୍ତ୍ରଣାରୁ କେତେଶୀଘ୍ର ଜନତାଙ୍କୁ ମିଳୁଛି ଆଶ୍ବସ୍ତି।...
Attack on BDO: ଠିକା ବିବାଦରୁ ହିଂସା… ବ୍ଲକ୍ କାର୍ଯ୍ୟାଳୟ ଅସୁରକ୍ଷିତ

Lord Nilamadhaba: ସୁନାରେ ଚମକିଲେ; ରାଜରାଜେଶ୍ୱର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଲେ ନୀଳ ମାଧବ

From Power to Prison: ସଂଘର୍ଷ କରି ହୋଇଥିଲେ ରାଷ୍ଟ୍ରପତି, ଆମେରିକା ଦ୍ୱାରା ହୋଇଗଲେ ବନ୍ଦୀ

Blind Faith Over Modern Medicine: ଅଣ୍ଟା-ପିଠି ଓ ବେକ ଯନ୍ତ୍ରଣା; ବୈଦ କହିଲେ ବାପାଙ୍କ ପ୍ରେତାତ୍ମା ଯୋଗୁଁ ହେଉଛି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)